ଗିରଫଦାରି, ବନ ବିଭାଗ କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଠଗଡ଼ ନରସିଂହପୁର ୱେଷ୍ଟ ରେଞ୍ଜ୍‌ ଅଧୀନ ବାରାସିଂଘା ବିଟ୍‌ ଅନ୍ତର୍ଗତ ଜଙ୍ଗଲରେ ପୋତା ଯାଇଥିବା ହାତୀର ଗଳିତ ମୃତଦେହ ଜବତ ଘଟଣାକୁ ଇତିମଧ୍ୟରେ ୧୧ଦିନ ବିତି ଯାଇଛି। ହେଲେ ଏଯାଏ କାହାକୁ ଗିରଫ କରାଯାଇନାହିଁ କି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ବନ ବିଭାଗ ଜଣେ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବନ କରିଥିବାବେଳେ ନରସିଂହପୁର ୱେଷ୍ଟ ରେଞ୍ଜ୍‌ର ଜଣେ ରେଞ୍ଜର ମଧ୍ୟ ନିଲମ୍ବନ ହୋଇପାରନ୍ତି ବୋଲି ସୂଚନା ମିଳିଛି। ତେବେ କିଏ ଗିରଫ ହେବେ ବା କିଏ ଗିରଫ କରିବ, ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନ ଥିଲେ ମଧ୍ୟ ଏହାକୁ ନେଇ ବିଭାଗୀୟ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ହାତୀକୁ ମାରିବା, ଦାନ୍ତ କାଟି ନେବା ପରେ ପୋଡ଼ିଦେବା, ପୁଣି ଜେସିବିରେ ମାଟିଖୋଳି ପୋତି ଦେବା ଘଟଣା ଅତି ଗୁରୁତର ମାମଲା। ଆଗରୁ ଏଭଳି ମାମଲା ଅନ୍ୟ କେଉଁ ସ୍ଥାନରେ ଲୁଚି ଥାଇପାରେ, ହେଲେ ସାମନାକୁ ଆସିଥିବା ଏହି ଘଟଣା ସମ୍ଭବତଃ ରାଜ୍ୟରେ ପ୍ରଥମ। ଯଦିଓ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତୀର ଗଳିତ ମୃତଦେହକୁ ଖୋଳି ବାହାର କରିଥିଲା, କିନ୍ତୁ ବାରାସିଙ୍ଘା ବିଟ୍‌ରେ କାମ କରୁଥିବା କୌଣସି ସ୍ଥାୟୀ କର୍ମଚାରୀ ବା ଫରେଷ୍ଟ ୱାଚରଙ୍କୁ ଏଯାଏ ଜେରା କରିନାହିଁ। ଏସ୍‌ଟିଏଫ୍‌ ପାଖରେ କ୍ଷମତା ଅଛି ଯେ, ଏହି ସମ୍ବେଦନଶୀଳ ମାମଲାରେ ବାରାସିଙ୍ଘା ବିଟ୍‌ରେ କାମ କରୁଥିବା ୱାଚର, ଫରେଷ୍ଟ ଗାର୍ଡ, ଫରେଷ୍ଟର, ରେଞ୍ଜର ଓ ଆଠଗଡ଼ ଡିଏଫ୍‌ଓଙ୍କୁ ଗିରଫ କରିପାରିଥାନ୍ତେ। ଏହି ମାମଲାରେ କେବଳ ବନ୍ୟପ୍ରାଣୀ ଆଇନର ଦଫା ଲାଗିବ ତାହା ନୁହେଁ, ବରଂ ତା’ ସହିତ ସରକାରୀ କର୍ମଚାରୀ ହିସାବରେ କର୍ତ୍ତବ୍ୟରେ ଅବହେଳା, ପ୍ରମାଣ ନଷ୍ଟ ଭଳି ଦଫା ମଧ୍ୟ ଲାଗିବ। ଅନେକ ଲୋକ ମିଶି ଆପରାଧିକ ଷଡ଼ଯନ୍ତ୍ର କରି ଏହି ହାତୀ ମୃତ୍ୟୁକୁ ଲୁଚେଇ ଦାନ୍ତ କାଟି ନେଇଥିବାରୁ ଅର୍ଗାନାଇଜଡ୍‌ କ୍ରାଇମ୍‌ ୧୨୦ବି ଭଳି ସଙ୍ଗିନ ଦଫା ମଧ୍ୟ ଲାଗିବ। ହେଲେ ଏଭଳି ଏକ ସଙ୍ଗିନ ଆପରାଧିକ ମାମଲାକୁ ଠିକ୍‌ରେ ପରିଚାଳନା କରାଯାଉନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସନ୍ଦେହ ପ୍ରକାଶ କଲେଣି।
କାରଣ ବାରାସିଙ୍ଘା ବିଟ୍‌ରେ ୫ଜଣ ୱାଚର (କେତେଜଣ ପୂର୍ବତନ) ଡିଏଫ୍‌ଓଙ୍କ ତଦନ୍ତରେ ସ୍ବୀକାରୋକ୍ତି ଦେଇଛନ୍ତି। ଜଣେ ଗାର୍ଡ ଓ ଜଣେ ଫରେଷ୍ଟର ନିଲମ୍ବିତ ହେବା ଘଟଣାରୁ ମଧ୍ୟ ସେମାନଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ କରୁଛି। ତଥାପି ସେମାନଙ୍କୁ କାହିଁକି ଗିରଫ କରାଯାଉନାହିଁ, ତାହା ସନ୍ଦେହ ସୃଷ୍ଟି କରୁଛି। ନରସିଂହପୁର ୱେଷ୍ଟ ରେଞ୍ଜରଙ୍କ ସମ୍ପୃକ୍ତି ଥିବା ନେଇ ଉଭୟ ଡିଏଫ୍‌ଓ ଓ ଆର୍‌ସିସିଏଫ୍‌ ନିଜ ରିପୋର୍ଟରେ ଲେଖିଥିବା ସୂଚନା ମିଳିଛିି। ତେଣୁ ରେଞ୍ଜରଙ୍କ ଗିରଫଦାରି ନିହାତି ଆବଶ୍ୟକ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହୁଛନ୍ତି।
ଅନ୍ୟପକ୍ଷରେ ହାତୀ ମୃତ୍ୟୁ ସମୟ ଏବେ ସବୁଠାରୁ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। କାରଣ ସେହି ସମୟ ଅନୁସାରେ ମାମଲା ପରିଚାଳନା ହେବ। ନିକଟରେ ନରସିଂହପୁର ୱେଷ୍ଟ ରେଞ୍ଜର ଅଶୋକ ବେହେରାଙ୍କର ଚନ୍ଦକା ରେଞ୍ଜକୁ ବଦଳି ହୋଇସାରିଛି। ତାଙ୍କ ସ୍ଥାନରେ ନୂଆ କରି ଯୋଗ ଦେଇଛନ୍ତି ପ୍ରଫୁଲ୍ଲ କୁମାର ଦେହୁରୀ। ସେହିପରି ଆଠଗଡ ଡିଏଫ୍‌ଓ ସୁଦର୍ଶନ ପାଲ ଯାଦବ ଟ୍ରେନିଂ ପାଇଁ ଛୁଟିରେ ଯାଇଥିବାରୁ କଟକ ଡିଏଫ୍‌ଓ ସଞ୍ଜୟ ସ୍ବାଇଁଙ୍କୁ ଆଠଗଡ଼ ଚାର୍ଜ ମଧ୍ୟ ଦିଆଯାଇଛି। ସୁଦର୍ଶନଙ୍କ ପୂର୍ବରୁ ସସ୍ମିତା ଲେଙ୍କା ଆଠଗଡ଼ ଡିଏଫ୍‌ଓ ଭାବେ ଦୀର୍ଘ ଦିନ କାମ କରୁଥିଲେ। ତାଙ୍କ ସମୟର ଏକ ହାତୀ ମୃତ୍ୟୁକୁ ଲୁଚାଇବା ଘଟଣାରେ ଆଠଗଡ଼ ରେଞ୍ଜର ଆୟେଶା ଅଖତାରି ବେଗମ ଏବେ ନିଲମ୍ବିତ ଅଛନ୍ତି। ଡିଏଫ୍‌ଓଙ୍କୁ ହାତୀ ମୃତ୍ୟୁ ନେଇ ସବୁ ରିପୋର୍ଟ ହାତେ ହାତେ ଦେଇଥିଲେ ବୋଲି ରେଞ୍ଜର କହିଥିଲେ, ଯାହାକୁ ସମ୍ପୂର୍ଣ୍ଣ ମିଛ ବୋଲି ସସ୍ମିତା କହିଥିଲେ। ସେତେବେଳେ ଏହି ଘଟଣା ଚର୍ଚ୍ଚା ହେଇଥିଲା। ତେଣୁ ବ୍ୟବଚ୍ଛେଦ ରିପୋର୍ଟରେ ହାତୀର ମୃତ୍ୟୁ କେଉଁ ସମୟରେ ହୋଇଥିଲା, ସେ ତଥ୍ୟ ଉପରେ ସମସ୍ତଙ୍କ ନଜର। ସେଇ ରିପୋର୍ଟକୁ ଭିତ୍ତି କରି ହୁଏତ ଏସ୍‌ଟିଏଫ୍‌ ତା’ର ଗିରଫଦାରି ଆରମ୍ଭ କରିପାରେ ବୋଲି ସୂଚନା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?