ଭୁବନେଶ୍ବର,୧୨।୧୧: ବଡ଼ ଘୋଷଣା କଲେ ରାଉରକେଲା ବିଧାୟକ ସାରଦା ନାୟକ । ୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ନିର୍ବାଚନ ରାଜନୀତିରୁ ଦୂରେଇ ରହିବେ ବୋଲି ସେ ବୟାନରେ କହିଛନ୍ତି ।
୨୦୨୯ ନିର୍ବାଚନକୁ ନେଇ ଏବେଠୁ ରାଜନୈତିକ ତାତି ଆରମ୍ଭ ହୋଇଛି । ଏହାରି ଭିତରେ ରାଉରକେଲା ବିଧାୟକଙ୍କ ଘୋଷଣା ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି । ଯୁବକମାନଙ୍କୁ ରାଜନୀତିରେ ସୁଯୋଗ ମିଳିବା ଉଚିତ ବୋଲି ସେ କହିଛନ୍ତି । ନିର୍ବାଚନ ନଲଢିଲେ ମଧ୍ୟ ସେ ଦଳୀୟ ରାଜନୀତିରେ ସକ୍ରିୟ ରହିବେ । ଦଳ ଯେଉଁ ଦାୟିତ୍ବ ଦେବେ ତାହା ତୁଲାଇବେ ବୋଲି କହିଛନ୍ତି । ହେଲେ ୨୦୨୯ ନିର୍ବାଚନରେ ତାଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ ସେନେଇ ଆଗାମୀ ଦିନରେ ସ୍ପଷ୍ଟ ହେବ ।

