ଆମ ଜିଲା ଖବର

ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି କନଷ୍ଟେବଳ ଗିରଫ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଜିଲା ମୁଖ୍ୟ ଡାକ୍ତରଖାନାର ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ବାସ୍ଥ୍ୟ ବିଭାଗ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ତାଙ୍କ ନାମ ପରମେଶ୍ବର ସେଠୀ ଏବଂ ଘର ପାଟଣା ବ୍ଲକ ଅଞ୍ଚଳରେ…

ଦେଶୀମଦ ରନ୍ଧାକୁ ନେଇ ରାସ୍ତାରୋକୋ କଲେ ମହିଳା, ଭାଙ୍ଗିଲେ ଭାଟି

ପାଟଣା,୧୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଡିଆନାଳି ଛକ ନିକଟରେ ବୁଧବାର ପୂର୍ବାହ୍ନରେ ଶତାଧିକ ମହିଳା ମିଶି ଗାଁରେ ପ୍ରସ୍ତୁତ ହେଉଥିବା ବେଆଇନ ଦେଶୀମହୁଲି ମଦକୁ ଜବତ କରିବା ସହ ଗାଁରେ ବିକ୍ରି…

ପାହାଡ଼ ଉପରୁ ଅନ୍‌ଲାଇନ୍‌ କ୍ଲାସ ସାରି ଫେରୁଥିଲେ ତଳକୁ: ହେଲେ ବିଧାତାର ଥିଲା ଆଉ କିଛି ଇଚ୍ଛା…

ରାୟଗଡା ଅଫିସ, ୧୮।୮: ମନରେ ପାଠ ପଢ଼ା ନିଶା ଏତେ ଥିଲା ଯେ, ସବୁ ବାଧା ବିଘ୍ନକୁ ଏଡ଼ାଇ ସାମାନ୍ୟ ନେଟନ୍‌ଓ୍ବାର୍କ ପାଇଁ ପାହାଡ ଉପରକୁ ଚଢ଼ିଯାଇଥିଲେ ନାବାଳକ। ଅନ୍‌ଲାଇନ୍‌ କ୍ଲାସ ସାରି ପୁଣି ପାହାଡ଼ରୁ ତଳକୁ ଫେରି ଆସିଥାନ୍ତେ ଘରକୁ।…

ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଧର୍ମଶାଳା,୧୮।୮(ଡି.ଏନ୍‌.ଏ.): ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିଧାୟକ ଅଳ୍ପକେ ବର୍ତ୍ତିି ଯାଇଛନ୍ତି। ସକାଳେ ବିଧାୟକ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ରଥିଆ ଛକ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚିକିତ୍ସା କରିଥିବା ଡାକ୍ତର, ସହଯୋଗୀଙ୍କୁ ଜେରା

ପାରଳାଖେମୁଣ୍ଡି,୧୮।୮: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ପହଞ୍ଚିବାକୁ ୫ ଦିନ ହୋଇଗଲାଣି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ମାରାଥନ ଜେରା କରୁଛି। ପଞ୍ଚମ ଦିନରେ ଅର୍ଥାତ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟ ପରିସରରେ…

ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି ସୁବିଧା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜୁରୁଡ଼ିବାସୀ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଖଣି ଅଞ୍ଚଳରେ କାମ ଧନ୍ଦା ପାଉ ନ ଥିବାରୁ ଅସନ୍ତୋଷ ବଢ଼ୁଥିବା ବେଳେ କେତେକ ଖଣି ସଂସ୍ଥା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉ ଥିବାରୁ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି।…

ଭିଜିଲାନ୍ସ ଜାଲରେ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ

ପୁରୀ ଅଫିସ,୧୮।୮: ପୁରୀ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଏକକାଳୀନ ପୁରୀ, ଭୁବନେଶ୍ୱର…

ଗୁପ୍ତଯୁଗ ସଭ୍ୟତାର ସନ୍ଧାନ

ସମ୍ବଲପୁର,୧୮ା୮(ବ୍ୟୁରୋ):ସମ୍ବଲପୁର ଜିଲାରେ ଗୁପ୍ତଯୁଗୀୟ ସଭ୍ୟତାର ସନ୍ଧାନ ମିଳିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ନାତକୋତ୍ତର ଇତିହାସ ବିଭାଗ ଗବେଷଣାରୁ ଏହା ଜଣାପଡ଼ିଛି। ଜିଲାର ଯୁଯୁମୁରା ନିକଟ ବଡ଼ମାଳ ଓ ମହାନଗର ନିଗମର ଦୁର୍ଗାପାଲିଠାରୁ ବଡ଼ବଜାର ପର୍ଯ୍ୟନ୍ତ ୨କି.ମି. ଅଞ୍ଚଳରେ ଭଗ୍ନାବଶେଷ ଠାବ ହୋଇଛି।…

ଫୁଲଚାଷ କରି ଗଞ୍ଜାମ ମହିଳା ଆତ୍ମନିର୍ଭର

ଛତ୍ରପୁର,୧୮ା୮(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ମହିଳା ସଂଘଗୁଡ଼ିକୁ ଆତ୍ମ ନିର୍ଭରଶୀଳ କରିବା ଲାଗି ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୁକୂଲ୍ୟରେ ବହୁ ପଦକ୍ଷେପ ନିଆଯାଉଛି । ଫୁଲଚାଷଠାରୁ ଆରମ୍ଭ କରି ଛତୁ, ଫଳ, ମାଛଚାଷ, କୁକୁଡା ପାଳନ, ବିଦ୍ୟୁତ ବିଲ୍‌ ଆଦାୟ,…

‘ଘଟଣା ବେଳେ ଡିଏଫ୍‌ଓଙ୍କ କ୍ୱାର୍ଟର୍ସରେ ଥିଲେ ଜିଲାପାଳ’

ପାରଳାଖେମୁଣ୍ଡି, ୧୮ା୮ (ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଜେରା ଜାରି ରହିଛି। ମଙ୍ଗଳବାର ଦୁଇଟି ପର୍ଯ୍ୟାୟରେ ୬ ଜଣଙ୍କୁ ଜେରା କରାଯାଇଥିଲା। ଦ୍ୱିତୀୟ ଦିନର ଜେରାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ କେତେକ ଗୁରୁତ୍ୱପୂର୍ଣ୍ଣ…

ଆସନ୍ନ ମରୁଡ଼ି ଆଶଙ୍କା

ରତନ ନାୟାର   ଢେଙ୍କାନାଳ ଅଫିସ, ୧୮।୮ – ସରିବାକୁ ବସିଲାଣି ଶ୍ରାବଣ। ଭଲ ବର୍ଷା ହୋଇଥିଲେ ଚାଷ କାର୍ଯ୍ୟରୁ ତର ପାଇ ନ ଥାନ୍ତା ଚାଷୀପୁଅ। ହେଲେ ଧାରାଶ୍ରାବଣରେ ତିନ୍ତୁନି ଭୂଇଁ କି ଅଣ୍ଟୁନି ପାଣି। ଜମି ଫାଟି ଆଁ କରିଛି।…

ପଲିଥିନମୁକ୍ତ ଯୋଜନା ପ୍ରହସନ

ଅନୁଗୋଳ ଅଫିସ, ୧୮ା୮ – ଅନୁଗୋଳ ସହର ପଲିଥିନମୁକ୍ତ ହେବ। କୌଣସି ସ୍ଥାନରେ ପଲିଥିନ କି ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ। ୨ ବର୍ଷ ତଳୁ ପ୍ରଶାସନ ଏପରି ଯୋଜନା ସହ ନିର୍ଦ୍ଦେଶନାମା ଜାରି କରିବା ପରେ କିଛିଦିନ ଧରି ସଚେତନତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri