ଆମ ଜିଲା ଖବର

ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଧରାକୋଟ,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବଡ଼ଦାଣ୍ଡ ସାହିର ଏକ ଅଳିଆ ଗଦାରୁ ଶୁକ୍ରବାର ନବଜାତ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ଧରାକୋଟ ବଡଦାଣ୍ଡସାହିର ଭାଲୁ ପଣ୍ଡାଙ୍କ ଘର ବାଡ଼ି ପଟ ଅଳିଆ ଗଦାରୁ ଶୁକ୍ରବାର ସକାଳେ ଏକ ଶିଶୁପୁତ୍ର କାନ୍ଦୁଥିବା ଶୁଣାଯାଇଥିଲା। ସେତିକିବେଳେ…

ଖାଇ ଶୋଇଥିଲେ ପହଞ୍ଚିଲା ମୃତ୍ୟୁ

କୋକସରା,୧୭।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପିଲଝାପର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହେଲେ ନୃପରାଜ ମାଝୀଙ୍କ ସ୍ତ୍ରୀ ରୁପାଲି ମାଝୀ(୩୦) । ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ରୁପାଲି…

ପ୍ରସନ୍ନ କୁମାର ପାତ୍ର ହେଲେ ଛତ୍ରପୁର ଉପଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଜିଲାପାଳ ଭାବେ ପ୍ରସନ୍ନ କୁମାର ପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୦୬ ଓଏଏସ୍‌ ବ୍ୟାଚର ହୋଇଥିବା ବେଳେ ଏହା ପୂର୍ବରୁ ରଙ୍ଗେଈଲୁଣ୍ଡା ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଉପଜିଲାପାଳ ଥିବା ନୀଳମାଧବ…

ରାତିଅଧିଆ ଗାଁକୁ ପଶିିଲେ ୫୦ରୁ ଊର୍ଦ୍ଧ୍ୱ ହାତୀ

ସାରସକଣା,୧୭।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକ ପୋଖରଡ଼ିହା ପଞ୍ଚାୟତ ଅଧୀନ ବାଙ୍କୀଷୋଳ ଏବଂ ଡୁମୁରଡିହା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ୫୦ରୁ ଊର୍ଦ୍ଧ୍ୱ ହାତୀପଲ ଗାଁ ଭିତରକୁ ପଶି ଆସିଥିଲେ। ଗାଁ ଲୋକେ ହାତୀପଲଙ୍କୁ ଘଉଡାଇବାରୁ ସେମାନେ ନିକଟସ୍ଥ…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା

ଖୋର୍ଦ୍ଧା ଅଫିସ,୧୭।୬: ପୁଣି ମଝି ଚିଲିକା ଜହ୍ନିକୁଦା ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ଅଟକି ରହିଛି। ଡଙ୍ଗାଟି ଜହ୍ନିକୁଦା ଘାଟଠାରୁ ସାତପଡ଼ା ଅଭିମୁଖେ ବାହାରିଥିଲା ଡଙ୍ଗାରେ ୨୦ରୁ ଊର୍ଦ୍ଧ୍ୱ ବାଇକ ଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି…

ବୌଦ୍ଧ ରେଞ୍ଜର ନିଲମ୍ବିତ

ବୌଦ୍ଧ,୧୭।୬(ଡି.ଏନ୍‌.ଏ.): ବୌଦ୍ଧ ରେଞ୍ଜ ବଘିଆପଡ଼ା ସେକ୍ସନ ଅଞ୍ଚଳରେ ୨ ଦନ୍ତାହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ପ୍ରଦୀପ ବେହେରା ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଦୀପ ବେହେରାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ବୌଦ୍ଧ…

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୧୭ା୬(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ସ୍ବରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପଶି ପୋଲିସର ଅମାନୁଷିକ ଲାଠି ଚାଳନା ଓ ଆକ୍ରମଣ ସହ ୧୪୪ ଧାରା ଜାରି କରି କାର୍ଯ୍ୟାଳୟକୁ ଅଚଳ କରିବାର ହୀନ ପ୍ରଚେଷ୍ଟା,ରାହୁଲ ଗାନ୍ଧୀଙ୍କୁ ମିଥ୍ୟା…

‘ମୋତେ ଏସ୍‌ପିଙ୍କୁ ଭେଟିବାକୁ ଦିଅ’

କେନ୍ଦୁଝର,୧୭ା୬(ସ୍ବ.ପ୍ର.): ସ୍ଥାନୀୟ ଏସ୍‌ପି ଅଫିସ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ ସମୟରେ ପୋଲିସ କାବୁ କରିଛି। ନିଜର ନାବାଳିକା ଝିଅକୁ ଅପହରଣ କରିନେଇଥିବା ଯୁବକଙ୍କୁ ଧରିବା ଏବଂ ଝିଅକୁ ଫେରାଇ ଆଣିବା ପାଇଁ ନିବେଦନ କରି ଆସୁଥିବା ସ୍ଥାନୀୟ ମଣ୍ଡୁଆ…

ଆୟ ତୁଳନାରେ ଅଧିକ ବ୍ୟୟ

ଢେଙ୍କାନାଳ ଅଫିସ, ୧୭ା୬ ଆୟ ତୁଳନାରେ ବଢ଼ିବାରେ ଲାଗିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗର ବ୍ୟୟ। ତଥାପି ଖର୍ଚ୍ଚ ପରିଚାଳନା ଲାଗି ନାହିଁ କୌଣସି ଯୋଜନା। ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ପ୍ରସ୍ତୁତି…

ଦୁଇବର୍ଷରେ ଦୟନୀୟ

ଭୁବନ, ୧୭ା୬(ଡି.ଏନ୍‌.ଏ.) କେଉଁଠି ଭାଙ୍ଗିପଡ଼ିଛି କଳକବ୍‌ଜା ତ ଆଉ କେଉଁଠି ଚୋରି ହୋଇଗଲାଣି ଯନ୍ତ୍ରାଂଶ। ଦୁଇବର୍ଷ ତଳେ ଯେଉଁ ବ୍ୟାୟାମଶାଳାରେ ସକାଳେ ସଞ୍ଜରେ ଅସମ୍ଭବ ଭିଡ଼ ହେଉଥିଲା, ଏବେ ସେହି ସ୍ଥାନ ଖଁା ଖଁା। ହାତଗଣତି ଲୋକ ଆସୁଛନ୍ତି। ଯେଉଁମାନେ ଆସୁଛନ୍ତି,…

ବାଧୁଛି ବର୍ଦ୍ଧିତ ବିହନ ଦର

ବଇଣ୍ଡା,୧୭ା୬ ଶେଷ ରଜରେ ଓଡ଼ିଶା ଛୁଇଁଛି ମୌସୁମୀ। ଆଗ୍ରହର ସହ ଏହାକୁ ଅପେକ୍ଷା କରିଥିବା ଚାଷୀ ମୁହଁରେ ଫୁଟିଛି ହସ। ଏବେ ବର୍ଷକର ଆହାର ସଂଗ୍ରହ ପାଇଁ କୃଷି କ୍ଷେତ୍ରକୁ ଓହ୍ଲାଇବାକୁ ଚାଷୀ ଚଳାଇଛି ପ୍ରସ୍ତୁତି। ହେଲେ ଚଳିତବର୍ଷ ବିହନ ଦର…

୧୨ ଘଣ୍ଟା ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ, ୧୭ା୬ ବାଲେଶ୍ୱର ଜିଲା ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ପ୍ରତିବାଦରେ ଗୁରୁବାର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (୧୨ ଘଣ୍ଟିଆ) ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ବିଭିନ୍ନ ଗଣସଙ୍ଗଠନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?