ଆମ ଜିଲା ଖବର

ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ବିଧାୟକ

କୋକସରା,୨୯ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଛି। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଛାମୁଆ ନେତା ଭୋଟରଙ୍କ ଦୁଆର ମୁହଁରେ ମନାଇବାରେ ବ୍ୟସ୍ତ। ଯେତେ ରାଗ, ରୁଷା, ମାନ, ଅଭିମାନ, ଅଭିଯୋଗ ଥିଲେ ମଧ୍ୟ ଆଗକୁ ନିର୍ଭର…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ରାୟଗଡ଼ା ଅଫିସ,୨୯ା୧: ରାୟଗଡ଼ା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କଠାରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ। ଶିକ୍ଷକ ଚାକିରିରେ ରେଗୁଲାର୍‌ ହେବାକୁ ୬ ବର୍ଷ ପୂରିନି।…

୧୧୯ ଓ୍ବାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କୋକସରା,୨୯ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ସରିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା। କୋକସରା ବ୍ଲକ ୨୨ ପଞ୍ଚାୟତର ବିଭିନ୍ନ ପଞ୍ଚାୟତ ସମିତି, ସରପଞ୍ଚ ଓ ଓ୍ବାର୍ଡମେମ୍ବର ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହୃତ ପରେ…

ମଦଭାଟି ଭାଙ୍ଗିଲା ପୋଲିସ, ହାଣ୍ଡି ହାଣ୍ଡି ପୋଚ ନଷ୍ଟ

କାଳିଆପାଣି,୨୯ା୧(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଦୈତାରୀ ସଂରକ୍ଷିତ ଜଙ୍ଗଲ ନାତୋର ଗାଁ ନିକଟରେ ଥିବା ମହୁଲି ମଦଭାଟିକୁ ଶନିବାର କାଳିଆପାଣି ପୋଲିସ ଭାଙ୍ଗିଥିବା ବେଳେ ବହୁ ହାଣ୍ଡି ମହୁଲ ପୋଚ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, କାଳିଆପାଣି…

ରାସ୍ତା ମଝିରେ ଜଳିଗଲା ହାଇଓ୍ବା

ଆନନ୍ଦପୁର,୨୯ା୧(ସ୍ବ.ପ୍ର.): ୫୩ ନଂ ଜାତୀୟ ରାଜପଥର ଘସିପୁରା ବ୍ଲକ ବୀରଗୋବିନ୍ଦପୁର ପଞ୍ଚାୟତ ଭଦ୍ରକ-କରଞ୍ଜିଆ ରାସ୍ତାର ଗୋହିରାବଣି ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇଓ୍ବାରେ ଶନିବାର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ହାଇଓ୍ବାରେ ଥିବା ଚାଳକ ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି।…

ଆଗ୍ରାରେ ଅଛନ୍ତି ଉତ୍ତମ ପଣ୍ଡା; ଫେରିବା ପରେ ଜଣାପଡ଼ିବ ସତ

ବାଲେଶ୍ୱର ଅଫିସ,୨୯।୧: ଚିଠି ଲେଖି ଘର ଛାଡ଼ି ପଳାଇଥିବା ଉତ୍ତମ କୁମାର ପଣ୍ଡା ଫେରିବେ। ତାଙ୍କୁ ନୂଆଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶର ଆଗ୍ରା ସହରରୁ ଉଦ୍ଧାର କରିଛି। ଏନେଇ ଜଣାପଡ଼ିବା ପରେ ତାଙ୍କ ଶ୍ୱଶୁର ଏବଂ ଜଣେ ସମ୍ପର୍କୀୟ ଭାଇ ଆଗ୍ରା ଯାଇଛନ୍ତି।…

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ

କେନ୍ଦୁଝର,୨୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକର ୮ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଶନିବାର ଆକସ୍ମିକ ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଘଟଗାଁ…

୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ପଡ଼ୋଶୀ

ଝାରସୁଗୁଡ଼ା ଅଫିସ,୨୯ା୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅକ୍ଷୟ ପରିଡ଼ା(୨୮)। ଏନେଇ ପୋଲିସ…

କଟକଣାରେ ଓଳାଶୁଣି ଗୁମ୍ଫା ମେଳା

ଚଣ୍ଡିଖୋଲ,୨୯।୧(ଡି.ଏନ୍‌.ଏ.) : ଚଳିତବର୍ଷ ଓଳାଶୁଣି ଗୁମ୍ଫା ମେଳା ଆରମ୍ଭ ହୋଇଛି। କୋଭିଡ୍‌ ଯୋଗୁ ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା କଟକଣାରେ ହୋଇଛି, ଯେଉଁଠି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସେଠି ଏବେ ଖାଁ ଖଁ ପରିବେଶ। କେବଳ ରୀତିନୀତିରେ…

ଟ୍ରକ୍‌ ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୯।୧(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ମାଓହିଂସା ଦେଖିବାକୁ ମିଳିଛି। ୩ଟି ଟ୍ରକ୍‌କୁ ନିଆଁ ଲଗାଇ ମାଓବାଦୀ ପୋଡ଼ି ଦେଇଛନ୍ତି। ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ଟ୍ରକ୍‌ଗୁଡ଼ିକ ଜଗଦଲପୁରରୁ ରାୟପୁର ଯାଉଥିବା…

ଉଠୁନି ଧାନ: ରାସ୍ତା ଅବରୋଧ କରି ବ୍ରହ୍ମପୁରକୁ ପାଣି ଯୋଗାଣ ବନ୍ଦ କଲେ ଚାଷୀ

ଛତ୍ରପୁର,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଚାଷୀମାନଙ୍କ ଧାନ ଉଠୁନି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଉଠାଣରେ ଅହେତୁକ ବିଳମ୍ବ ହେତୁ ଟୋକନ୍‌ ରଦ୍ଦ ହେବାର ଆଶଙ୍କା ଦେଖାଯାଇଛି। ଏ ନେଇ ଚାଷୀମାନେ ପ୍ରତିକ୍ରିୟା ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।…

ପୂଜା ସାମଗ୍ରୀ ଦୋକାନରେ ନିଆଁ ଲଗାଇ ଦୌଡ଼ି ପଳାଇଲେ ଦୁର୍ବୃତ୍ତ

ଗଞ୍ଜାମ,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାରଠାରେ ଥିବା ପୂଜା ସାମଗ୍ରୀ ଦୋକାନରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ମୂଲ୍ୟବାନ୍‌ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି। ବିଳମ୍ବିତ ରାତିରେ ଦୋକାନରେ ନିଆଁ ଜଳୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?