ହାତୀ ଆକ୍ରମଣରେ ଗୁରୁତର ସ୍କ୍ବାଡ୍‌ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୧୩।୩: ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ଗହମଖୁଣ୍ଟି ଅଞ୍ଚଳରେ ୩ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା କ୍ଷତାକ୍ତ ଦନ୍ତା ହାତୀ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ସ୍କ୍ବାଡ୍‌ କର୍ମଚାରୀ ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ବାଲେଶ୍ୱର ଜିଲାରେ। ସେ ଦୀର୍ଘଦିନ ହେଲା ଢେଙ୍କାନାଳ ଜିଲାରେ ହାତୀ ସ୍କ୍ବାଡ୍‌ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଦନ୍ତାର ପଛ ଡାହାଣ ଗୋଡ଼ ପାର୍ଶ୍ୱରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାବେଳେ ସୂଚନା ପାଇ ଶୁକ୍ରବାର ବନ କର୍ମଚାରୀ ପହଞ୍ଚତ୍ଥିଲେ। ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍ସନ ଦିଆଯିବା ସମୟରେ ହିଂସ୍ର ଦନ୍ତା ବିଶ୍ୱରଞ୍ଜନକୁ ହଠାତ୍‌ ଆକ୍ରମଣ କରିଥିଲା। ତାଙ୍କ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାବେଳେ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ବିଶ୍ୱରଞ୍ଜନଙ୍କ ପରଲୋକରେ ବନ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।
ବିଶ୍ୱରଞ୍ଜନ ଢେଙ୍କାନାଳ ଶ୍ୟାମାଚରଣପୁର ଅଞ୍ଚଳରେ ସପରିବାର ରହୁଥିଲେ। ତାଙ୍କର ସ୍ତ୍ରୀ, ୪ବର୍ଷର ଝିଅ ଏବଂ ବର୍ଷକର ଏକ ପୁତ୍ର ସନ୍ତାନ ଅଛନ୍ତି। ପୁରୀ ସ୍ବର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ମୃତ ସ୍କ୍ବାଡ୍‌ କର୍ମଚାରୀଙ୍କ ସ୍ତ୍ରୀଙ୍କୁ ଆଜୀବନ ପେନ୍‌ସନ୍‌ ବ୍ୟବସ୍ଥା କରାଯାଇଛି। କ୍ଷତାକ୍ତ ହାତୀ ଉପରେ ବନ ବିଭାଗ ନଜର ରଖିଛି। ୩ଦିନ ପରେ ଆଣ୍ଟିବାୟୋଟିକ୍‌ର ପ୍ରଭାବ ଜଣାପଡ଼ିବ। ଉକ୍ତ ହାତୀ ଆକ୍ରମଣରେ ବିଶ୍ୱରଞ୍ଜନଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଏହାକୁ ଅନ୍ୟତ୍ର ଘଉଡ଼ାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଗୋଠଛଡ଼ା ଦନ୍ତାହାତୀ ଉପଦ୍ରବ ଚଳାଇଛନ୍ତି। ଶୁକ୍ରବାର ଦିନକରେ ହାତୀ-ମଣିଷ ସଂଘର୍ଷରେ ୩ ଜୀବନ ଯାଇଛି। ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ି ହିନ୍ଦୋଳ ରେଞ୍ଜ୍‌ ତର୍କାବେଡା ଗ୍ରାମର ଚକ୍ରଧର ବେହେରା (୬୩)ଙ୍କ ମୃତ୍ୟୁ ଘଟିଥିଲା। ସେହିପରି ନିମିଧା ଗ୍ରାମର ସତ୍ୟବାନ ବେହେରା (୩୬)ଙ୍କୁ ମଧ୍ୟ ହାତୀ କଚାଡ଼ି ମାରିଦେଇଥିଲା। କ୍ଷତାକ୍ତ ଦନ୍ତା ଆକ୍ରମଣରେ ହାତୀ ସ୍କ୍ବାଡ୍‌ କର୍ମଚାରୀ ବିଶ୍ୱରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଆତଙ୍କ ସୃଷ୍ଟି କରିଥିବା ଗୋଟିକିଆ ହାତୀକୁ ଅନ୍ୟତ୍ର ଘଉଡ଼ାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri