କଳିଙ୍ଗନଗର ଶିଳ୍ପାଞ୍ଚଳ: ୫ଶହ ଏକର ଜମିର ଧାନ ଫସଲ ଉଜୁଡ଼ିଲା

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୪ା୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ବ୍ଲକ ମାନତିରା, ରାବଣା, ଅରାସାହି, ମଙ୍ଗଳପୁର, ଦଶମାଣିଆ, କେନ୍ଦୁଢିପି ଆଦି ଗ୍ରାମର ୫୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଧାନ ଗଛ ନଷ୍ଟ ହୋଇଛି। କେବଳ ଧାନ ଗଛ ନୁହେଁ ସମ୍ପୃକ୍ତ ଜମିରେ ମାଛ, କଙ୍କଡା ଆଦି ଶତାଧିକ ଜଳଚର ଜୀବ ମରି ପଡିଛନ୍ତି। ଲଗାଣ ବର୍ଷା ପରେ ପାର୍ଶ୍ୱବର୍ତ୍ତୀ ମଇଥାନ ଇସ୍ପାତ୍‌, ରୋହିତ ଫେରୋଟେକ୍‌, ନ୍ୟୁଭିଷ୍ଟା ଓ ଯାଜପୁର ସିମେଣ୍ଟର ପ୍ରଦୂଷିତ ଜଳ ପ୍ରଭାବରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷେ ଜିଲା କୃଷି ବିଭାଗ ପକ୍ଷରୁ ଜିଲା କୃଷି ଅଧିକାରୀ ବୈରାଗୀ ସେଠୀ, ବ୍ଲକ କୃଷି ଅଧିକାରୀ ବେଣୁଧର ପଣ୍ଡା, କୃଷି ନୀରିକ୍ଷକ ଶରତ ଚନ୍ଦ୍ର ନାଏକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ପତ୍ର ସୁଡଙ୍ଗ ପୋକ ଯୋଗୁ ଫସଲ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି। ତେବେ ଏହାର ଅଧିକ କାରଣ ଜାଣିବା ପାଇଁ କୃଷି ବିଭାଗ ପକ୍ଷରୁ ବଡ଼ଚଣା କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ଏହାବାଦ୍‌ ରାସାୟନିକ ଦ୍ରବ୍ୟ ମିଶା ପାଣି ଯୋଗୁ ଜଳଚର ଜୀବଙ୍କ ମୃତ୍ୟୁ ହୋଇଛି ବୋଲି କୃଷି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହିକ୍ରମରେ ପୋକ ନା ବାୟୁ ଓ ଜଳ ପ୍ରଦୂଷଣ ଏଥିପାଇଁ ଦାୟୀ ସେ ନେଇ ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।

ଜୁଲାଇ ଶେଷ ସପ୍ତାହରେ ଲଗାଣ ବର୍ଷା ହେବା ପରେ କ୍ଷେତରେ ରୁଆ ଧାନ ଗଛର ପତ୍ର ଶୁଖି ଯାଉଥିବା ଦେଖିବାକୁ ମିଳିଥିଲା। ଚାଷୀ ଏହା ଦେଖିବା ପରେ ମୁଣ୍ଡରେ ହାତ ଦେଇ ବସିଥିଲେ। ରୁଆ ବିହୁଡା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିବା ଚାଷୀ ଏଭଳି ପରିସ୍ଥିତି ଦେଖି କୃଷି ବିଭାଗକୁ ଜଣାଇଥିଲେ। ଏହାବାଦ୍‌ ଚାଷୀମାନେ କାରଖାନାର ବର୍ଜ୍ୟଜଳ ପାଇଁ ଏଭଳି ଭାବେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ସନ୍ଦେହ କରିଥିଲେ। ମଇଥାନ ଇସ୍ପାତ୍‌ ଦୀର୍ଘଦିନ ଧରି ବନ୍ଦ ହେବା ପରେ ୨୦୨୧ରୁ ତାହା ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ଏହି କାରଖାନାର ବର୍ଜ୍ୟଜଳ ଉପଚାର ନ କରି ବାହାରକୁ ଛଡ଼ାଯାଉଥିବା କାରଣରୁ ଶତାଧିକ ଏକର ଜମିରେ କେମିକାଲ ମିଶା ପାଣି ମାଡ଼ିଯାଉଛି। ନିକଟରେ ଲଗାଣ ବର୍ଷା ହେବା କାରଣରୁ ମଇଥାନ ଇସ୍ପାତ୍‌ ସମେତ ରୋହିତ ଫେରୋଟେକ୍‌ ଏବଂ ନ୍ୟୁଭିଷ୍ଟା ଓ ଯାଜପୁର ସିମେଣ୍ଟର ବର୍ଜ୍ୟଜଳ ବହୁ ପରିମାଣରେ ବାହାରକୁ ଛଡା ଯାଇଥିଲା ବୋଲି ଚାଷୀମାନେ କହିଛନ୍ତି। ଏହାବାଦ୍‌ ସିମେଣ୍ଟ କମ୍ପାନୀର ଅତି ପ୍ରଦୂଷଣ ଫ୍ଲାଏ ଆସ୍‌, ସ୍ଲାଗ୍‌, କ୍ଲିଙ୍କର, କୋଲ, ଜିପସନ ଆଦି ଖୋଲା ସ୍ଥାନରେ ରଖାଯାଉଛି। ବର୍ଷା ହେଲେ ସେହି ବିଷାକ୍ତ ପାଣି ଚାଷ ଜମିରେ ମିଶୁଛି। ଏହାସହ ସାମାନ୍ୟ ପବନ ହେଲେ ବାୟୁ ପ୍ରଦୂଷଣ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହିସବୁ କାରଣ ଯୋଗୁ ଶତାଧିକ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ସନ୍ଦେହ କରିଛନ୍ତି।

ମାନତିରା ଗ୍ରାମର ଚାଷୀ ଆନନ୍ଦ ମଲ୍ଲିକ କୁହନ୍ତି, ୨୦ ହଜାର ଟଙ୍କା ଋଣ କରି ୨ ଏକର ଜମିରେ ଧାନ ଚାଷ କରିଥିଲି। ଅମଳ ହେଲେ ଋଣ ଶୁଝିବା ସହ ବର୍ଷକର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। କିନ୍ତୁ ସମସ୍ତ ଧାନ ଗଛ ପୋଡ଼ି ପାଉଁଶ ହେବାକୁ ବସିଛି। ଏଭଳି ପରିସ୍ଥିତିରେ ପରିବାର କେମିତି ଚଳିବ ସେ ନେଇ ଚିନ୍ତା ଘାରିଛି। ଚାଷୀ ପଦ୍ମନାଭ ପାଲ ଓ ବାବନ ମଲ୍ଲିକ କୁହନ୍ତି, ଚାଷ କରିଥିବା ସମସ୍ତ ଫସଲ ନଷ୍ଟ ହୋଇ ଯାଇଛି। ଏଭଳି ପରିସ୍ଥିିତିରେ ପରିବାର ପ୍ରତିପୋଷଣ କିଭଳି ହେବ ସେ ନେଇ ଦିନରାତି ଚିନ୍ତାରେ ଅଛି। କାରଖାନା ପ୍ରଦୂଷଣ ପାଣି ସେମାନଙ୍କୁ ତଳିତଳାନ୍ତ କରି ଦେଇଛି ବୋଲି ଚାଷୀମାନେ କହିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଚାଷୀମାନଙ୍କଠାରୁ ଏଭଳି କୌଣସି ଅଭିଯୋଗ ସେମାନେ ପାଇନାହାନ୍ତି। ଉପରୋକ୍ତ ଗାଁ ନିକଟରେ ରହିଥିବା କାରଖାନାଗୁଡ଼ିକ ଆବଶ୍ୟକ ଗାଇଡ୍‌ଲାଇନ ମାନି ବାହାରକୁ ଜଳ ନିଷ୍କାସନ କରୁଛନ୍ତି। ତେବେ ନିକଟରେ ବର୍ଷା ହୋଇଥିବାରୁ ପ୍ରଦୂଷଣ ପାଣି ବାହାରକୁ ଯାଇଥାଇପାରେ। ଏନେଇ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?