ଗ୍ରାମବାସୀଙ୍କ ଦାବିକୁ ମାନିନେଲା କମ୍ପାନୀ

ମାଲକାନଗିରି,୧୩।୩ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ସାବେରୀ ନଦୀ ନିକଟବର୍ତ୍ତୀ କତାମାଟେରୁ ଗ୍ରାମରେ ବହୁଳ ପରିମାଣରେ ଚୂନପଥର ଗଚ୍ଛିତ ଥିବା ସର୍ଭେରୁ ଜଣାପଡିବା ପରେ ଏହାକୁ ୨୦୧୭ରେ ରାଜ୍ୟ ସରକାର ନିଲାମ କରିଥିଲେ। ଏହି ନିଲାମକୁ ଡାଲମିଆ ସିମେଣ୍ଟ କମ୍ପାନୀ ୧୨.୦୫ ପ୍ରତିଶତ ପ୍ରିମିୟମ ଦେଇ ୫୦ ବର୍ଷ ପାଇଁ ଲିଜ୍‌ରେ ନେଇଛି। ତେବେ ଏହି ଅଞ୍ଚଳରେ ବସବାସ କରୁଥିବା କତାମାଟେରୁ, ମାଟାପାକା, ନାମକୋଣ୍ଡା, ଆକରପାଲି, କୋୟାଗିରି, ପୁରୁଣାଗୁଡ଼ା ଗ୍ରାମବାସୀ ଏହାକୁ ବିରୋଧକରି ଆସୁଥିଲେ। ବିଶେଷକରି ଖଣି ଅଞ୍ଚଳରେ ଥିବା କତାମାଟେରୁ ଗ୍ରାମର ୨୦୦ ପରିବାର ବିସ୍ଥାପିତ ହେବା ଆଶଙ୍କା କରି ଖଣି କରାଇଦେବେ ନାହିଁ ବୋଲି ସେମାନେ ଏଥିପାଇଁ ବିଭିନ୍ନ ସମୟରେ ବସୁଥିବା ବୈଠକରେ ପ୍ରତିବାଦ କରି ଆସୁଥିଲେ। ଗତ ଦୁଇବର୍ଷ ମଧ୍ୟରେ କମ୍ପାନୀ କିମ୍ବା ଜିଲା ପ୍ରଶାସନ ଗ୍ରାମବାସୀଙ୍କ ଆଶଙ୍କା ଦୂରକରିବା ପାଇଁ ଗ୍ରାମରେ ଗ୍ରାମସଭା କିମ୍ବା ପଲ୍ଲିସଭା କରି ନ ଥିଲେ। ତେବେ ଶନିବାର ମାଟାପାକା ପଞ୍ଚାୟତର ଖଣି ଜନଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏଥିରେ କତାମାଟେରୁ ଗ୍ରାମ ବାସିନ୍ଦାଙ୍କ ସହ ମାଟାପାକା ପୂର୍ବତନ ସରପଞ୍ଚ, ନିଲିଗୁଡ଼ା ପୂର୍ବତନ ସରପଞ୍ଚ ଏବଂ ମାଟାପାକା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ବୁଦ୍ଧିଜୀବୀ, ଗ୍ରାମ ମୁଖିଆ, ଓ୍ବାର୍ଡମେମ୍ବରଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଉପସ୍ଥିତ ଥିଲେ। ଜନଶୁଣାଣିରେ ମାଲକାନଗିରି ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପ୍ରଶାନ୍ତ କର, ଡାଲମିଆ କମ୍ପାନୀର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ ରାଉତ, ଚନ୍ଦ୍ରଶେଖର, ମାଲକାନଗିରି ତହସିଲଦାର ଉପସ୍ଥିତ ଥିଲେ। ଶୁଣାଣି ବେଳେ କତାମାଟେରୁ ଓ ନିଲିଗୁଡ଼ାର ପୂର୍ବତନ ସରପଞ୍ଚଙ୍କ ସହ ୨୧ ଜଣ ସେମାନଙ୍କ ସମସ୍ୟା ସମ୍ପର୍କରେ ମତ ରଖିଥିଲେ। କତାମାଟେରୁରୁ ଗ୍ରାମବାସୀ ବିସ୍ଥାପିତ ନ ହେବା ନେଇ ସେମାନେ ଦାବି କରିଥିଲେ। ଏହି ଖଣିରୁ କଞ୍ଚାମାଲ ନେଇ କମ୍ପାନୀ ମାଲକାନଗିରି ଜିଲାରେ କାରଖାନା ନିର୍ମାଣ କରିବ। ଏହି କାରଖାନା ଏବଂ ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, କତାମାଟେରୁ ସହ ମାଟାପାକା ପଞ୍ଚାୟତର ଯୁବତୀ ଯୁବକଙ୍କୁ ଯୋଗ୍ୟତା ଅନୁଯାୟୀ ଚାକିରି, ମହିଳାଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ସେମାନଙ୍କ ଆର୍ଥତ୍କ ମାନଦଣ୍ଡରେ ଉନ୍ନତି କରିବା, ଉତ୍ତମ ଚିକିତ୍ସା, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା, ପଞ୍ଚାୟତରେ ଏକ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା, ରାସ୍ତା, ବିଦ୍ୟୁତ୍‌, ପାନୀୟ ଜଳ, ମୋବାଇଲ ନେଟ୍‌ଓ୍ବର୍କ, ଖଣି ପାଇଁ ଯାଉଥିବା ସେମାନଙ୍କ ଜମି ବଦଳରେ ଭଲ ଜମି କିମ୍ବା ୫ଗୁଣା ଅର୍ଥ କ୍ଷତିପୂରଣ ଦେବା, ସେହି ଅଞ୍ଚଳର ସମସ୍ତ ଛୋଟବଡ଼ କାର୍ଯ୍ୟ କମ୍ପାନୀ ଠିକାଦାର ମାଧ୍ୟମରେ ନ କରି ଗ୍ରାମ କମିଟି ମାଧ୍ୟମରେ କରିବା ନେଇ ଦାବି ଉପସ୍ଥାପନ କରିଥିଲେ। ଉପସ୍ଥିତ ଥିବା କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କ ଦାବିକୁ ମାନି ନେଇଥିଲେ। ମାଲକାନଗିରି ଜିଲାରେ ଏହି କାରଖାନା ପ୍ରତିଷ୍ଠା ହେଲେ କମ୍ପାନୀ ସ୍ଥାନୀୟ ଲୋକଙ୍କ ସମସ୍ୟା, ପରିବେଶ ପ୍ରତି ଅଧିକ ଗୁରୁତ୍ୱ ଦେବ। ଏହି ଜିଲା ରାଜ୍ୟରେ ଆର୍ଥତ୍କ, ସାମାଜିକ, ପରିବେଶ ଓ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦିନରେ ଏକ ନମ୍ବର ଜିଲା ଭାବେ ପରିଗଣିତ ହେବ ବୋଲି ସେ ପ୍ରକାଶ କରିଥିଲେ। ଶୁଣାଣି ବେଳେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାଲକାନଗିରି ଏସ୍‌ପିଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ୍‌, ଦୁଇଜଣ ଏସ୍‌ଡିପିଓ, ୧୦ଜଣ ଇନିସ୍ପେକ୍ଟରଙ୍କ ସମେତ ୨ଶହରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ସୂଚନାଯୋଗ୍ୟ, ଏହି ଖଣି ପାଇଁ ୮୦୧.୧୭୧ ହେକ୍ଟର ଜମି ଆବଶ୍ୟକ ଥିବା ବେଳେ ଏଥିରୁ ବେସରକାରୀ ଲୋକଙ୍କ ୧୪୮.୮୬୬ ଜମି ରହିଛି। ଅବଶିଷ୍ଟ ଜମି ସରକାରୀ ଏବଂ ପତ୍ର ଜଙ୍ଗଲ ରୂପେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?