ଆମ ଜିଲା ଖବର

ପଟ୍ଟାମୁଣ୍ଡାଇରେ ୧୬ ସମବାୟ ସମିତି ନେଉନି ସାର

ପଟ୍ଟାମୁଣ୍ଡାଇ,୫ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶ୍ରାବଣ ମାସରେ ଆଶାନୁରୂପ ବର୍ଷା ହେଲାନାହିଁ। ଖାଲୁଆ କିସମ ଜମିରେ ଯେଉଁଠି ବି ରୁଆ, ବେଉଷଣ କାମ ହେଉଛି ସେଠି ଜମିରେ ପକାଇବାକୁ ସାର ଚାଷୀ ପାଉନାହାନ୍ତି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ।…

ଅସରାଏ ବର୍ଷାରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପାଣି

ନାଉଗାଁ,୫ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରିଥାନ୍ତି। କିନ୍ତୁ ଅସରାଏ ବର୍ଷା ହେଲେ ସ୍ବାସ୍ଥ୍ୟକେନ୍ଦ୍ର ପରିସର ବେହାଲ ହୋଇପଡ଼େ। ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ବହିଃବିଭାଗ ଚତୁଃପାର୍ଶ୍ୱରେ ପାଣି ଜମିଯାଏ।…

ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ପଞ୍ଚୁପାଣ୍ଡବଙ୍କ ମନ୍ଦିର

ଡେରାବିଶ,୫ା୮(ସ୍ବ.ପ୍ର.): ପୌରାଣିକ ଓ ଐତିହାସିକ ତଥ୍ୟକୁ ଭିତ୍ତିକରି ବିଭିନ୍ନ ସ୍ଥାନରେ ଥିବା ଧର୍ମପୀଠଗୁଡ଼ିକ ପ୍ରାଚୀନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି। କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଧର୍ମପୀଠ ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଡେରାଡିହରେ ଥିବା ପାଣ୍ଡବ ପାଞ୍ଚ ଭାଇ ପଞ୍ଚୁପାଣ୍ଡବଙ୍କ…

ଅସୁସ୍ଥ ଘୋଡ଼ାକୁ ଛାଡ଼ି ଚାଲିଗଲେ ମାଲିକ

ବୈଶିଙ୍ଗା,୫ା୮(ଡି.ଏନ.ଏ.): ଘୋଡ଼ାକୁ ନିଜ କାମରେ ଲଗାଇ ବହୁ ଅର୍ଥ ରୋଜଗାର କରିଥିଲେ ମାଲିକ। ହେଲେ କଥା କହି ପାରୁ ନ ଥିବା ଏହି ଘୋଡ଼ାଟି ଯେବେ ଅସୁସ୍ଥ ହୋଇପଡ଼ିଲା ମାଲିକ ତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପଳାଇଗଲେ। ମାନବିକତାଶୂନ୍ୟ ଏଭଳି ମାଲିକଙ୍କ…

ଟିପ୍ପର ଧକ୍କାରେ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା: ମା’ଝିଅଙ୍କୁ ଗାଡ଼ି ମଡ଼ାଇ ହତ୍ୟା

ଧର୍ମଶାଳା/ଜେନାପୁର,୫ା୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ବୁଧବାର ଟିପ୍ପର ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଗୁରୁବାର ଭିନ୍ନମୋଡ଼ ନେଇଛି। ଟିପ୍ପର ଚାଳକ ସାମାନ୍ୟ ବଚସାରେ ଉତ୍ତ୍ୟକ୍ତ ହୋଇ…

ଚୋର ଭାବି ୨ ଯୁବକଙ୍କୁ ନିସ୍ତୁକ ମାଡ଼: ପାରିଶ୍ରମିକ ଟଙ୍କା ଧରି ଗାଁକୁ ଫେରୁଥିଲେ

ଜୁନାଗଡ଼,୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିଶ୍ରମିକ ଟଙ୍କା ଧରି ଫେରୁଥିବା ବେଳେ ରାସ୍ତାରେ ୨ ଯୁବକଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମରାଯାଇଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି…

ଗୁଣି ସନ୍ଦେହରେ ବାପାଙ୍କୁ ହତ୍ୟା, ଜୀବନ ବଞ୍ଚାଇ ଥାନାକୁ ଦୌଡ଼ିଲେ ପୁଅ

ରାୟଗଡ଼ା ଅଫିସ/ଟିକିରି,୪ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଝାଡ଼ାବାନ୍ତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଗମ୍ଭୀର ରୂପ ନେଇଛି। ବୁଧବାର ରାତିରେ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡା ଅଫିସ, ୪।୮: ଝାରସୁଗୁଡା ଜିଲା ଲଖନପୁର ବ୍ଳକ୍‌ କନିଷ୍ଠ ଯନ୍ତ୍ରୀ ଟିକିନାଥ ଭଏଁସାଲ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଠିକାଦାରଙ୍କ ବିଲ୍‌ ପାସ୍‌ କରାଇଦେବାକୁ କହି ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲେ। ଏହା…

ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ପାପଡ଼ାହାଣ୍ଡି/ମୈଦଲପୁର,୪।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ବଡ଼ବାର୍ଲି ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ତାଙ୍କ ନାମ ମାଲିଙ୍ଗ ଜାନି । ସେ ତାଙ୍କ ବୃଦ୍ଧ ବାପାଙ୍କ ସହ ରହୁଥିଲେ। ଗାଁ ନିକଟ ତେନ୍ତୁଳିଗଛରୁ…

ନକଲି ପାଉଡର ବ୍ୟବସାୟୀଙ୍କୁ ଧରି ପୋଲିସ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୪।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗ୍ରାମ ଗବାଟବାଡ଼ି ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଲୋକଙ୍କୁ ଲୁଗାସଫା ପାଉଡର ବିକ୍ରି କରୁଥିଲେ। ୪କେଜି ପାଉଡରକୁ ମାତ୍ର ୧ଶହ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଉକ୍ତ ପାଉଡର ନକଲି…

ଟ୍ରେନ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା ଅଫିସ,୪।୮: ରାଉରକେଲା ରେଲଓ୍ବେ ଷ୍ଟେଶନ ଡାଉନ୍‌ ଲାଇନରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ହେଲେ ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଏ ନେଇ ରାଉରଜେଲା ଜିଆରପି ଏକ ଅପମୃତ୍ୟୁ ମାମଲା (ନଂ.୪୯।୨୨) ରୁଜୁ କରି ଘଟଣାର ତଦନ୍ତ…

ସ୍କୁଲର ୭ଜଣଙ୍କୁ କରୋନା

ଚନ୍ଦାହାଣ୍ଡି,୪।୮ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପାଟଖଲିଆ ସ୍କୁଲରୁ ୫ ଜଣ ଛାତ୍ର ଏବଂ ୨ ଜଣ ଶିକ୍ଷକଙ୍କ ରିପୋର୍ଟ ପଜିଟିଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?