ହାଇ ଭୋଲ୍‌ଟେଜ ଡ୍ରାମାରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଗୁଣପୁର,୧୩।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହାଇ ଭୋଲ୍‌ଟେଜ ଡ୍ରାମାରେ ଶେଷ ହୋଇଛି। ରବିଶଙ୍କର ଗମାଙ୍ଗ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହେବାରେ ସଫଳ ହୋଇଛନ୍ତି। ଗତ ନିର୍ବାଚନରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ଦଖଲରେ ରହିଥିଲା। ଚଳିତ ନିର୍ବାଚନରେ ‘ଏ’ ଜୋନ୍‌ରେ କଂଗ୍ରେସ ଏବଂ ‘ବି’ ଜୋନ୍‌ରେ ବିଜେଡି ବିଜୟୀ ହୋଇଥିଲା। ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେଡି ସଫଳ ହୋଇନାହିଁ। ଏହି ନିର୍ବାଚନରେ ବିଜେଡିକୁ ରାମନାଗୁଡ଼ା ବ୍ଲକରେ ଶକ୍ତ ଝଟକା ଲାଗିଛି। ଜିଲା ସମ୍ପାଦକ ଗଗନ ଆଚାର୍ଯ୍ୟ ଜିଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ୱିତା କରି ହାରି ଯାଇଛନ୍ତି।
ଏପରି ରାଜନୈତିକ ଘଟଣାକ୍ରମ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳଗୁଡ଼ିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଥିଲା। ଭାଜପା ସମ୍ପାଦକ ରବିଶଙ୍କର ଗମାଙ୍ଗ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ସମର୍ଥନରେ ସେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ହେବାରେ ସଫଳ ହୋଇଛନ୍ତି। ସେ ୮ଖଣ୍ଡ ଭୋଟ ପାଇଛନ୍ତି। ଅପରପକ୍ଷେ କଂଗ୍ରେସ ସମର୍ଥନରେ ପାରିଖିତି ପଞ୍ଚାୟତରୁ ବିଜୟ ଲାଭ କରିଥିବା ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା ବିଜେଡି ସହଯୋଗରେ ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ ହୋଇଥିଲେ। ସେ ୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ତେବେ ଅଧ୍ୟକ୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯଥା ଶୁକ୍ରବାର ହାଇ ଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ରବିଶଙ୍କର ଗମାଙ୍ଗ ଏବଂ ତାଙ୍କ ସମର୍ଥକମାନେ ଗୁଣପୁର ଥାନାକୁ ରାତି ତମାମ ଘେରାଉକରି ଜଗି ରହିଥିଲେ। ବୁତିଂ ପଞ୍ଚାୟତର ସମିତି ସଭ୍ୟ ଆପାରାଓ ପାତିକାଙ୍କୁ ଛାଡ଼ିବା ଦାବିରେ ଧାରଣା ଦେଇଥିଲେ। ଆପାରାଓଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ମା’ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଗୁଣପୁର ପୋଲିସ ଫୋନ୍‌ ଟ୍ରାକିଂ କରି ତାଙ୍କୁ ଗାରାବନ୍ଧ ଅଞ୍ଚଳରୁ ଧରି ଗୁଣପୁର ଥାନାକୁ ଆଣି ରଖିଥିଲେ। ଏହାକୁ ନେଇ ରବିଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଆପାରାଓଙ୍କୁ ଛାଡ଼ିବା ଦାବିରେ ସେମାନେ ଧାରଣାରେ ବସିଥିଲେ। ହେଲେ ପୋଲିସ ତାଙ୍କୁ ଛାଡ଼ି ନ ଥିଲା। ଶନିବାର ସକାଳେ ପୋଲିସ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାମନାଗୁଡ଼ା ବ୍ଲକଠାରେ ନିର୍ବାଚନ ସମୟରେ ପହଞ୍ଚାଇଥିଲା। ଏହାପରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ରବିଶଙ୍କର ଗମାଙ୍ଗ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଅପହରଣ ଅଭିଯୋଗକୁ ନେଇ ଆପାରାଓ କହିଛନ୍ତି, ତାଙ୍କୁ ଅପହରଣ କରାଯାଇ ନ ଥିଲା। ନିର୍ବାଚନ ପରେ ସମସ୍ତ ସମିତିସଭ୍ୟ ବୁଲିବାକୁ ଯାଇଥିଲୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସଆଇଆର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ: ଗୁଡ଼ାରି BDO, ଇଓଙ୍କୁ ପୁରସ୍କୃତ କଲେ ଉପଜିଲାପାଳ

ଗୁଡାରି,୪।୧୦(ପ୍ରମୋଦ କୁମାର ପତି ): ସରକାରଙ୍କ ଏସଆଇଆର କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଗୁଡାରି ବିଡ଼ିଓ ତଥା ଏଇଆର ଓ ଶୁଚିସ୍ମିତା ବେହେରା ଏବଂ ଏନଏସି କାର୍ଯ୍ୟ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳୁଛି ସମୀକରଣ: କଂଗ୍ରେସ ଛାଡି ଭାଜପାରେ ମିଶିଲେ…

​କଲ୍ୟାଣସିଂହପୁର,୪।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖାଣ୍ଡି ପଞ୍ଚାୟତର ଆଲିଜିନିଗୁଡ଼ା ଆମ୍ବତୋଟା ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ବିଶାଳ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

ସିଡିପିଓ ମମତାରାଣୀ ଦାସଙ୍କ ଗୁଣୁପୁର ବଦଳି, କଲ୍ୟାଣସିଂହପୁରରେ ସମ୍ବର୍ଦ୍ଧନା….

କଲ୍ୟାଣସିଂହପୁର,୨।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) କାର୍ଯ୍ୟାଳୟ ପରିସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମମତାରାଣୀ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?