ମହିଳାଙ୍କ ହାତରେ ୭ ସମିତି

ଢେଙ୍କାନାଳ ଅଫିସ, ୧୩।୩: ଢେଙ୍କାନାଳ ଜିଲାରେ ଶନିବାର ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଢେଙ୍କାନାଳ ସଦର, ଗଁଦିଆ, ଓଡ଼ାପଡ଼ା, ଭୁବନ ଏବଂ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପରଜଙ୍ଗ, କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ବ୍ଲକରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୮ ବ୍ଲକ ମଧ୍ୟରୁ ୭ଟିରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୨୦ବର୍ଷ ପରେ ଶାସକ ଦଳ ହାତରୁ ଖସିଯାଇଛି ପରଜଙ୍ଗ ବ୍ଲକ। ଏଠାରେ ଭାଜପା ସମର୍ଥିତ ପ୍ରାର୍ଥୀ ଶର୍ମିଷ୍ଠା ଦଳବେହେରା ବିଜୟୀ ହୋଇଛନ୍ତି। ୭ ବ୍ଲକର ଅଧ୍ୟକ୍ଷା ଭାବେ ମହିଳା ନିର୍ବାଚିତ ହେବା ଜିଲା ଇତିହାସରେ ବିରଳ ବୋଲି କୁହାଯାଉଛି।
ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡି ସମର୍ଥତ୍ତ ଶୁଆଖାଇକାଟେଣୀ ପଞ୍ଚାୟତର ସମିତିସଭ୍ୟା ରାଜଶ୍ରୀ ନାୟକ। ମୋଟ୍‌ ୩୦ ପଞ୍ଚାୟତରୁ ୨୯ଜଣ ସମିତିସଭ୍ୟାସଭ୍ୟ ଉପସ୍ଥିତ ଥିବାବେଳେ ଏକମାତ୍ର ପ୍ରାର୍ଥତ୍ନୀ ଭାବେ ରାଜଶ୍ରୀ ନାମାଙ୍କନ ଦାଖଲ କରିଥିଲେ। ଗଁଦିଆ ବ୍ଲକ ମନ୍ଦାର ପଞ୍ଚାୟତର ରୀନାରାଣୀ ଖଟୁଆ ଏକମାତ୍ର ପ୍ରାର୍ଥତ୍ନୀ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୨୯ ପଞ୍ଚାୟତର ସମିତିସଭ୍ୟଙ୍କ ମଧ୍ୟରୁ ୨୬ ଜଣ ଉପସ୍ଥିତ ଥିଲେ। ଓଡ଼ାପଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ଲଗାତର ୩ଥର ଜିତି ହ୍ୟାଟ୍ରିକ୍‌ କରିଛନ୍ତି ସସ୍ମିତା ମହାନ୍ତି। ଘଟିପିରି ସମିତିସଭ୍ୟା ସସ୍ମିତା ଏକମାତ୍ର ପ୍ରାର୍ଥତ୍ନୀ ଭାବେ ଅଧ୍ୟକ୍ଷା ପଦବୀରେ ନାମାଙ୍କନ ଦାଖଲ କରିଥିଲେ। ବ୍ଲକର ମୋଟ ୨୮ଜଣ ସମିତିସଭ୍ୟଙ୍କ ମଧ୍ୟରୁ ୨୭ ଜଣ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଭୁବନ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜମୁନାକୋଟ ପଞ୍ଚାୟତର ସମିତିସଭ୍ୟା ସିପ୍ରା ବରାଳ। ତାଙ୍କ ବିରୋଧରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ଅଧିକାରୀ ତଥା କଙ୍କଡ଼ାହାଡ଼ ବିଡିଓ ବୁଲ୍‌ବୁଲ୍‌ ବେହେରା ତାଙ୍କୁ ବିଜୟୀ ଘୋଷଣା କରିଥିଲେ। ସିପ୍ରା ୨୦୦୭ରେ ଭୁବନ ବ୍ଲକ ୨ନଂ. ଜୋନ୍‌ରୁ ଜିଲା ପରିଷଦ ଏବଂ ୨୦୧୨ରେ ଜମୁନାକୋଟ ସମିତିସଭ୍ୟା ଭାବେ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ତାଙ୍କ ସ୍ବାମୀ ଧର୍ମାନନ୍ଦ ବରାଳ ଭୁବନ ବ୍ଲକର ଅଧ୍ୟକ୍ଷ ଥିଲେ। ବିଜେଡିରେ ଗୋଷ୍ଠୀ ବିବାଦ ମଧ୍ୟରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବାବନ୍ଧ ସମିତିସଭ୍ୟା ସସ୍ମିତା ନାଏକ। ବିଧାୟିକା ସୀମାରାଣୀ ନାୟକଙ୍କ ସମର୍ଥନରେ ଜିତିଥିବା ସସ୍ମିତା ଏକମାତ୍ର ପ୍ରାର୍ଥୀ ଭାବେ ଅଧ୍ୟକ୍ଷା ପଦବୀ ଲାଗି ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ ତଥା ବିଡିଓ କ୍ଷୀରାବ୍ଧି ତନୟା ସାହୁ ତାଙ୍କୁ ଅଧ୍ୟକ୍ଷା ପଦବୀରେ ବିଜୟୀ ଘୋଷଣା କରିଥିଲେ। କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷା ଭାବେ ବାଲିଗୋରଡ଼ ସମିତିସଭ୍ୟ ପ୍ରେମାନନ୍ଦ ସାହୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ସ୍ବାଧୀନ ପ୍ରାର୍ଥୀ ତୁମୁସିଙ୍ଗା ପଞ୍ଚାୟତର ସମିତିସଭ୍ୟ ସର୍ବେଶ୍ୱର ସେଠୀଙ୍କୁ ୧୭-୪ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗୋଟିଏ ଭୋଟ ନାକଚ ହୋଇଥିଲା। ପରଜଙ୍ଗ ବିଡିଓ ତଥା ନିର୍ବାଚନ ଅଧିକାରୀ ବିନୋଦ ବିହାରୀ ବେହେରା ସମସ୍ତ ଦାୟିତ୍ୱ ତୁଲାଇଥିଲେ। ବିଜେଡି ନେତା ପ୍ରେମାନନ୍ଦ ୨୦୧୨ରେ ବାଲିଗୋରଡ଼ ସରପଞ୍ଚ, ୨୦୧୭ରେ ବ୍ଲକର ୧ନଂ. ଜୋନ୍‌ରୁ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ପ୍ରେମାନନ୍ଦ ନିଜ ପ୍ରତିକ୍ରିୟାରେ କୁହନ୍ତି, ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସହଯୋଗରେ ସେ ଅଞ୍ଚଳର ବିକାଶ ଲାଗି କାମ କରିବେ।
କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ବାଲିକୁମା ସମିତିସଭ୍ୟା ଚାରୁଲତା ମିଶ୍ର। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଙ୍କଡ଼ାହାଡ଼ ସମିତିସଭ୍ୟା ଦୀପା ସାହୁଙ୍କୁ ୧୨-୮ ବ୍ୟବଧାନରେ ପରାସ୍ତ କରିଛନ୍ତି। ଝିଲ୍ଲି ସମିତିସଭ୍ୟା ଅନୁପସ୍ଥିତ ଥିଲେ। ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଭୁବନ ବିଡିଓ ଆଶୀର୍ବାଦ ବେହେରା ବିଜୟୀ ଅଧ୍ୟକ୍ଷା ଚାରୁଲତାଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ ଚାରୁଲତା ବ୍ଲକର ୩ନଂ. ଜୋନ୍‌ରୁ ଜିଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ। ଚାରୁଲତା ନିଜ ପ୍ରତିକ୍ରିୟାରେ କୁହନ୍ତି, ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏବଂ ବିଧାୟକ ଡା. ନୃସିଂହ ଚରଣ ସାହୁଙ୍କ ଆଶୀର୍ବାଦରୁ ତାଙ୍କୁ ଏହି ସଫଳତା ମିଳିଛି। ବ୍ଲକର ବିକାଶ ଲାଗି ସେ ପ୍ରାଣପଣେ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri