ଗିରଫଦାରି, ବନ ବିଭାଗ କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଠଗଡ଼ ନରସିଂହପୁର ୱେଷ୍ଟ ରେଞ୍ଜ୍‌ ଅଧୀନ ବାରାସିଂଘା ବିଟ୍‌ ଅନ୍ତର୍ଗତ ଜଙ୍ଗଲରେ ପୋତା ଯାଇଥିବା ହାତୀର ଗଳିତ ମୃତଦେହ ଜବତ ଘଟଣାକୁ ଇତିମଧ୍ୟରେ ୧୧ଦିନ ବିତି ଯାଇଛି। ହେଲେ ଏଯାଏ କାହାକୁ ଗିରଫ କରାଯାଇନାହିଁ କି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ବନ ବିଭାଗ ଜଣେ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବନ କରିଥିବାବେଳେ ନରସିଂହପୁର ୱେଷ୍ଟ ରେଞ୍ଜ୍‌ର ଜଣେ ରେଞ୍ଜର ମଧ୍ୟ ନିଲମ୍ବନ ହୋଇପାରନ୍ତି ବୋଲି ସୂଚନା ମିଳିଛି। ତେବେ କିଏ ଗିରଫ ହେବେ ବା କିଏ ଗିରଫ କରିବ, ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନ ଥିଲେ ମଧ୍ୟ ଏହାକୁ ନେଇ ବିଭାଗୀୟ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ହାତୀକୁ ମାରିବା, ଦାନ୍ତ କାଟି ନେବା ପରେ ପୋଡ଼ିଦେବା, ପୁଣି ଜେସିବିରେ ମାଟିଖୋଳି ପୋତି ଦେବା ଘଟଣା ଅତି ଗୁରୁତର ମାମଲା। ଆଗରୁ ଏଭଳି ମାମଲା ଅନ୍ୟ କେଉଁ ସ୍ଥାନରେ ଲୁଚି ଥାଇପାରେ, ହେଲେ ସାମନାକୁ ଆସିଥିବା ଏହି ଘଟଣା ସମ୍ଭବତଃ ରାଜ୍ୟରେ ପ୍ରଥମ। ଯଦିଓ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତୀର ଗଳିତ ମୃତଦେହକୁ ଖୋଳି ବାହାର କରିଥିଲା, କିନ୍ତୁ ବାରାସିଙ୍ଘା ବିଟ୍‌ରେ କାମ କରୁଥିବା କୌଣସି ସ୍ଥାୟୀ କର୍ମଚାରୀ ବା ଫରେଷ୍ଟ ୱାଚରଙ୍କୁ ଏଯାଏ ଜେରା କରିନାହିଁ। ଏସ୍‌ଟିଏଫ୍‌ ପାଖରେ କ୍ଷମତା ଅଛି ଯେ, ଏହି ସମ୍ବେଦନଶୀଳ ମାମଲାରେ ବାରାସିଙ୍ଘା ବିଟ୍‌ରେ କାମ କରୁଥିବା ୱାଚର, ଫରେଷ୍ଟ ଗାର୍ଡ, ଫରେଷ୍ଟର, ରେଞ୍ଜର ଓ ଆଠଗଡ଼ ଡିଏଫ୍‌ଓଙ୍କୁ ଗିରଫ କରିପାରିଥାନ୍ତେ। ଏହି ମାମଲାରେ କେବଳ ବନ୍ୟପ୍ରାଣୀ ଆଇନର ଦଫା ଲାଗିବ ତାହା ନୁହେଁ, ବରଂ ତା’ ସହିତ ସରକାରୀ କର୍ମଚାରୀ ହିସାବରେ କର୍ତ୍ତବ୍ୟରେ ଅବହେଳା, ପ୍ରମାଣ ନଷ୍ଟ ଭଳି ଦଫା ମଧ୍ୟ ଲାଗିବ। ଅନେକ ଲୋକ ମିଶି ଆପରାଧିକ ଷଡ଼ଯନ୍ତ୍ର କରି ଏହି ହାତୀ ମୃତ୍ୟୁକୁ ଲୁଚେଇ ଦାନ୍ତ କାଟି ନେଇଥିବାରୁ ଅର୍ଗାନାଇଜଡ୍‌ କ୍ରାଇମ୍‌ ୧୨୦ବି ଭଳି ସଙ୍ଗିନ ଦଫା ମଧ୍ୟ ଲାଗିବ। ହେଲେ ଏଭଳି ଏକ ସଙ୍ଗିନ ଆପରାଧିକ ମାମଲାକୁ ଠିକ୍‌ରେ ପରିଚାଳନା କରାଯାଉନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସନ୍ଦେହ ପ୍ରକାଶ କଲେଣି।
କାରଣ ବାରାସିଙ୍ଘା ବିଟ୍‌ରେ ୫ଜଣ ୱାଚର (କେତେଜଣ ପୂର୍ବତନ) ଡିଏଫ୍‌ଓଙ୍କ ତଦନ୍ତରେ ସ୍ବୀକାରୋକ୍ତି ଦେଇଛନ୍ତି। ଜଣେ ଗାର୍ଡ ଓ ଜଣେ ଫରେଷ୍ଟର ନିଲମ୍ବିତ ହେବା ଘଟଣାରୁ ମଧ୍ୟ ସେମାନଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ କରୁଛି। ତଥାପି ସେମାନଙ୍କୁ କାହିଁକି ଗିରଫ କରାଯାଉନାହିଁ, ତାହା ସନ୍ଦେହ ସୃଷ୍ଟି କରୁଛି। ନରସିଂହପୁର ୱେଷ୍ଟ ରେଞ୍ଜରଙ୍କ ସମ୍ପୃକ୍ତି ଥିବା ନେଇ ଉଭୟ ଡିଏଫ୍‌ଓ ଓ ଆର୍‌ସିସିଏଫ୍‌ ନିଜ ରିପୋର୍ଟରେ ଲେଖିଥିବା ସୂଚନା ମିଳିଛିି। ତେଣୁ ରେଞ୍ଜରଙ୍କ ଗିରଫଦାରି ନିହାତି ଆବଶ୍ୟକ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହୁଛନ୍ତି।
ଅନ୍ୟପକ୍ଷରେ ହାତୀ ମୃତ୍ୟୁ ସମୟ ଏବେ ସବୁଠାରୁ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। କାରଣ ସେହି ସମୟ ଅନୁସାରେ ମାମଲା ପରିଚାଳନା ହେବ। ନିକଟରେ ନରସିଂହପୁର ୱେଷ୍ଟ ରେଞ୍ଜର ଅଶୋକ ବେହେରାଙ୍କର ଚନ୍ଦକା ରେଞ୍ଜକୁ ବଦଳି ହୋଇସାରିଛି। ତାଙ୍କ ସ୍ଥାନରେ ନୂଆ କରି ଯୋଗ ଦେଇଛନ୍ତି ପ୍ରଫୁଲ୍ଲ କୁମାର ଦେହୁରୀ। ସେହିପରି ଆଠଗଡ ଡିଏଫ୍‌ଓ ସୁଦର୍ଶନ ପାଲ ଯାଦବ ଟ୍ରେନିଂ ପାଇଁ ଛୁଟିରେ ଯାଇଥିବାରୁ କଟକ ଡିଏଫ୍‌ଓ ସଞ୍ଜୟ ସ୍ବାଇଁଙ୍କୁ ଆଠଗଡ଼ ଚାର୍ଜ ମଧ୍ୟ ଦିଆଯାଇଛି। ସୁଦର୍ଶନଙ୍କ ପୂର୍ବରୁ ସସ୍ମିତା ଲେଙ୍କା ଆଠଗଡ଼ ଡିଏଫ୍‌ଓ ଭାବେ ଦୀର୍ଘ ଦିନ କାମ କରୁଥିଲେ। ତାଙ୍କ ସମୟର ଏକ ହାତୀ ମୃତ୍ୟୁକୁ ଲୁଚାଇବା ଘଟଣାରେ ଆଠଗଡ଼ ରେଞ୍ଜର ଆୟେଶା ଅଖତାରି ବେଗମ ଏବେ ନିଲମ୍ବିତ ଅଛନ୍ତି। ଡିଏଫ୍‌ଓଙ୍କୁ ହାତୀ ମୃତ୍ୟୁ ନେଇ ସବୁ ରିପୋର୍ଟ ହାତେ ହାତେ ଦେଇଥିଲେ ବୋଲି ରେଞ୍ଜର କହିଥିଲେ, ଯାହାକୁ ସମ୍ପୂର୍ଣ୍ଣ ମିଛ ବୋଲି ସସ୍ମିତା କହିଥିଲେ। ସେତେବେଳେ ଏହି ଘଟଣା ଚର୍ଚ୍ଚା ହେଇଥିଲା। ତେଣୁ ବ୍ୟବଚ୍ଛେଦ ରିପୋର୍ଟରେ ହାତୀର ମୃତ୍ୟୁ କେଉଁ ସମୟରେ ହୋଇଥିଲା, ସେ ତଥ୍ୟ ଉପରେ ସମସ୍ତଙ୍କ ନଜର। ସେଇ ରିପୋର୍ଟକୁ ଭିତ୍ତି କରି ହୁଏତ ଏସ୍‌ଟିଏଫ୍‌ ତା’ର ଗିରଫଦାରି ଆରମ୍ଭ କରିପାରେ ବୋଲି ସୂଚନା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri