୨ଘଣ୍ଟା ମୃତ ସାଥୀକୁ ଜଗି ରହିଲା ପାରା

ଉମରକୋଟ, ୧୩।୩(ସ୍ବ.ପ୍ର.): କଥା କହି ପାରୁ ନ ଥିଲେ ବି ପଶୁପକ୍ଷୀଙ୍କ ଭିତରେ ରହିଛି ସ୍ନେହ ଶ୍ରଦ୍ଧାର ଆବେଗ। ମଣିଷ ଯେପରି ନିଜ ପରିଚିତ, ସାଙ୍ଗ ସାଥୀ ତଥା ଖାସ୍‌ ଲୋକଙ୍କୁ ହରାଇ ଭାଙ୍ଗିପଡେ ଠିକ୍‌ ସେହିପରି ଏକ ପାରା ନିଜ ମୃତ ସାଥୀ ପାଖରେ ପ୍ରାୟ ୨ଘଣ୍ଟା ବସିଥିବା ଦେଖାଦେଇଛି ଏହା ହେଉଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ଘଟଣା।
ଶନିବାର ସକାଳ ପ୍ରାୟ ୯ଟାରେ କରେଣ୍ଟ ଲାଗି ଗୋଟିଏ ପାରାର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଆଉ ଏକ ପାରା ପ୍ରାୟ ୨ଘଣ୍ଟା ମୃତଦେହକୁ ଜଗି ରହିଥିଲା। ଏହାମଧ୍ୟରେ ଜଗିଥିବା ପାରାଟି ମୃତ ସାଥୀ ପାରାକୁ ଉଠାଇବାକୁ ଶତ ଚେଷ୍ଟା କରିଥିଲା। ମୃତ ପାରାର ଚାରିପଟେ ବୁଲିବା ସହ ଉଠାଇବାକୁ ଥଣ୍ଟରେ ଖୁମ୍ପିବାର ଦୃଶ୍ୟ ସତରେ ଥିଲା କୋହଭରା। ଶତ ଚେଷ୍ଟା କରି ବିଫଳ ହେବା ପରେ ସାଥୀ ପାରାଟି ମୃତ ପାରା ପାଖରେ ଚୁପ୍‌ ହୋଇ ଛିଡା ହୋଇଥିଲା। ପ୍ରାୟ ୨ଘଣ୍ଟା ପରେ ମ୍ୟୁନିସିପାଲିଟି କର୍ମଚାରୀ ଆସି ପାରାର ମୃତଦେହକୁ ନେଇ ଯାଇଥିଲେ। ଏହା ପପେର ସାଥୀ ପାରାଟି ଉଡିଯାଇଥିଲା। କ୍ରୋଧ, ହିଂସାର ବଶବତ୍ତୀ ହୋଇ ମଣିଷ ମଣିଷକୁ ମାରିବାକୁ ପଛାଉନି। ଏହା ଭିତରେ ଆଜିର ଦୃଶ୍ୟରୁ ଆମକୁ ବହୁତ କିଛି ଶିଖିବାକୁ ଅଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?