ବାପା କୋଳରେ ଆଖିବୁଜିଲା ପୁଅ

ଢେଙ୍କାନାଳ ଅଫିସ, ୪।୮: ଶିଶୁ ବିଶେଷଜ୍ଞ ନ ଥିବା କହି ଡାକ୍ତରଖାନାରେ ଆଡ୍‌ମିଶନ କରିବାକୁ ମନା କରିଦେଲେ ଡାକ୍ତର। କୌଣସି ଏକ ଘରୋଇ କ୍ଲିନିକ୍‌ରେ ପିଲାକୁ ଦେଖାଇ ଆଣିବା ପରେ ଚିକିତ୍ସା କରିବେ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଲେ। ମାସକର ରୋଗଣା ପୁଅ ଜୀବନ ସଙ୍କଟରେ ପଡ଼ିଥିବା ଦେଖି ବିକଳ ହୋଇ ଘରୋଇ କ୍ଲିନିକ୍‌କୁ ଧାଇଁଲେ ମା’ବାପା। କ୍ଲିନିକ୍‌ରେ ପହଞ୍ଚତ୍ଲେ। ଶିଶୁ ବିଶେଷଜ୍ଞ ବି ଥିଲେ। ହେଲେ ସେତେବେଳକୁ ଅବୋଧ ଶିଶୁ ଆଉ ଦୁନିଆରେ ନ ଥିଲେ। ବାପାଙ୍କ କୋଳରେ ଶୋଇଯାଇଥିଲେ ସବୁଦିନ ପାଇଁ। ବୁଧବାର ସନ୍ଧ୍ୟାରେ ଏଭଳି ଏକ ସମ୍ବେଦନଶୀଳ ତଥା ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ। ଡାକ୍ତରଙ୍କ ଅବହେଳାରୁ ଶିଶୁପୁତ୍ରର ଜୀବନ ଚାଲିଯାଇଥିବା ଅଭିଯୋଗ କରି ମା’ବାପା ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସଦର ଥାନା ସିମିନଇ ଗ୍ରାମର ଦୀପକ ସିଂ ଏବଂ ସ୍ତ୍ରୀ ଜ୍ୟୋତିର୍ମୟୀ ବେହେରା ୧ମାସ ୬ଦିନର ଅସୁସ୍ଥ ଶିଶୁପୁତ୍ର ଦିବ୍ୟଜ୍ୟୋତିଙ୍କୁ ଧରି ବୁଧବାର ସନ୍ଧ୍ୟା ୬ଟା ୮ରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଦମ୍ପତିଙ୍କ କହିବା କଥା, ଦୁଇଦିନ ହେଲା ପୁଅ ଖାଦ୍ୟ ଗ୍ରହଣ କରୁ ନ ଥିଲା। ମେଡିକାଲକୁ ଆଣିବା ବେଳେ ସେ ଜୀବିତ ଥିଲା। ଓପିଡିରେ କାର୍ଯ୍ୟରତ ଡାକ୍ତରଙ୍କୁ ପୁଅର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ କହିଥିଲେ। ତେବେ ଡାକ୍ତରଖାନାରେ କେହି ଶିଶୁ ବିଶେଷଜ୍ଞ ନାହାନ୍ତି ବୋଲି ଡାକ୍ତର କହିବା ସହ ଚିକିତ୍ସାଳୟ ବାହାରେ ଥିବା ଘରୋଇ କ୍ଲିନିକ୍‌ର ଶିଶୁ ବିଶେଷଜ୍ଞଙ୍କୁ ଦେଖାଇ ତାଙ୍କଠାରୁ ଲେଖା ଆଣିଲେ ଚିକିତ୍ସା କରାଯିବ ବୋଲି କହି ଫେରାଇ ଦେଇଥିଲେ। ଦୀପକ ଏବଂ ଜ୍ୟୋତିର୍ମୟୀ ବ୍ୟତିବ୍ୟସ୍ତ ହୋଇ ଜିଲା ଚିକିତ୍ସାଳୟ ବାହାରେ ଥିବା ଘରୋଇ କ୍ଲିନିକ୍‌ରେ ପହଞ୍ଚତ୍ ଶିଶୁ ବିଶେଷଜ୍ଞଙ୍କୁ ପୁଅର ଚିକିତ୍ସା କରାଇବାକୁ କହିଥିଲେ। ତେବେ ଦିବ୍ୟଜ୍ୟୋତିଙ୍କ ମୃତ୍ୟୁ ହୋଇସାରିଥିବା ସମ୍ପୃକ୍ତ ଶିଶୁ ବିଶେଷଜ୍ଞ କହିବା ପରେ ବାକ୍‌ଶୂନ୍ୟ ହୋଇପଡ଼ିଥିଲେ ଦମ୍ପତି। ମୃତପୁଅକୁ କୋଳରେ ଧରି ମୁଣ୍ଡପିଟି ମା’ବାପା କାନ୍ଦିବା ଦୃଶ୍ୟ ସମ୍ପୂର୍ଣ୍ଣ ପରିବେଶକୁ ସ୍ତବ୍ଧ କରି ଦେଇଥିଲା।

ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ସେ ଡାକ୍ତରଖାନାରେ ନାହାନ୍ତି। ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ମେଡିକାଲ)ଙ୍କଠାରୁ ଘଟଣା ବିଷୟରେ ଶୁଣିବାକୁ ପାଇଛନ୍ତି। ତଦନ୍ତ କରାଗଲେ ଏହାର ସତ୍ୟାସତ୍ୟ ଜଣାପଡ଼ିବ। ଟାଉନ ଥାନା ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଶିଶୁର ମୃତଦେହ ବ୍ୟବଚ୍ଛେଦ କରିବା ଲାଗି ମା’ବାପା ରାଜି ହେଉ ନ ଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଆସିଲେ ପ୍ରଥମେ ଆଡମିଶନ କରାଯିବା ନିୟମ ରହିଛି। ଏହାପରେ ସ୍ଥିତି ଦେଖି ବିଭାଗୀୟ ଡାକ୍ତରଙ୍କୁ କଲ୍‌ ଦିଆଯାଇଥାଏ। ଅତି ଗୁରୁତର ହୋଇଥିଲେ ରୋଗୀକୁ ଆବଶ୍ୟକ ଚିକିତ୍ସା ପାଇଁ କଟକ ରେଫର କରାଯାଇଥାଏ। ହେଲେ ଦିବ୍ୟଜ୍ୟୋତିଙ୍କ କ୍ଷେତ୍ରରେ ତାହା ହୋଇନାହିଁ। ଆଡମିଶନ କରିବା ବଦଳରେ ଘରୋଇ କ୍ଲିନିକରେ ଥିବା ଶିଶୁ ବିଶେଷଜ୍ଞଙ୍କଠାରୁ ଲେଖା ଆଣିଲେ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଥିଲେ ବୋଲି ଦୀପକ ଅଭିଯୋଗ କରିଛନ୍ତି, ଯାହା ତଦନ୍ତ ସାପେକ୍ଷ। ଜିଲା ଚିକିତ୍ସାଳୟରେ ରୋଗୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ବୈଠକ ଉପରେ ବୈଠକ ବସୁଥିବାବେଳେ ଜିଲାର ସବୁଠାରୁ ନିର୍ଭରଶୀଳ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଚିକିତ୍ସା ସୁବିଧା ନ ପାଇ ଶିଶୁ ଜୀବନ ଚାଲିଯିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri