Posted inTrending, ଖେଳ

ନ୍ୟୁଜିଲାଣ୍ଡର ଅହଂକାର ଭାଙ୍ଗିଲା ଭାରତ! ମ୍ୟାଚ ବାତିଲ ପରେ ବି କିୱି ଦଳକୁ ବଡ଼ ଝଟ୍‌କା ଦେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାରି ରହିଛି। ଏହା ମଧ୍ୟରେ ପ୍ରଥମ ୩ଟି ମ୍ୟାଚ ଖେଳାଯାଇସାରିଛି। ପ୍ରଥମ ମ୍ୟାଚରେ ଭାରତ ୫ ଉଇକେଟ୍‌ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୪ ରନରେ ଜିତିଥିଲା ଟିମ ଇଣ୍ଡିଆ। ହାମିଲଟନରେ ଖେଳାଯାଇଥିବା ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଏହି ମ୍ୟାଚରେ ଗୋଟିଏ ବି ବଲ ଖେଳାଯାଇପାରି ନଥିଲା। ଏହା ସତ୍ତ୍ୱେ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି।

ଏବେ ଏହା ନିଶ୍ଚିତ ହୋଇଛି ଯେ ଭାରତ ଏହି ସିରିଜ ହାରିବ ନାହିଁ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାଇଁ ଏହା ଏକ ବଡ଼ ଝଟ୍‌କା। ଦଳ ଆଉ ସିରିଜ ଜିତିପାରିବ ନାହିଁ। ଏବେ ସିରିଜ ଡ୍ର ରହିବ ନା ଭାରତ ବିଜୟୀ ହେବ, ତାହା ଆଗାମୀ ଦୁଇଟି ମ୍ୟାଚରୁ ସ୍ପଷ୍ଟ ହେବ। ଏହି ସିରିଜ ଜରିଆରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଆଉ ଏକ ବଡ଼ ଝଟ୍‌କା ଦେଇଛି।

ବର୍ଷା ପ୍ରଥମ ଦୁଇଟି ମ୍ୟାଚରେ ମଧ୍ୟ ବାଧା ସୃଷ୍ଟି କରିଥିଲା। ଏଥିପାଇଁ ଓଭର ସଂଖ୍ୟା ହ୍ରାସ କରିବାକୁ ପଡ଼ିଥିଲା। ଶୁଭମନ ଗିଲ ତିନୋଟି ଯାକ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡର ଘରୋଇ ମାଟିରେ ଲଗାତାର ୧୧ଟି ଦିନିକିଆ ସିରିଜ ଜିତିବାର ରେକର୍ଡରେ ବ୍ରେକ୍‌ ଲଗାଇଛି। ଶେଷ ଥର ପାଇଁ ୨୦୧୯ରେ ନ୍ୟୁଜିଲାଣ୍ଡ ନିଜ ଘରୋଇ ମାଟିରେ ସିରିଜ ହାରିଥିଲା। ସେତେବେଳେ ଭାରତ ହିଁ ୪-୧ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏହା ପରଠାରୁ ନ୍ୟୁଜିଲାଣ୍ଡ ବାଂଲାଦେଶ, ନେଦରଲାଣ୍ଡ, ଶ୍ରୀଲଙ୍କା, ଇଂଲଣ୍ଡ ଓ ପାକିସ୍ତାନ ଭଳି ଦଳକୁ ହରାଇ ନିଜ ଘରୋଇ ମାଟିରେ କ୍ରମାଗତ ସିରିଜ ଜିତି ଆସୁଥିଲା। କୌଣସି ଦଳ ନ୍ୟୁଜିଲାଣ୍ଡକୁ ତା’ ନିଜ ମାଟିରେ ସିରିଜ ହରାଇପାରି ନଥିଲା।

ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ପ୍ରଥମ ସ୍ଥାନରେ ରହିଛି। ୨୦୦୨ରୁ ୨୦୦୭ ମଧ୍ୟରେ ଦକ୍ଷିଣ ଆଫ୍ରିକା ନିଜ ଘରୋଇ ମାଟିରେ ଲଗାତାର ୧୭ଟି ଦିନିକିଆ ସିରିଜ ଜିତିଥିଲା। ଏହି ତାଲିକାରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ଥିଲା। ଦଳ ଲଗାତାର ୧୧ଟି ସିରିଜ ନିଜ ନାମରେ କରିଥିଲା। ଏବେ ଭାରତ ଏହି ବିଜୟଧାରାରେ ବ୍ରେକ ଲଗାଇଛି।

ଟିମ ଇଣ୍ଡିଆର ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ଆଗକୁ ହେବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶୁଭମନ ଗିଲ ଏବେ ଦଳରେ ରହିବେ ନାହିଁ। ତାଙ୍କ ସ୍ଥାନରେ ଶେଷ ଦୁଇଟି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। କେଏଲ ରାହୁଲ ମଧ୍ୟ ଦଳରେ ନଜର ଆସିବେ ନାହିଁ। ତାଙ୍କ ସ୍ଥାନରେ ପ୍ଲେଇଂ-୧୧ରେ ଇଶାନ କିଶନଙ୍କୁ ସୁଯୋଗ ମିଳିବା ନିଶ୍ଚିତ। ଇଶାନଙ୍କୁ ଦଳର ଉପଅଧିନାୟକ ମଧ୍ୟ କରାଯାଇଛି।

ଏହାବ୍ୟତୀତ ଦିନିକିଆ ଦଳରୁ କୁଲଦୀପ ଯାଦବ, ଅଂଶୁଲ କାମ୍ବୋଜ ଓ ମହମ୍ମଦ ସିରାଜ ମଧ୍ୟ ବାଦ୍‌ ପଡ଼ିଛନ୍ତି। ଏହି ସମସ୍ତ ଖେଳାଳି ଟେଷ୍ଟ ସିରିଜର ଅଂଶ ରହିଛନ୍ତି। ନଭେମ୍ବର ୧୯ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ତାରିଖ ଶୁକ୍ରବାର ଏବଂ ଶେଷ ମ୍ୟାଚ ନଭେମ୍ବର ୧୫ ତାରିଖ ରବିବାର ଖେଳାଯିବ।

ଭାରତୀୟ ଦଳ ଚତୁର୍ଥ ମ୍ୟାଚ ଜିତି ସିରିଜ ନିଜ ନାମରେ କରିବାକୁ ଲକ୍ଷ୍ୟ ରଖିବ। ଅନ୍ୟପକ୍ଷରେ ସିରିଜକୁ ୨-୨ରେ ସମାନ କରିବା ଆଶାରେ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫ କୋଟି ନା ୪୧ କୋଟି… ପୱନ କଲ୍ୟାଣଙ୍କ ପତ୍ନୀ ଆନ୍ନା କେତେ ପାଇବେ ଭରଣପୋଷଣ ରାଶି? ଜାଣନ୍ତୁ…

ଅମରାବତି,୧୦।୧୧: ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କ ତୃତୀୟ ବିବାହର ଅନ୍ତ ଘଟିଛି। ବିବାହର ୧୩ ବର୍ଷ ପରେ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ…

ଗଜପତିରେ ଚାଞ୍ଚଲ୍ୟ: ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ମୋହନା,୧୦।୧(ମନ୍ମଥ ମିଶ୍ର) ମଦ ପିଇବା ପରେ ବଚସା ହୋଇ ଏକ ହତ୍ୟାକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଏକ ନିଛାଟିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ଜଣେ…

ଅଜବ ବଜାର: ଯେଉଁଠାରେ ନଳା ପାଣି-କାଦୁଅରୁ ବାହାରୁଛି ସୁନା; ଲକ୍ଷଲକ୍ଷ ଟଙ୍କାରେ ହେଉଛି ବିକ୍ରି!

ବିହାରର ଆରା ସହରର ଐତିହାସିକ ଗୁଦ୍ରି ବଜାର ଏହାର ସୁନା-ରୂପା ଅଳଙ୍କାର ବ୍ୟବସାୟ ଏବଂ ସରାଫା ଦୋକାନଗୁଡ଼ିକ ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ବଜାରର ପରିଚୟର ଏପରି…

‘ଏହା ସମସ୍ତଙ୍କ ସ୍ବପ୍ନ…’ ଅଂଶୁଲ କାମ୍ବୋଜ ଦେଲେ ବଡ଼ ବୟାନ; ଧୋନି-ଫ୍ଲେମିଂଙ୍କ ବିଷୟରେ କ’ଣ କହିଲେ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ୨୫ ବର୍ଷୀୟ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ, ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ନିଜ ବୋଲିଂ ଯାଦୁ ଦେଖାଇ ଚର୍ଚ୍ଚାରେ ଅଛନ୍ତି। କାମ୍ବୋଜ ଭାରତ…

ମଧ୍ୟବିତ୍ତଙ୍କୁ ଝଟ୍‌କା: Surf Excel ରୁ Wheel ପର୍ଯ୍ୟନ୍ତ ସବୁ ଡିଟରଜେଣ୍ଟ ପାଉଡର୍‌ ଦର ବଢ଼ିଲା; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୦।୧୧: ସାଧାରଣ ଲୋକଙ୍କ ରୋଷେଇ ପରେ ବର୍ତ୍ତମାନ ଲଣ୍ଡ୍ରି ବଜେଟ ମଧ୍ୟ ବିଗିଡ଼ିବାକୁ ଯାଉଛି। ଏଫଏମସିଜି (FMCG) ଦିଗ୍ଗଜ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (HUL) ଏହାର…

ବନ୍ୟା କ୍ଷତିଗସ୍ତଙ୍କୁ ସହାୟତା ଦାବି ତେଜିଲା, ବ୍ଲକ, ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେଡି

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବନ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଦାବିରେ ବିଜୁ ଜନତା ଦଳ(ବିଜେଡି) ସାନଖେମୁଣ୍ଡି ବ୍ଲକ କମିଟି…

IPLରେ ଖେଳିବେ ୧୨ଟି ଟିମ? ଦୁଇ ନୂଆ ଦଳ ଯୋଡ଼ିବା ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ,୧୦।୧୧: ୨୦୨୭ ଆଇପିଏଲ (IPL) ସିଜନ ପାଇଁ ହେବାକୁ ଥିବା ନିଲାମୀ ପୂର୍ବରୁ, ସମସ୍ତ ୧୦ଟି ଦଳ ନିଜର ‘ରିଟେନସନ ଲିଷ୍ଟ’ (ଦଳରେ ରଖାଯିବାକୁ ଥିବା ଖେଳାଳିଙ୍କ…

ଅସ୍ତ ରହିବେ ଶନିଦେବ: ତୁଳା ସମେତ ୫ ରାଶିଙ୍କ ଉପରେ ପଡ଼ିବ ଅଶୁଭ ପ୍ରଭାବ! ପାଖରୁ ପଳାଇବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କ ବକ୍ରୀ ଚଳନର ପ୍ରଭାବ କିଛି ରାଶିର ଲୋକଙ୍କ ଜୀବନରେ ଅଶୁଭ ପ୍ରଭାବ ପକାଇପାରେ। ବିଶେଷକରି ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?