ଆମ ଜିଲା ଖବର

ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ୫୦ ହଜାର

ବଅଁରପାଳ,୧୩।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଟାଉନ୍‌ ପିସି ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବଜାରରେ ଥିବା କୁଳମଣି ପୁଷ୍ଟିଙ୍କ ଭେରାଇଟି ଷ୍ଟୋର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି...

ନିର୍ମଳା ଶିଶୁ ଭବନ ଗଲେ ଉଦ୍ଧାର ଯୁବତୀ

ବରଗଡ଼ ଅଫିସ,୧୩।୧୦: ବରଗଡ଼ ଜିଲା ଅଞ୍ଚଳରୁ ଦୁଇ ଦିନ ତଳେ ଉଦ୍ଧାର ହୋଇଥିବା ଜଣେ ଅସହାୟ, ମାନସିକ ରୋଗଗ୍ରସ୍ତ ଯୁବତୀଙ୍କୁ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ରବିବାର ସେଠାରୁ ତାଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବଲପୁରର ପରିଚୟ ଏବଂ ବରଗଡ଼ ନିଷ୍ଠା...

ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗ: ସୁନ୍ଦରଗଡ଼ ସିଡିଏମ୍‌ଓ ନିଲମ୍ବିତ

ସୁନ୍ଦରଗଡ଼/ଭୁବନେଶ୍ୱର,୧୩।୧୦(ଡି.ଏନ୍‌.ଏ./ବ୍ୟୁରୋ): ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ରବିବାର ନିଲମ୍ବନ କରାଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ତାଙ୍କୁ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି।

ବେଆଇନ ଶ୍ରମିକ ଚାଲାଣ: ଗୋଟିଏ ଦିନରେ ୪୧ ମଧ୍ୟସ୍ଥ, ଦଲାଲ ଗିରଫ

କଟକ ଅଫିସ,୧୩।୧୦: ବେଆଇନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ୪୧ ଜଣ ମଧ୍ୟସ୍ଥ ଓ ଦଲାଲଙ୍କୁ ବଲାଙ୍ଗୀର, ନୂଆପଡ଼ା ଜିଲା ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ଡିଜିପି ବି.କେ. ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ ଜିଲାର ଏସ୍‌ପିଙ୍କ...

ଭେଡେନ ଗଣବଳାତ୍କାର, ହତ୍ୟା ମାମଲା: ତତ୍କାଳୀନ ଆଇଆଇସିଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା

କଟକ ଅଫିସ, ୧୩।୧୦: ବରଗଡ଼ ଜିଲା ଭେଡେନ ଥାନା ଅଞ୍ଚଳରେ ୨୦୧୬ରେ ୩ ମହିଳାଙ୍କୁ ଅପହରଣ ଓ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ୩ ବର୍ଷ ପରେ ଅର୍ଥାତ୍‌ ଗତ ୩ ତାରିଖରେ ଭେଡେନ ଥାନାର ତତ୍କାଳୀନ...

ବୀରବଳଭଦ୍ରପୁର ଗୋପୀନାଥ ଦେବ ମନ୍ଦିରରୁ ଚୋରି ମୂର୍ତ୍ତି ଫୋପାଡିଲେ, ଅଳଙ୍କାର ନେଇଗଲେ

ପୁରୀ ଅଫିସ, ୧୩।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ବୀରବଳଭଦ୍ରପୁର ଗ୍ରାମର ଗୋପୀନାଥ ଦେବଙ୍କ ମନ୍ଦିରରୁ ଶନିବାର ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଏବଂ ଦାନ ବାକ୍ସରୁ ଟଙ୍କା, ସୁନା ଅଲଙ୍କାର ଚୋରି ହୋଇଛି। ଏନେଇ ବୀରବଳଭଦ୍ରପୁର...

ଧଳାବାଘ ଶୁଭ୍ରାଂଶୁ ଅସୁସ୍ଥ

ବାରଙ୍ଗ,୧୩।୧୦(ଡି.ଏନ.ଏ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷକ ଧଳାବାଘ ଶୁଭ୍ରାଂଶୁ ଦ୍ୱିତୀୟଥର ପାଇଁ ଅସୁସ୍ଥ ହୋଇଛି। ୫ବର୍ଷର ଏହି ବାଘ ଶନିବାର ଗୋଟିଏ ସ୍ଥାନରେ ପଡ଼ିରହିବା ସହ କୌଣସି ଖାଦ୍ୟ ଗ୍ରହଣ କରି ନ ଥିଲା। ଯାହାକୁ ନେଇ ନନ୍ଦନକାନନ...

ବଡ଼ୁ ସୁଆର ନିଯୋଗ ନିର୍ବାଚନ ବିଶ୍ୱନାଥ ସଭାପତି, ଅନନ୍ତ ସମ୍ପାଦକ

ପୁରୀ ଅଫିସ, ୧୩।୧୦: ଶ୍ରୀମନ୍ଦିର ବଡ଼ୁ ସୁଆର ନିଯୋଗର କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତିକ୍ରମେ ବିଶ୍ୱନାଥ ସାମନ୍ତରା ସଭାପତି, ଅନନ୍ତ ତିଆଡ଼ି ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭବାନୀଶଙ୍କର ସାମନ୍ତରା କୋଷାଧ୍ୟକ୍ଷ...

ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାଡ଼ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼,୧୩।୧୦(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ୧୯ ନଂ. ରାଜ୍ୟ ରାଜପଥ ସଜନାଗଡ଼ ନିକଟ ଜାବୁଢିସାହି ଛକଠାରେ ଶନିବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାରଣାସ୍ତ୍ର ଦେଖାଇବା ସହ ମାଡ଼ମାରି ଦୁର୍ବୃତ୍ତ ୧୦ ହଜାର ଟଙ୍କା...

ବିଜେପୁର: ପ୍ରସଙ୍ଗ ନୁହେଁ, ପତିଆରା ରାଜନୀତି

ବିଜେପୁର,୧୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ଦେଢ଼ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ଦେଖୁଛନ୍ତି ବିଜେପୁର ଭୋଟର। ଲଗାତର ନିର୍ବାଚନ ଫଳରେ ପୂର୍ବ ସରଗରମ ଏତେଟା ଦେଖିବାକୁ ମିଳୁ ନ ଥିଲେ ସୁଦ୍ଧା ଆଉ ଦିନେ...

ଉଚ ଚିକିଛା ଲାଗି ଟଁକା ଅଭାବ

ଜହ୍ନାପଙ୍କ, ୧୩।୧୦ (ଡି.ଏନ୍‌.ଏ.)- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍‌ର ନାରାୟଣନଗରର ଗୋବର୍ଦ୍ଧନ ତରିଆ(୪୪)। ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏନ୍‌ତାଥି ସେ ଗୁଟେ ବାଡ଼ି ସାହାଯ୍‌ରେ ଯିବାର ଆଏବାର କରୁଛନ୍‌। ହେଲେ ଟଁକା ପଏସା ଅଭାବୁ ଉଚ ଚିକିଛା...

ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପରଜଙ୍ଗ, ୧୩।୧୦(ଡି.ଏନ୍‌.ଏ.) – ଜଣେ ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାବିରୋଡ ରେଞ୍ଜର ସୁବ୍ରତ ବେହେରା। ଏହାର ଫଟୋ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri