ଭାଜପା ଦଖଲରେ ପରଜଙ୍ଗ

ପରଜଙ୍ଗ, ୧୩।୩(ଡି.ଏନ୍‌.ଏ.): ଦୀର୍ଘ ୨୦ବର୍ଷ ପରେ ବଦଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ପଞ୍ଚାୟତ ସମିତିର ରାଜନୈତିକ ସମୀକରଣ। ବିଜେଡି ଗଡ଼ ଭାବେ ପରିଚିତ ଏହି ବ୍ଲକର ସମିତି ଅଧ୍ୟକ୍ଷା ପଦବୀ ହାତେଇ ନେଇଛି ଭାଜପା। କଙ୍କଡ଼ାସୋଡ଼ା ପଞ୍ଚାୟତର ସମିତିସଭ୍ୟା ତଥା ଭାଜପା ନେତ୍ରୀ ଶର୍ମିଷ୍ଠା ଦଳବେହେରା ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। କଙ୍କିଳି ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟା ମମତା ପାଣି ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେ ଶର୍ମିଷ୍ଠାଙ୍କଠାରୁ ୧୮-୧୧ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଦୀର୍ଘ ଦୁଇଦଶନ୍ଧି ପରେ ବ୍ଲକ ଅଧ୍ୟକ୍ଷ ପଦବୀରୁ ବିଜେଡି କ୍ଷମତାଚ୍ୟୁତ ହେବା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡା. ନୃସିଂହ ଚରଣ ସାହୁଙ୍କ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଥିବା ବେଳେ ଭାଜପା ଶିବିରରେ ଉତ୍ସାହ ଦେଖାଦେଇଛି।
ଅଧ୍ୟକ୍ଷ ପଦବୀରେ ନିର୍ବାଚନ ଲାଗି ଶନିବାର ବ୍ଲକ ସଭାଗୃହ ପରିସରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଜ୍ଞାତବାସରେ ଥିବା ବ୍ଲକର ମୋଟ୍‌ ୨୯ ସମିତିସଭ୍ୟ ସିଧାସଳଖ ଆସି ପହଞ୍ଚତ୍ଥିଲେ। ଭାଜପା ନିକଟରେ ମ୍ୟାଜିକ୍‌ ସଂଖ୍ୟା ପାଇଁ ୧୭ଜଣଙ୍କ ସମର୍ଥନ ରହିଥିବା ସତ୍ତ୍ୱେ ବିଜେଡି ତରଫରୁ ମମତା ପ୍ରାର୍ଥୀ ହୋଇଥିଲେ। ନିର୍ଦ୍ଧାରିତ ସମୟରେ ଶର୍ମିଷ୍ଠା ଏବଂ ମମତା ନାମାଙ୍କନପତ୍ର ଦାଖଲ କରିଥିଲେ। ଶର୍ମିଷ୍ଠାଙ୍କୁ ୧୮ ଏବଂ ମମତାଙ୍କୁ ୧୧ ଖଣ୍ଡ ଭୋଟ ମିଳିଥିଲା। ଅଜ୍ଞାତବାସରେ ବିଜେଡି ଶିବିରରେ ୧୨ ସମିତିସଭ୍ୟ ଥିବା ବେଳେ ଜଣେ କ୍ରସ୍‌ ଭୋଟିଂ କରିଥିଲେ। ସବୁଠାରୁ ରୋଚକ କଥା, ବ୍ଲକ କାର୍ଯ୍ୟାଳୟ ବାହାରେ ଶର୍ମିଷ୍ଠାଙ୍କ ହଜାର ହଜାର ସମର୍ଥକ ରହିଥିବାବେଳେ ମମତାଙ୍କୁ ନୈତିକ ସମର୍ଥନ ଜଣାଇବାକୁ କୌଣସି ଦଳୀୟ ନେତା କି କର୍ମୀ ନ ଥିଲେ। ଆବଶ୍ୟକ ସମର୍ଥନ ନ ଥିବା ସତ୍ତ୍ୱେ ମମତାଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ବିଜୟ ପରେ ନବ ନିର୍ବାଚିତା ଅଧ୍ୟକ୍ଷା ଶର୍ମିଷ୍ଠା ନିଜ ପ୍ରତିକ୍ରିୟାରେ କୁହନ୍ତି, ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଅବହେଳିତ ବର୍ଗଙ୍କୁ ସହାୟତା ଯୋଗାଇଦେବା, ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri