ଅଜ୍ଞାତବାସରେ ୧୦ ଭାଜପା କର୍ପୋରେଟର ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୧୩।୩: ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ଲାଗି ଚାପ ଓ ଧମକ ଯୋଗୁ ୧୦ ଭାଜପା ପ୍ରାର୍ଥୀ ଅଜ୍ଞାତବାସରେ ଅଛନ୍ତି। ଅନ୍ୟପକ୍ଷରେ ଭାଜପାର ସଂଗୀନ ଅଭିଯୋଗ ପରେ ଶନି ଓ ରବିବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ପ୍ରଶାସନ ବନ୍ଦ ରଖିଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ୩ ଭାଜପା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବାରୁ ବିଜେଡିର କର୍ପୋରେଟର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱ ହୋଇଛନ୍ତି। ପ୍ରତିବାଦରେ ଭାଜପା ନେତା ଓ କର୍ମୀ ଗତ ଶୁକ୍ରବାର ଦିନତମାମ ନିର୍ବାଚନ ଅଧିକାରୀଙ୍କ ଦପ୍ତର ପାଖରେ ଜଗି ରହିବାରୁ କେହି ପ୍ରତ୍ୟାହାର କରିପାରି ନ ଥିଲେ। ପୁରୁଣାକାଳିଆ ଲୋକେ କହିବାନୁସାରେ ନାମାଙ୍କନ ପ୍ରତ୍ୟାହାର ନିମନ୍ତେ ଧମକ ଦେବା ଶତାଧିକ ବର୍ଷର ଏହି ପୌର ଇତିହାସରେ ପ୍ରଥମ। ବ୍ରହ୍ମପୁରରେ ବିଏମ୍‌ସି ମେୟର ଓ କର୍ପୋରେଟର ପ୍ରାର୍ଥୀମାନଙ୍କ ନିର୍ବାଚନୀ ପ୍ରଚାର ଶନିବାର ପ୍ରତିଯୋଗିତାମୂଳକ ହୋଇଥିଲା। ବିଜେଡି, ଭାଜପା ଓ କଂଗ୍ରେସର ଭୋଟ ପ୍ରଚାରରେ ମହାନଗର କମ୍ପିଥିଲା। ବିଜେଡି ପକ୍ଷରୁ ୭, ୮, ୯, ୧୦ ଓ ୧୧ନଂ. ୱାର୍ଡରେ ଜୋରଦାର ପ୍ରଚାର କରାଯାଇଥିଲା। ମେୟର ପ୍ରାର୍ଥୀ ସଂଘମିତ୍ରା ଦଳାଇଙ୍କ ସହିତ ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଅନ୍ୟମାନେ ଥିଲେ। ରାଲିରେ ଶହ ଶହ କର୍ମୀ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ। ସେହିପରି ଭାଜପା ମେୟର ପ୍ରାର୍ଥୀ ସବିତା ସୁଆରଙ୍କ ପ୍ରଚାର ମଙ୍ଗ ଧରିଥିଲେ କାହ୍ନୁ ଚରଣ ପତି ଓ ଅନ୍ୟମାନେ। ୱାର୍ଡ ନଂ ୮ରୁ ଭୋଟ ପ୍ରଚାର ଆରମ୍ଭ ହୋଇ ଅନ୍ୟ ୱାର୍ଡ ପରିକ୍ରମା କରିଥିଲା।
ସେହିପରି ଯେଉଁ କେତେକ ବିଜେଡିରୁ ଟିକେଟ ନ ପାଇ ବିଦ୍ରୋହୀ ସାଜିଛନ୍ତି ଓ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ୱାର୍ଡରେ ସେମାନେ ଆମ ନେତା ନବୀନ କହି ଭୋଟ ପ୍ରଚାର କରୁଛନ୍ତି। ଫଳରେ ଅଞ୍ଚଳବାସୀ ଓ ବିଜେଡି ପ୍ରାର୍ଥୀ ଅଡ଼ୁଆରେ ପଡ଼ିଛନ୍ତି। ବିଦ୍ରୋହୀମାନଙ୍କୁ ନାମାଙ୍କନ ପ୍ରତ୍ୟାହାର ନିମନ୍ତେ ମାନଭଞ୍ଜନ କରାଯାଉଛି। ଆସନ୍ତା ସୋମବାର ସନ୍ଧ୍ୟାରେ ମନାଇବା ପର୍ବ ସଫଳ ନା ବିଫଳ ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?