ମରାମତିକୁ ସପ୍ତାହେ ପୂରିନି, ବ୍ରାହ୍ମଣୀ ପୋଲରେ ଫାଟ

ରସୁଲପୁର,୪ା୮(ଡି.ଏନ.ଏ.): ରସୁଲପୁର ବ୍ଲକ ସୀମା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ପୁରଣା ପୋଲରେ ବଡ଼ ଫାଟ ସୃଷ୍ଟି ହୋଇଛି। ୧୬ନଂ. ଜାତୀୟ ରଜାପଥ ସମ୍ପ୍ରସାରଣ ଓ ମରାମତି ଦାୟିତ୍ୱରେ ଥିବା ଠିକା ସଂସ୍ଥା ଏହି ପୋଲକୁ ସପ୍ତାହକ ତଳେ ମରାମତି କରିଥିଲା। ମରାମତି ପାଇଁ ପୋଲରେ ମାସାଧିକ କାଳ ଗାଡି ଚଳାଚଳ ବନ୍ଦ ରହିଥିଲା। ମରାମତି ଶେଷ ହେବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଗାଡି ଚାଲିବାକୁ ମାତ୍ର ସପ୍ତାହେ ନ ପୁରୁଣୁ ପୋଲର ଯୋଡେଇ ମୁଣ୍ଡରେ ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ ଗାଡି ଚଳାଚଳରେ ବାଧା ଉପୁଜୁଛି। ଫାଟ ସ୍ଥାନରେ ଲୁହା ଆଙ୍ଗେଲଗୁଡିକ ପଦାକୁ ବାହାରି ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସାଇକେଲ ଓ ବାଇକ ଚାଳକମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି ହୋଇଛି। ଏହିଭଳି ସ୍ଥିତି ପୋଲର ଏକାଧିକ ସ୍ଥାନରେ ସୃଷ୍ଟି ହେଲାଣି। ଏହାକୁ ତୁରନ୍ତ ମରାମତି କରା ନ ଗଲେ ଆଗକୁ ବଡ଼ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।

ପ୍ରକାଶଯୋଗ୍ୟ, ପୋଲ ନିକଟସ୍ଥ ବାରବାଟୀଠାରେ ଦୈନିକ ପରିବାହାଟ ଚାଲିଛି। ଏହି ପୋଲ ଦେଇ ଧର୍ମଶାଳା ବ୍ଲକର କୁମାରୀ, ଦେଉଳି, ଚହଟା, ମଙ୍ଗଳପୁର, ଚୋରମୁହାଁ, ଭୂବନ, ଜାରକା ଆଦି ଅଞ୍ଚଳରୁ ଶତାଧିକ ପରିବା ଚାଷୀ ଓ ବ୍ୟବସାୟୀ ବାରବାଟୀ ହାଟକୁ ଆସନ୍ତି। ପ୍ରତ୍ୟହ ହାଟଟି ବଢି ଭୋରୁ ବସୁଛି। ଅଧିକାଂଶ ଚାଷୀ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ସାଇକେଲ ଓ ମଟର ସାଇକେଲରେ ପରିବହନ କରୁଛନ୍ତି। ରାତ୍ର ବେଳା ହାଟକୁ ଆସିବା ସମୟରେ ଚାଷୀ ପୋଲ ଉପରିସ୍ଥ ଖାଲରେ ପଡି ଦୁର୍ଘଟଣାର ଶିକର ହେଉଛନ୍ତି। ପୋଲ ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏଭଳି ହେଉଛି ବୋଲି ପଥିକମାନେ ଅଭିଯୋଗ କରିଛନ୍ତି। ପୋଲକୁ ବାରମ୍ବାର ମରାମତି କରାଯାଉଛି। ହେଲେ ସମସ୍ୟାରେ ସୁଧାର ଆସି ପାରୁନାହିଁ। ଏନେଇ ରାଜପଥ ନିର୍ମାଣ ଓ ସମ୍ପ୍ରସାରଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ଡିବିଏଲ କମ୍ପାନୀର ପ୍ରକଳ୍ପ ମ୍ୟାନେଜର ହରିହର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ପୋଲ ନିକଟକୁ ଯାଇ ସ୍ଥିତି ପରଖିବା ପରେ ଇଞ୍ଜିନିୟରଙ୍କ ସହିତ ଆଲୋଚନା କରିଛନ୍ତି। ଉକ୍ତ ଖାଲକୁ ତୁରନ୍ତ ମରାମତି କରାଯିବ। ତେବେ ପୋଲଟି ପୁରୁଣା ହୋଇଯାଇଥିବାରୁ ଯୋଡେଇ ସ୍ଥାନରେ ଫାଟ ସୃଷ୍ଟି ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri