କଳିଙ୍ଗନଗର ଶିଳ୍ପାଞ୍ଚଳ: ୫ଶହ ଏକର ଜମିର ଧାନ ଫସଲ ଉଜୁଡ଼ିଲା

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୪ା୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ବ୍ଲକ ମାନତିରା, ରାବଣା, ଅରାସାହି, ମଙ୍ଗଳପୁର, ଦଶମାଣିଆ, କେନ୍ଦୁଢିପି ଆଦି ଗ୍ରାମର ୫୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଧାନ ଗଛ ନଷ୍ଟ ହୋଇଛି। କେବଳ ଧାନ ଗଛ ନୁହେଁ ସମ୍ପୃକ୍ତ ଜମିରେ ମାଛ, କଙ୍କଡା ଆଦି ଶତାଧିକ ଜଳଚର ଜୀବ ମରି ପଡିଛନ୍ତି। ଲଗାଣ ବର୍ଷା ପରେ ପାର୍ଶ୍ୱବର୍ତ୍ତୀ ମଇଥାନ ଇସ୍ପାତ୍‌, ରୋହିତ ଫେରୋଟେକ୍‌, ନ୍ୟୁଭିଷ୍ଟା ଓ ଯାଜପୁର ସିମେଣ୍ଟର ପ୍ରଦୂଷିତ ଜଳ ପ୍ରଭାବରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷେ ଜିଲା କୃଷି ବିଭାଗ ପକ୍ଷରୁ ଜିଲା କୃଷି ଅଧିକାରୀ ବୈରାଗୀ ସେଠୀ, ବ୍ଲକ କୃଷି ଅଧିକାରୀ ବେଣୁଧର ପଣ୍ଡା, କୃଷି ନୀରିକ୍ଷକ ଶରତ ଚନ୍ଦ୍ର ନାଏକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ପତ୍ର ସୁଡଙ୍ଗ ପୋକ ଯୋଗୁ ଫସଲ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି। ତେବେ ଏହାର ଅଧିକ କାରଣ ଜାଣିବା ପାଇଁ କୃଷି ବିଭାଗ ପକ୍ଷରୁ ବଡ଼ଚଣା କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ଏହାବାଦ୍‌ ରାସାୟନିକ ଦ୍ରବ୍ୟ ମିଶା ପାଣି ଯୋଗୁ ଜଳଚର ଜୀବଙ୍କ ମୃତ୍ୟୁ ହୋଇଛି ବୋଲି କୃଷି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହିକ୍ରମରେ ପୋକ ନା ବାୟୁ ଓ ଜଳ ପ୍ରଦୂଷଣ ଏଥିପାଇଁ ଦାୟୀ ସେ ନେଇ ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।

ଜୁଲାଇ ଶେଷ ସପ୍ତାହରେ ଲଗାଣ ବର୍ଷା ହେବା ପରେ କ୍ଷେତରେ ରୁଆ ଧାନ ଗଛର ପତ୍ର ଶୁଖି ଯାଉଥିବା ଦେଖିବାକୁ ମିଳିଥିଲା। ଚାଷୀ ଏହା ଦେଖିବା ପରେ ମୁଣ୍ଡରେ ହାତ ଦେଇ ବସିଥିଲେ। ରୁଆ ବିହୁଡା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିବା ଚାଷୀ ଏଭଳି ପରିସ୍ଥିତି ଦେଖି କୃଷି ବିଭାଗକୁ ଜଣାଇଥିଲେ। ଏହାବାଦ୍‌ ଚାଷୀମାନେ କାରଖାନାର ବର୍ଜ୍ୟଜଳ ପାଇଁ ଏଭଳି ଭାବେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ସନ୍ଦେହ କରିଥିଲେ। ମଇଥାନ ଇସ୍ପାତ୍‌ ଦୀର୍ଘଦିନ ଧରି ବନ୍ଦ ହେବା ପରେ ୨୦୨୧ରୁ ତାହା ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ଏହି କାରଖାନାର ବର୍ଜ୍ୟଜଳ ଉପଚାର ନ କରି ବାହାରକୁ ଛଡ଼ାଯାଉଥିବା କାରଣରୁ ଶତାଧିକ ଏକର ଜମିରେ କେମିକାଲ ମିଶା ପାଣି ମାଡ଼ିଯାଉଛି। ନିକଟରେ ଲଗାଣ ବର୍ଷା ହେବା କାରଣରୁ ମଇଥାନ ଇସ୍ପାତ୍‌ ସମେତ ରୋହିତ ଫେରୋଟେକ୍‌ ଏବଂ ନ୍ୟୁଭିଷ୍ଟା ଓ ଯାଜପୁର ସିମେଣ୍ଟର ବର୍ଜ୍ୟଜଳ ବହୁ ପରିମାଣରେ ବାହାରକୁ ଛଡା ଯାଇଥିଲା ବୋଲି ଚାଷୀମାନେ କହିଛନ୍ତି। ଏହାବାଦ୍‌ ସିମେଣ୍ଟ କମ୍ପାନୀର ଅତି ପ୍ରଦୂଷଣ ଫ୍ଲାଏ ଆସ୍‌, ସ୍ଲାଗ୍‌, କ୍ଲିଙ୍କର, କୋଲ, ଜିପସନ ଆଦି ଖୋଲା ସ୍ଥାନରେ ରଖାଯାଉଛି। ବର୍ଷା ହେଲେ ସେହି ବିଷାକ୍ତ ପାଣି ଚାଷ ଜମିରେ ମିଶୁଛି। ଏହାସହ ସାମାନ୍ୟ ପବନ ହେଲେ ବାୟୁ ପ୍ରଦୂଷଣ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହିସବୁ କାରଣ ଯୋଗୁ ଶତାଧିକ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ସନ୍ଦେହ କରିଛନ୍ତି।

ମାନତିରା ଗ୍ରାମର ଚାଷୀ ଆନନ୍ଦ ମଲ୍ଲିକ କୁହନ୍ତି, ୨୦ ହଜାର ଟଙ୍କା ଋଣ କରି ୨ ଏକର ଜମିରେ ଧାନ ଚାଷ କରିଥିଲି। ଅମଳ ହେଲେ ଋଣ ଶୁଝିବା ସହ ବର୍ଷକର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। କିନ୍ତୁ ସମସ୍ତ ଧାନ ଗଛ ପୋଡ଼ି ପାଉଁଶ ହେବାକୁ ବସିଛି। ଏଭଳି ପରିସ୍ଥିତିରେ ପରିବାର କେମିତି ଚଳିବ ସେ ନେଇ ଚିନ୍ତା ଘାରିଛି। ଚାଷୀ ପଦ୍ମନାଭ ପାଲ ଓ ବାବନ ମଲ୍ଲିକ କୁହନ୍ତି, ଚାଷ କରିଥିବା ସମସ୍ତ ଫସଲ ନଷ୍ଟ ହୋଇ ଯାଇଛି। ଏଭଳି ପରିସ୍ଥିିତିରେ ପରିବାର ପ୍ରତିପୋଷଣ କିଭଳି ହେବ ସେ ନେଇ ଦିନରାତି ଚିନ୍ତାରେ ଅଛି। କାରଖାନା ପ୍ରଦୂଷଣ ପାଣି ସେମାନଙ୍କୁ ତଳିତଳାନ୍ତ କରି ଦେଇଛି ବୋଲି ଚାଷୀମାନେ କହିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଚାଷୀମାନଙ୍କଠାରୁ ଏଭଳି କୌଣସି ଅଭିଯୋଗ ସେମାନେ ପାଇନାହାନ୍ତି। ଉପରୋକ୍ତ ଗାଁ ନିକଟରେ ରହିଥିବା କାରଖାନାଗୁଡ଼ିକ ଆବଶ୍ୟକ ଗାଇଡ୍‌ଲାଇନ ମାନି ବାହାରକୁ ଜଳ ନିଷ୍କାସନ କରୁଛନ୍ତି। ତେବେ ନିକଟରେ ବର୍ଷା ହୋଇଥିବାରୁ ପ୍ରଦୂଷଣ ପାଣି ବାହାରକୁ ଯାଇଥାଇପାରେ। ଏନେଇ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri