ମହିଳାଙ୍କ ହାତରେ ୭ ସମିତି

ଢେଙ୍କାନାଳ ଅଫିସ, ୧୩।୩: ଢେଙ୍କାନାଳ ଜିଲାରେ ଶନିବାର ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଢେଙ୍କାନାଳ ସଦର, ଗଁଦିଆ, ଓଡ଼ାପଡ଼ା, ଭୁବନ ଏବଂ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପରଜଙ୍ଗ, କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ବ୍ଲକରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୮ ବ୍ଲକ ମଧ୍ୟରୁ ୭ଟିରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୨୦ବର୍ଷ ପରେ ଶାସକ ଦଳ ହାତରୁ ଖସିଯାଇଛି ପରଜଙ୍ଗ ବ୍ଲକ। ଏଠାରେ ଭାଜପା ସମର୍ଥିତ ପ୍ରାର୍ଥୀ ଶର୍ମିଷ୍ଠା ଦଳବେହେରା ବିଜୟୀ ହୋଇଛନ୍ତି। ୭ ବ୍ଲକର ଅଧ୍ୟକ୍ଷା ଭାବେ ମହିଳା ନିର୍ବାଚିତ ହେବା ଜିଲା ଇତିହାସରେ ବିରଳ ବୋଲି କୁହାଯାଉଛି।
ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡି ସମର୍ଥତ୍ତ ଶୁଆଖାଇକାଟେଣୀ ପଞ୍ଚାୟତର ସମିତିସଭ୍ୟା ରାଜଶ୍ରୀ ନାୟକ। ମୋଟ୍‌ ୩୦ ପଞ୍ଚାୟତରୁ ୨୯ଜଣ ସମିତିସଭ୍ୟାସଭ୍ୟ ଉପସ୍ଥିତ ଥିବାବେଳେ ଏକମାତ୍ର ପ୍ରାର୍ଥତ୍ନୀ ଭାବେ ରାଜଶ୍ରୀ ନାମାଙ୍କନ ଦାଖଲ କରିଥିଲେ। ଗଁଦିଆ ବ୍ଲକ ମନ୍ଦାର ପଞ୍ଚାୟତର ରୀନାରାଣୀ ଖଟୁଆ ଏକମାତ୍ର ପ୍ରାର୍ଥତ୍ନୀ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୨୯ ପଞ୍ଚାୟତର ସମିତିସଭ୍ୟଙ୍କ ମଧ୍ୟରୁ ୨୬ ଜଣ ଉପସ୍ଥିତ ଥିଲେ। ଓଡ଼ାପଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ଲଗାତର ୩ଥର ଜିତି ହ୍ୟାଟ୍ରିକ୍‌ କରିଛନ୍ତି ସସ୍ମିତା ମହାନ୍ତି। ଘଟିପିରି ସମିତିସଭ୍ୟା ସସ୍ମିତା ଏକମାତ୍ର ପ୍ରାର୍ଥତ୍ନୀ ଭାବେ ଅଧ୍ୟକ୍ଷା ପଦବୀରେ ନାମାଙ୍କନ ଦାଖଲ କରିଥିଲେ। ବ୍ଲକର ମୋଟ ୨୮ଜଣ ସମିତିସଭ୍ୟଙ୍କ ମଧ୍ୟରୁ ୨୭ ଜଣ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଭୁବନ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜମୁନାକୋଟ ପଞ୍ଚାୟତର ସମିତିସଭ୍ୟା ସିପ୍ରା ବରାଳ। ତାଙ୍କ ବିରୋଧରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ଅଧିକାରୀ ତଥା କଙ୍କଡ଼ାହାଡ଼ ବିଡିଓ ବୁଲ୍‌ବୁଲ୍‌ ବେହେରା ତାଙ୍କୁ ବିଜୟୀ ଘୋଷଣା କରିଥିଲେ। ସିପ୍ରା ୨୦୦୭ରେ ଭୁବନ ବ୍ଲକ ୨ନଂ. ଜୋନ୍‌ରୁ ଜିଲା ପରିଷଦ ଏବଂ ୨୦୧୨ରେ ଜମୁନାକୋଟ ସମିତିସଭ୍ୟା ଭାବେ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ତାଙ୍କ ସ୍ବାମୀ ଧର୍ମାନନ୍ଦ ବରାଳ ଭୁବନ ବ୍ଲକର ଅଧ୍ୟକ୍ଷ ଥିଲେ। ବିଜେଡିରେ ଗୋଷ୍ଠୀ ବିବାଦ ମଧ୍ୟରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବାବନ୍ଧ ସମିତିସଭ୍ୟା ସସ୍ମିତା ନାଏକ। ବିଧାୟିକା ସୀମାରାଣୀ ନାୟକଙ୍କ ସମର୍ଥନରେ ଜିତିଥିବା ସସ୍ମିତା ଏକମାତ୍ର ପ୍ରାର୍ଥୀ ଭାବେ ଅଧ୍ୟକ୍ଷା ପଦବୀ ଲାଗି ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ ତଥା ବିଡିଓ କ୍ଷୀରାବ୍ଧି ତନୟା ସାହୁ ତାଙ୍କୁ ଅଧ୍ୟକ୍ଷା ପଦବୀରେ ବିଜୟୀ ଘୋଷଣା କରିଥିଲେ। କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷା ଭାବେ ବାଲିଗୋରଡ଼ ସମିତିସଭ୍ୟ ପ୍ରେମାନନ୍ଦ ସାହୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ସ୍ବାଧୀନ ପ୍ରାର୍ଥୀ ତୁମୁସିଙ୍ଗା ପଞ୍ଚାୟତର ସମିତିସଭ୍ୟ ସର୍ବେଶ୍ୱର ସେଠୀଙ୍କୁ ୧୭-୪ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗୋଟିଏ ଭୋଟ ନାକଚ ହୋଇଥିଲା। ପରଜଙ୍ଗ ବିଡିଓ ତଥା ନିର୍ବାଚନ ଅଧିକାରୀ ବିନୋଦ ବିହାରୀ ବେହେରା ସମସ୍ତ ଦାୟିତ୍ୱ ତୁଲାଇଥିଲେ। ବିଜେଡି ନେତା ପ୍ରେମାନନ୍ଦ ୨୦୧୨ରେ ବାଲିଗୋରଡ଼ ସରପଞ୍ଚ, ୨୦୧୭ରେ ବ୍ଲକର ୧ନଂ. ଜୋନ୍‌ରୁ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ପ୍ରେମାନନ୍ଦ ନିଜ ପ୍ରତିକ୍ରିୟାରେ କୁହନ୍ତି, ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସହଯୋଗରେ ସେ ଅଞ୍ଚଳର ବିକାଶ ଲାଗି କାମ କରିବେ।
କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ବାଲିକୁମା ସମିତିସଭ୍ୟା ଚାରୁଲତା ମିଶ୍ର। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଙ୍କଡ଼ାହାଡ଼ ସମିତିସଭ୍ୟା ଦୀପା ସାହୁଙ୍କୁ ୧୨-୮ ବ୍ୟବଧାନରେ ପରାସ୍ତ କରିଛନ୍ତି। ଝିଲ୍ଲି ସମିତିସଭ୍ୟା ଅନୁପସ୍ଥିତ ଥିଲେ। ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଭୁବନ ବିଡିଓ ଆଶୀର୍ବାଦ ବେହେରା ବିଜୟୀ ଅଧ୍ୟକ୍ଷା ଚାରୁଲତାଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ ଚାରୁଲତା ବ୍ଲକର ୩ନଂ. ଜୋନ୍‌ରୁ ଜିଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ। ଚାରୁଲତା ନିଜ ପ୍ରତିକ୍ରିୟାରେ କୁହନ୍ତି, ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏବଂ ବିଧାୟକ ଡା. ନୃସିଂହ ଚରଣ ସାହୁଙ୍କ ଆଶୀର୍ବାଦରୁ ତାଙ୍କୁ ଏହି ସଫଳତା ମିଳିଛି। ବ୍ଲକର ବିକାଶ ଲାଗି ସେ ପ୍ରାଣପଣେ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ହିନ୍ଦୋଳ,୩୧।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତା ହରିହରପୁର ଗ୍ରାମ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ...

ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କାମାକ୍ଷାନଗର,୧୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଶୁକ୍ରବାର ରାତିରେ ଟ୍ରକ୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍‌ ଆରୋହୀ ଆଳତୁମା...

ଗଛରେ ପିଟିହେଲା କାର୍‌, ୨ ମୃତ, ୩ ଗୁରୁତର

ଢେଙ୍କାନାଳ,୧୮ା୬ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ମହୁଲପୁଞ୍ଜିଠାରେ ରବିବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।...

ନାକେଦମ କଲାଣି ଦନ୍ତା

ଢେଙ୍କାନାଳ ଅଫିସ, ୧୪।୧୨ ହାତୀ ମୁହଁରୁ ଫସଲ, ଧନଜୀବନ ସୁରକ୍ଷା ଲାଗି ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଗାଡ଼ି ଏବଂ...

୧ ଲକ୍ଷ ୯୦ ହଜାର ଟଙ୍କାର ଜାଲ୍‌ନୋଟ ଜବତ: ବନ୍ଧା ହେଲେ ଯୁବକ

ଢେଙ୍କାନାଳ ଅଫିସ,୧୭।୧୨: ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଜାଲ୍‌ନୋଟ ପୋଲିସ ଜବତ କରିଛି। ସଦର ଥାନା ଅଧୀନ ଭାପୁର ରଥପଦା ଅଞ୍ଚଳରେ ପୋଲିସର...

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ: ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୮।୧୦- କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା...

ନେତାଙ୍କ ସହ ଘର ଘର ବୁଲୁଛନ୍ତି ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୬।୩ – ଆସନ୍ତା ୨୪ ତାରିଖରେ ହେବ ଭୋଟଗ୍ରହଣ। ତେଣୁ ହାତରେ ଆଉ ଅଧିକ ଦିନ ନ ଥିବାରୁ ଢେଙ୍କାନାଳ ପୌରାଞ୍ଚଳରେ ନିର୍ବାଚନ ପ୍ରଚାର...

୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳରେ କାୟା ବିସ୍ତାର କଲାଣି ଧଳା ଜହର ଚେର। ଶନିବାର ସ୍ଥାନୀୟ ବାଜିଚୌକଠାରୁ ଅବକାରୀ ବିଭାଗ ଏବଂ ଟାଉନ ଥାନା ପୋଲିସ ଚଢ଼ାଉ...

Advertisement
Archives

Model This Week