ସାମ୍ବିଧାନିକ ପ୍ରକ୍ରିୟାରେ ହେଉନି ପୌର ନିର୍ବାଚନ

ବ୍ରହ୍ମପୁର ଅଫିସ, ୧୩।୩: ବ୍ରହ୍ମପୁର ପୌର ନିର୍ବାଚନର କଂଗ୍ରେସ ମେୟର ପ୍ରାର୍ଥୀ ମଞ୍ଜୁ ରଥଙ୍କ ଭୋଟ ପ୍ରଚାର ଶନିବାର ଆରମ୍ଭ ହୋଇଛି। ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବଡ଼ ବଜାର ଓ ସାନ ବଜାର ଅଞ୍ଚଳର ୱାର୍ଡଗୁଡ଼ିକ ପରିକ୍ରମା କରିଥିଲେ। ଦୀର୍ଘଦିନ ପରେ ମହାନଗରକୁ ଆସିଥିବା ଜିଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ସାଥୀରେ ଥିଲେ। ୧୭ ୱାର୍ଡରେ ଦଳୀୟ କର୍ପୋରେଟର ପ୍ରାର୍ଥୀ ନ ଥିବା ସତ୍ତ୍ୱେ ସଭାପତିଙ୍କ ନିର୍ବାଚନୀ ପ୍ରଚାରରେ ଅନେକ ସମର୍ଥକ ଓ କର୍ମୀ ସାମିଲ ହୋଇଥିଲେ।
ସଭାପତି ହେବା ପରେ ଜିଲା କଂଗ୍ରେସ କାର୍ଯ୍ୟାଳୟ ସ୍ଥାନୀୟ ବାପୁଜୀ ଆଶ୍ରମରେ ଜେନା ପ୍ରଥମ କରି ପ୍ରବେଶ କରିଥିଲେ। ତାଙ୍କ ଦ୍ୱାରା ମନୋନୀତ କର୍ମକର୍ତ୍ତାମାନଙ୍କ ସହ ଆଲୋଚନାକରି ବିଭିନ୍ନ ବିଷୟରେ ପରାମର୍ଶ ଦେଇଥିଲେ। ଖବରଦାତାଙ୍କୁ ରମେଶ କହିଥିଲେ, ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ଚଳିତ ପୌର ନିର୍ବାଚନକୁ ରାଜ୍ୟ ସରକାର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ କରୁନାହାନ୍ତି। ନିଜ ଦଳର ସଂଖ୍ୟା ବୃଦ୍ଧି ନିମନ୍ତେ ନାନା ପ୍ରକାର ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛନ୍ତି। ଶାସକ ଗୋଷ୍ଠୀ ବିରୋଧୀ ଦଳ ଓ ପ୍ରାର୍ଥୀଙ୍କୁ ବିଭିନ୍ନ ଭାବରେ ପ୍ରଲୋଭିତ ଏବଂ ଧମକଚମକ ଦେଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରୟାସ ଚଳାଇଛନ୍ତି। କେତେକ କ୍ଷେତ୍ରରେ ସଫଳ ମଧ୍ୟ ହୋଇଛନ୍ତି। ତେଣୁ ବ୍ରହ୍ମପୁର ସମେତ ଜିଲାର ବିଭିନ୍ନ ସହରାଞ୍ଚଳ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେଇନଥିବା ସ୍ବୀକାର କରିଛନ୍ତି। ବିଜେଡି ସରକାରଙ୍କ ଟାର୍ଗେଟ କରି ରମେଶ କହିଥିଲେ, ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଭିନ୍ନ ସାମଗ୍ରୀର ଦରଦାମ ନିୟନ୍ତ୍ରଣକୁ ଆଣିବାରେ ସରକାର ବିଫଳ ହୋଇଛନ୍ତି। ବିକାଶ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ଯୋଜନା କେବଳ ଘୋଷଣାରେ ଅଟକି ଯାଇଛି। ଏହି ସବୁ କାରଣରୁ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ଶାସନ ପ୍ରତି ବିମୁଖ ହୋଇଯାଇଛନ୍ତି। ରାଜ୍ୟରେ ଓ ଏହି ଜିଲାରେ ଯେଉଁ ସବୁ ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇଛି ତାହା କଂଗ୍ରେସ ଶାସନରେ ହୋଇଥିବା ଦର୍ଶାଇଥିଲେ। କଂଗ୍ରେସର ମେୟର ଓ କର୍ପୋରେଟର ପ୍ରାର୍ଥୀମାନେ ନିର୍ବାଚିତ ହେବାର ସେ ଆଶା ପ୍ରକଟ କରିଥିଲେ। ବାପୁଜୀ ଆଶ୍ରମରେ ରବି ରଥଙ୍କ ସମେତ ମେୟର ଓ କର୍ପୋରେଟର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍‌: ବ୍ୟାଙ୍କ, ୫ ଗାଁ ଶଟଡାଉନ

ଛତ୍ରପୁର,୧୩।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏ ନେଇ ଗୋଟିଏ ବ୍ୟାଙ୍କ ଶାଖାକୁ ୫ ଦିନ ଓ ୫...

ପ୍ରେମ ପାଇଁ ବାପାଙ୍କୁ ହାଣିଲେ ପୁଅ

ବ୍ରହ୍ମପୁର ଅଫିସ,୨୭ା୫: ପାରିବାରିକ କଳହରୁ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ପୁଅ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୋଚି...

ହସ୍ପିଟାଲ ଭର୍ତ୍ତି ହେଲେ ମାଓନେତା ସବ୍ୟସାଚୀ

ବ୍ରହ୍ମପୁର ଅଫିସ,୫।୭: ବ୍ରହ୍ମପୁର ମଣ୍ଡଳକାରାଗାରରେ ଥିବା ଟପ ମାଓନେତା ସୁନୀଲ ଓରଫ ସବ୍ୟସଚୀ ପଣ୍ଡାଙ୍କୁ କଡା ସୁରକ୍ଷା ବଳୟରେ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଅସ୍ତ୍ରପଚାର ଲାଗି...

ମୋ ଗେହ୍ଲା ଝିଅ, ନିର୍ଭୟ କଢ଼ି କାର୍ଯ୍ୟକ୍ରମ: ଅଷ୍ଟମ ଶ୍ରେଣୀ ଛାତ୍ରୀ ମାମାଲି ବ୍ରାଣ୍ଡ ଆମ୍ବାସଡର

ଛତ୍ରପୁର,୪ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ମୋ’ ଗେହ୍ଲାଝିଅ ଓ ନିର୍ଭୟ କଢ଼ି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। କନ୍ୟା ସନ୍ତାନ ଜନ୍ମ ଦେଉଥିତ୍ବା ମା’ମାନଙ୍କୁ ସମ୍ବର୍ଦ୍ଧନା ଦେବା...

ଦକ୍ଷିଣା ଲାଗି ଖଣ୍ଡାରେ ହାଣିବା ଅଭିଯୋଗ ମିଥ୍ୟା

ପୁରୁଷୋତ୍ତମପୁର,୧୫ା୨(ଡି.ଏନ.ଏ.)-ପୁରୁଷୋତ୍ତମପୁର ମା’ ତାରାତାରିଣୀ ପୀଠରେ ମଙ୍ଗଳବାର ଦକ୍ଷିଣା ଲାଗି ଜଣେ ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣିଥିଲେ। ପୁରୁଷୋତ୍ତମପୁର ଥାନାରେ କୋଦଳା ଜାପଟା ରାମପଲ୍ଲୀର ସାରସ ବାରିକ...

ଅଗ୍ନିକାଣ୍ଡରେ ଜଣଙ୍କ ଘର ଧୂଳିସାତ

ବେଗୁନିଆପଡା,୩।୬(ଡି.ଏନ.ଏ.)-ରବିବାର ବିଳମ୍ବିତ ରାତିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଜଣଙ୍କ ଘର ନିଆଁରେ ପୋଡି ସମ୍ପୂର୍ଣ ଧ୍ୱଂସ...

ଟୋକନ ବାହାରିବା ମାତ୍ରେ ଧାନ କିଣ: ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ କୁ ଯିବ ଟଙ୍କା

ଛତ୍ରପୁର,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଧାନସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କାର୍ଯ୍ୟର ସଠିକ୍‌ ପରିଚାଳନା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍‌ ଭିସି...

ଘୁମୁସର ବନଖଣ୍ଡରେ ୩୮ଲକ୍ଷ ଚାରାରୋପଣ ଯୋଜନା

ଭଞ୍ଜନଗର,୧୨।୫(ଡି.ଏନ.ଏ): ପ୍ରତିବର୍ଷ ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ପାଳନ ବେଳେ ବନବିଭାଗ ପକ୍ଷରୁ ଚାରାରୋପଣ ଓ ଲୋକଙ୍କୁ ଚାରା ବଣ୍ଟନ କରାଯାଏ। ସେ ସମୟରେ ପାଣିପାଗ...

Advertisement
Archives

Model This Week