Posted inଖେଳ

ସୂର୍ଯ୍ୟକୁମାରଙ୍କ ‘ନମସ୍କାର’ ସେଲିବ୍ରେଶନ୍‌କୁ ନେଇ ଚର୍ଚ୍ଚା: ଦେଖନ୍ତୁ ଭିଡିଓ

କୋଲକତା,୨୦।୨: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଚମତ୍କାର ବିଜୟରେ ସୂର୍ଯ୍ୟକୁମାର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଧ୍ୟମ କ୍ରମରେ ସୂର୍ଯ୍ୟକୁମାର ଏକ ଚମତ୍କାର ଇନିଂସ ଖେଳିଥିଲେ। ଫଳରେ ଭାରତୀୟ ଦଳ ୫ ଉଇକେଟ ପାଇଁ ୧୮୪ ରନ ସ୍କୋର କରିବାରେ ସଫଳ ହୋଇଥିଲା। ସୂର୍ଯ୍ୟକୁମାର ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ରନ ସ୍କୋର କରିଥିଲେ। ଭାରତୀୟ ଦଳ ୯୩ ରନରେ ୪ଟି ଉଇକେଟ ହରାଇଥିବା ବେଳେ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର କ୍ରିଜକୁ ଆସିଥିଲେ। ଏହା ପରେ ସେ ଚୌକା-ଛକା ବର୍ଷା କରି ମାତ୍ର ୩୧ ବଲରେ ୬୫ ରନ କରିଥିଲେ।
କୋଲକତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି -୨୦ ମ୍ୟାଚ ରେ ଭାରତୀୟ ଦଳ ୱିଣ୍ଡିଜକୁ ୧୭ ରନ୍‌ରେ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜ କ୍ଲିନ୍‌ସୁଇପ୍‌ କରିଛି। ଡାହାଣହାତୀ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ପୂରଣ କରିବା ମାତ୍ରେ ବ୍ୟାଟ୍‌ ଟେକିବା ସହ ହାତଯୋଡି ନମସ୍କାର କରିଥିଲେ। ଡ୍ରେସିଂ ରୁମ୍‌ରେ ବସିଥିବା ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସାଥୀ ଖେଳାଳିଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲେ। ସୂର୍ଯ୍ୟକୁମାରଙ୍କ ଏହି ବିଶେଷ ସେଲିବ୍ରେସନ୍‌ ଭିଡିଓ ଭାଇରାଲ୍‌ ହୋଇଛି। ସମସ୍ତେ ତାଙ୍କର ଏପରି ଅନ୍ଦାଜ୍‌କୁ ପସନ୍ଦ କରିଛନ୍ତି।

https://twitter.com/SportsHustle3/status/1495422405031849984


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri