ଆମ ଜିଲା ଖବର

ଜଗତ୍‌ସିଂହପୁର ପୌର ପରିଷଦ: ୨ନଂ. ୱାର୍ଡରେ ହେବ ଜୋରଦାର ଲଢ଼େଇ

ଜଗତ୍‌ସିଂହପୁର ଅଫିସ, ୧୪ା୩: ଜଗତ୍‌ସିଂହପୁର ପୌର ପରିଷଦ ୨ନଂ. ୱାର୍ଡ ଉପରେ ଲୋକଙ୍କ ନଜର। କାରଣ ଏହି ୱାର୍ଡଟି କଂଗ୍ରେସର ଦୁର୍ଗ ଥିଲା। ଜଗତ୍‌ସିଂହପୁର ଏନ୍‌ଏସିରୁ ପୌର ପରିଷଦ ହେବା ପର୍ଯ୍ୟନ୍ତ କେବଳ ଥରେ ଅଣ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଅବଶିଷ୍ଟ…

ସରୁନି ଗ୍ରାମ୍ୟ ସଂଯୋଗୀକରଣ ରାସ୍ତା କାର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ,୧୪ା୩: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ନନ୍ଦଲାଲପାଟଣା ତାରିଣୀ ଛକ ପର୍ଯ୍ୟନ୍ତ ମାଟି ମୋରମ ରାସ୍ତା ଆବଶ୍ୟକ। ଏହି ରାସ୍ତା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରସ୍ତାବ ଆଗତ ହୋଇଛି। ଏହି ପ୍ରସ୍ତାବକୁ ଇତିମଧ୍ୟରେ ୫ ବର୍ଷ…

ରୋଗୀ-ଡାକ୍ତର ହାତାହାତି

ଭବାନୀପାଟଣା,୧୪ା୩(ସ୍ବ.ପ୍ର.): ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଏପରି ଅଦ୍ଭୁତ କାଣ୍ଡ ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରାଲ ହେବାର ଲାଗିଛି। ସୂଚନାନୁଯାୟୀ, ରବିବାର ରାତିରେ…

ସ୍ତ୍ରୀଙ୍କୁ ମାଡ଼ମାରି ଗାତରେ ଫିଙ୍ଗିଦେଲେ ସ୍ବାମୀ

କାମାକ୍ଷାନଗର,୧୪ା୩(ଡି.ଏନ୍‌.ଏ): ପିଶାଚ ସ୍ବାମୀଙ୍କ ଉନ୍ମୁତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ବାଡ଼ିପଟ ଗାତରେ ପକାଇ ଦେଇଛନ୍ତି ସ୍ବାମୀ। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ କାଣ୍ଡ। ବାପଘର ଲୋକେ ଗୁରୁତର ଅବସ୍ଥାରେ ଝିଅଙ୍କୁ ଉଦ୍ଧାର…

ମଣ୍ଡିରୁ ଧାନ ନ ଉଠିଲେ ଆନ୍ଦୋଳନ

ବୋଲଗଡ଼,୧୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ମଣ୍ଡିରେ ଧାନବସ୍ତା ରଖି ଚାଷୀ ଜଗି ବସିଥିବା ବେଳେ ମିଲର୍ସଙ୍କ ଦେଖା ମିଳୁନାହିଁ। ଫଳରେ ଚାଷୀ ମଣ୍ଡିରେ ଧାନ ଦେଇ ନ ପାରି ଶୋଷଣର ଶିକାର ହେଉଛି। ଟୋକନ…

ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ବାଧୀନ

ଖୋର୍ଦ୍ଧା ଅଫିସ,୧୪ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ। ଟିକେଟ ବଣ୍ଟନକୁ କେନ୍ଦ୍ର କରି ଭାଜପା ଓ ବିଜେଡିରୁ ଏକାଧିକ ଅସନ୍ତୁଷ୍ଟ କର୍ମୀ ମଇଦାନକୁ ଓହ୍ଲାଇଛନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବା ପରେ ସ୍ପଷ୍ଟ ଚିତ୍ର…

ଜିଲାପାଳଙ୍କ ପିଏ ହତ୍ୟା ମାମଲା: ରିପୋର୍ଟ ଦାଖଲ ନେଇ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଜୟପୁର ୧୪ା୩ (ନି.ପ୍ର.): ମାଲକାନଗିରିର ପୂର୍ବତନ ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ପିଏ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ହସ୍ତକ୍ଷେପ କରି ଅଭିଯୁକ୍ତ ଏଯାଏ ଗିରଫ ହୋଇ ନ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।…

ବେଗୁନିଆ ସରପଞ୍ଚଙ୍କ ସମେତ ୨ ଗିରଫ

ବେଗୁନିଆ,୧୪ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଶନିବାର ଘୋଷଣା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଭଙ୍ଗାରୁଜା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ସାରୁଅ ଗ୍ରାମର ସମ୍ବିିତ୍‌ କୁମାର ମହାଭୋଇଙ୍କ ଅଭିଯୋଗକ୍ରମେ ବେଗୁନିଆ ପୋଲିସ…

ପୁଞ୍ଜିଭୂତ ଜନଅସନ୍ତୋଷର ପ୍ରତିଫଳନ

ଖୋର୍ଦ୍ଧା ଅଫିସ,୧୪ା୩: ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଚାଲୁଥିବାବେଳେ ବ୍ଲକ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରକୁ ବିଧାୟକ ଜଗଦ୍ଦେବ ଗାଡ଼ି…

ଏମ୍‌ସିଏଲ୍‌ ସର୍ବବୃହତ୍‌ କୋଇଲା ଉତ୍ପାଦନକାରୀ କମ୍ପାନୀ

ତାଳଚେର,୧୪ା୩(ଡି.ଏନ.ଏ.): ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନରେ ୧୫୭ ମିଲିୟନ୍‌ ଟନ୍‌ ଅତିକ୍ରମ କରି ଦେଶର ଅଗ୍ରଣୀ କୋଇଲା ଉତ୍ପାଦନକାରୀ କମ୍ପାନୀ ହୋଇପାରିଛି। ଗତ ୧୨ ତାରିଖ ସୁଦ୍ଧା କମ୍ପାନୀ ଶୁଖିଲା ଇନ୍ଧନର ୭.୬୨…

ଚିଲିକା ମଝିରେ ଅଟକିଲା ଭସାପୋଲ

କୃଷ୍ଣପ୍ରସାଦ,୧୪ା୩(ଡି.ଏନ୍‌.ଏ.): ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ (ଭେସେଲ)। ରବିବାର ଅପରାହ୍ନ ୫ଟାରେ ଏକ ପର୍ଯ୍ୟଟକ ବସ୍‌, ୧୫ଟି ଦୁଇଚକିଆ ଯାନ ଏବଂ ୩୦ଜଣ ଯାତ୍ରୀଙ୍କୁ ନେଇ ଭସାପୋଲଟି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ସାତପଡ଼ାରୁ ଚିଲିକାରେ ଜହ୍ନିକୁଦା ଅଭିମୁଖେ…

ରାୟଗଡ଼ାର ସରସ୍ବତୀ ସର୍ବକନିଷ୍ଠା ଜିଲା ପରିଷଦ ସଭାପତି

ରାୟଗଡ଼ା ଅଫିସ,୧୪ା୩: ରାୟଗଡ଼ା ଜିଲା ପରିଷଦ ସଭାପତି ରୂପେ କାଶୀପୁର ବ୍ଲକ ‘ଗ’ ଜୋନ୍‌ର ଜିଲା ପରିଷଦ ସଭ୍ୟା ସରସ୍ବତୀ ମାଝି ନିର୍ବାଚିତ ହୋଇଛନ୍ତି। ବିଜେଡିରୁ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଏହି ଆସନ ହାତେଇବାରେ ସଫଳ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?