ବିଜେଡି ସମର୍ଥିତଙ୍କୁ ସମର୍ଥନ

ଅନୁଗୋଳ ଅଫିସ, ୧୩।୩: ଅନୁଗୋଳ ଜିଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ଶେଷ ହୋଇଛି। ଜିଲାର ମୋଟ୍‌ ୮ଟି ବ୍ଲକରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିବାବେଳେ ସବୁଠି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ମିଳିଛି। ଫଳରେ ସମସ୍ତ ପଞ୍ଚାୟତ ସମିତି ବିଜେଡି ଅକ୍ତିଆରରେ ରହିଛି। ୩ଟି ବ୍ଲକରେ ଅଧ୍ୟକ୍ଷ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଉ ୫ଟି ବ୍ଲକରେ ଭୋଟ ଗ୍ରହଣ ହୋଇଛି। ତେବେ ଆଠମଲ୍ଲିକ ବ୍ଲକ ବିଜେଡିରେ ଗୋଷ୍ଠୀ କନ୍ଦଳ ଯୋଗୁ ଦଳରୁ ୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ରାଜଶ୍ରୀ ସାହୁ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ସମର୍ଥିତ ଖିଣ୍ଡା ପଞ୍ଚାୟତ ସମିତି ସଭ୍ୟା ହିମାଦ୍ରୀ ଦେହୁରୀଙ୍କୁ ୧୫ଟି ଭୋଟ ମିଳିଥିବାବେଳେ ବାଳୁଅକଟା ପଞ୍ଚାୟତ ସମିତି ସଭ୍ୟା ରାଜଶ୍ରୀଙ୍କ ସପକ୍ଷରେ ୧୯ ଖଣ୍ଡ ଭୋଟ ପଡ଼ିଥିଲା। ୨୭ ପଞ୍ଚାୟତ ବିଶିଷ୍ଟ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀ ରାମକୃଷ୍ଣ ପ୍ରଧାନ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ଭାଜପା ସମର୍ଥିତ ପ୍ରିୟରଞ୍ଜନ ମହାନ୍ତି ପ୍ରାର୍ଥୀ ହୋଇଥିଲେ। କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରିୟରଞ୍ଜନଙ୍କୁ ୮ ଖଣ୍ଡ ଓ ସମଲ ପଞ୍ଚାୟତ ସମିତି ସଭ୍ୟ ରାମକୃଷ୍ଣଙ୍କୁ ୧୯ ଖଣ୍ଡ ଭୋଟ ମିଳିଥିଲା। ନିର୍ବାଚନ ଅଧିକାରୀ ଭାବେ ପାଲଲହଡ଼ା ବିଡିଓ ଦିଲୀପ କୁମାର ବର ଦାୟିତ୍ୱ ନିର୍ବାହ କରିଥିଲେ। ବଅଁରପାଳ ବ୍ଲକ ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ସାନ୍ତାରାପୁର ଖ ପଞ୍ଚାୟତ ସମିତି ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ବିଜୟ ନାଥ ବିଜୟୀ ହୋଇଛନ୍ତି। ୩୫ ପଞ୍ଚାୟତ ମଧ୍ୟରୁ ୩୪ ଜଣ ସମିତି ସଭ୍ୟ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ବିଜୟ ନାଥଙ୍କୁ ୨୧ ଖଣ୍ଡ ଭୋଟ ମିଳିଥିଲା। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ଭାଜପା ସମଥିର୍ତ୍ତ ଦୁଷ୍ମନ୍ତ ଗଡ଼ନାୟକଙ୍କୁ ୧୩ ଖଣ୍ଡ ଭୋଟ ମିଳିଥିଲା। ୩୪ ପଞ୍ଚାୟତ ବିଶିଷ୍ଟ ଛେଣ୍ଡିପଦା ବ୍ଲକର ଅଧ୍ୟକ୍ଷା ଭାବେ ବିଜେଡି ସମର୍ଥତ୍ତ କୋରଡା ସମିତିସଭ୍ୟା ସୁମିତ୍ରା ସାହୁ ବିଜୟୀ ହୋଇଛନ୍ତି। ତାଙ୍କ ବିପକ୍ଷରେ ଭାଜପା ସମର୍ଥିତ ଛେଣ୍ଡିପଦା ସମିତି ସଭ୍ୟା ଅମିତା ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଥିଲେ। ଅମିତାଙ୍କୁ ୧୬ ଓ ସୁମିତ୍ରାଙ୍କୁ ୧୮ ସମିତି ସଭ୍ୟାସଭ୍ୟଙ୍କ ସମର୍ଥନ ମିଳିଥିଲା। ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀତାଞ୍ଜଳି ମାଝି ନିର୍ବାଚନ ପରିଚାଳନା କରିଥିଲେ। ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ପଦ ଟୁସର ପଞ୍ଚାୟତ ସମିତିସଭ୍ୟ ଦୁଃଶାସନ ରାଉଳ ଅଳଙ୍କୃତ କରିଛନ୍ତି। ତାଙ୍କ ବିପକ୍ଷରେ ପୁରୁଣାମାଣତ୍ରି ସମିତିସଭ୍ୟା ବନିତା ସାହୁ ନାମାଙ୍କନପତ୍ର ଦାଖଲ କରିଥିଲେ। ୨୪ ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରୁ ଦୁଃଶାସନଙ୍କୁ ୧୮ ଜଣ ଓ ବନିତାଙ୍କୁ ୬ଜଣଙ୍କ ସମର୍ଥନ ମିଳିଥିଲା। ହେଲେ ଏହି ନିର୍ବାଚନ ବିଜେଡି ବନାମ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିବାରୁ ବ୍ଲକ ବିଜେଡିରେ ଗୋଷ୍ଠୀ କନ୍ଦଳ ଚାଲିଥିବା ଚର୍ଚ୍ଚା ଜୋର୍‌ ଧରିଛି। କିଶୋରନଗର ତହସିଲଦାର ଶାନ୍ତିସ୍ବରୂପ ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ। ୨୧ ପଞ୍ଚାୟତ ବିଶିଷ୍ଟ ତାଳଚେର ବ୍ଲକର ଅଧ୍ୟକ୍ଷା ଭାବେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ହେମଲତା ମହାନ୍ତି ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଗୁରୁଜାଙ୍ଗ ସମିତି ସଭ୍ୟା ହେମଲତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନ ଥିବାବେଳେ ୧୬ ଜଣଙ୍କ ସମର୍ଥନ ତାଙ୍କୁ ମିଳିଥିବା ନିର୍ବାଚନ ଅଧିକାରୀ ଏଲିଜା ମିଶ୍ର ସୂଚନା ଦେଇଛନ୍ତି। ପାଲଲହଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚନ ଜିତିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ଝାରବଡା ସମିତି ସଭ୍ୟା ରିନାରାଣୀ ନାଏକ। ତାଙ୍କ ବିପକ୍ଷରେ ପ୍ରାର୍ଥୀ ନ ଥିବାରୁ ସେ ନିର୍ଦ୍ୱନ୍ଦ୍ୱ ରହିଥିଲେ। କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଜାମୁନାଳି ସମିତିସଭ୍ୟା ସୌରେନ୍ଦ୍ରୀ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୨୩ ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରୁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେଡି ସମର୍ଥିତ ସୌରେନ୍ଦ୍ରୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଫଳରେ ନିର୍ବାଚନ ଅଧିକାରୀ ତଥା ଆଠମଲ୍ଲିକ ବିଡିଓ ସନ୍ତୋଷ କୁମାର ସାହୁ ଶୈରେନ୍ଦ୍ରୀଙ୍କୁ ବିଜୟୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri