ବଡ଼ପୁଟରେ କଙ୍ଗାରୁ କୋର୍ଟ
ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲା ଶରଣକୂଳ ଥାନା ବଡ଼ପୁଟ ଗାଁରେ ବ୍ୟକ୍ତିଗତ ଜମିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ଏକ ପରିବାରକୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି ।…
୨ଦିନ କହି ସପ୍ତାହେ ବିତିଲା: ଫଳ ଶୂନ
ଡେରାବିଶ, ୧୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ସପ୍ତାହକ ତଳେ ପାନୀୟ ଜଳ ସମସ୍ୟାକୁ ନେଇ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ଏକ ସ୍ବତନ୍ତ୍ର ବୈଠକ ଡାକି ଏହାର ଆଶୁ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସବୁ ସମସ୍ୟା…
ଟଙ୍କା ଖର୍ଚ୍ଚ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ
କେନ୍ଦ୍ରାପଡ଼ା ଅଫିସ,୧୦ା୬: ବନ୍ୟା ମୁକାବିଲା ପାଇଁ ଜିଲାସ୍ତରୀୟ ବୈଠକ ହେଉଛି। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନଦୀବନ୍ଧ…
୧୩,୫୩୨ ପିଲାଙ୍କୁ ମିିଳିନି ବହି
ଜଗତ୍ସିଂହପୁର ଅଫିସ, ୧୦ା୬: ରାଜ୍ୟ ସରକାର ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମାଧ୍ୟମରେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ଖାଲି ଶିକ୍ଷକ ପଦବୀ ପୂରଣ କରି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ସରକାରୀ ବିଦ୍ୟାଳୟ ମୁହଁା କରିବାକୁ ଉଦ୍ୟମ…
ଜବରଦଖଲରେ ଶ୍ମଶାନ ଜମି
ରସୁଲପୁର,୧୦ା୬(ଡି.ଏନ.ଏ.): ରସୁଲପୁର ବ୍ଲକ୍ ନରସିଂହପୁର ପଞ୍ଚାୟତ ଅଧୀନ ହରିପୁର ଗ୍ରାମର ଏକ ଶ୍ମଶାନ ଜମି ଜବରଦଖଲ ହୋଇଛି। ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଉକ୍ତ ଜମିକୁ ଗ୍ରାମର କେତେଜଣ ବ୍ୟକ୍ତି ଜୋରଜବରଦସ୍ତ ନିଜ ଅକ୍ତିଆକରକୁ ନେଇଯିବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରଶାସନର ନୀରବତା…
କଲରା ଚାଷରେ ଭୁରୁଙ୍ଗା ରୋଗ
ଧର୍ମଶାଳା,୧୦ା୬(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍ ଅଞ୍ଚଳ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଜଳବାୟୁ ପରିବର୍ତ୍ତନ। ଅନେକ ସମୟରେ ଲଗାଣ ବର୍ଷା ଓ ବନ୍ୟାରେ ଧାନ ଚାଷରେ କ୍ଷତି ସହିଥାନ୍ତି ଚାଷୀକୁଳ। ସେଥିରୁ ମୁକୁଳିବା ପାଇଁ ବିଭିନ୍ନ ପନିପରିବା ଫସଲ କରିଥାନ୍ତି। ଆଶା ଥାଏ…
ହାଇଟେକ୍ ସର୍ଭେରୁ ବଞ୍ଚିତ ଦର୍ପଣ ତହସିଲ
ଚଣ୍ଡିଖୋଲ,୧୦ା୬(ଡି.ଏନ.ଏ.): ରାଜ୍ୟ ସରକାର ଜମିଜମା ସଂଶୋଧନ ପାଇଁ ବନ୍ଦୋବସ୍ତ, ଚକବନ୍ଦୀ ଆଦି ପ୍ରଚଳନ କରି ସଂଶୋଧନ ପ୍ରକ୍ରିୟା କରିଥିଲେ। ହେଲେ ଇଂରେଜ ସରକାର ଅମଳରେ ହୋଇଥିବା ଭୂ ସଂଶୋଧନ ଆଜି ପର୍ଯ୍ୟନ୍ତ ବଦଳି ନାହିଁ। ଫଳରେ ଯାଜପୁର ଜିଲା ଦର୍ପଣ ତହସିଲ…
ପ୍ରଥମ ଦିନରେ ଟିକେଟ ଶେଷ
କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି ଶେଷ ହୋଇଛି। ଗୁରୁବାର ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ଏଥିପାଇଁ…
ରୋଷଘରେ ଲାଗିବ ନୂଆ ଖାଣ୍ଡେଲାଇଟ୍ ପଥର
ପୁରୀ ଅଫିସ,୧୦।୬:ଚଳିତବର୍ଷ ଶ୍ରୀମନ୍ଦିର ରୋଷଘରେ ନୂଆ ଖାଣ୍ଡେଲାଇଟ୍ ପଥର ଲଗାଯିବ। ସେହିପରି ଆସନ୍ତା ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପ ମରାମତି ସହ କଳାହାଟ ଦ୍ୱାର ରୁପାଛାଉଣି କାର୍ଯ୍ୟ ଶେଷ କରାଯିବ। ସମ୍ପ୍ରତି ରଥଯାତ୍ରା ପାଇଁ ସିସିଟିଭି କ୍ୟାମେରା ଲଗାଯାଉଥିବାବେଳେ…
୨୩ ବର୍ଷ ପରେ ହାଇକୋର୍ଟଙ୍କ ରାୟ: ସରକାରୀ ଖାତାକୁ ଫେରିବ ୫ଶହ ଏକର ଜମି
ପୁରୀ ଅଫିସ,୧୦।୬: ସରକାରଙ୍କ ମାଲିିିିିକାନାକୁ ଫେରିବ ପୁରୀ ସିପସରୁ ବାଲି ଅଞ୍ଚଳରେ ଥିବା ୫ଶହ ଏକରରୁ ଅଧିକ ଜମି। ରାଜ୍ୟ ସରକାରଙ୍କ ସପକ୍ଷରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ଦୀର୍ଘ ୨୩ ବର୍ଷ ଧରି ରାଧାକାନ୍ତ ମଠ ପକ୍ଷରୁ ଚାଲିଥିବା ମାମଲାର…
ବଜ୍ରପାତ ନେଲା ୨ ଜୀବନ
ପାଟଣା/ଢେଙ୍କିକୋଟ,୯।୬(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲାରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଘସିପୁରା ଥାନା ରାଇଘାଟି ଗ୍ରାମର ବଳରାମ ପିଙ୍ଗୁଆ (୭୫) ଓ ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମର ମଙ୍ଗୁଳି ମୁଣ୍ଡା।…
ବ୍ୟବସାୟୀଙ୍କ ଘରୁ ଡକାୟତି: ଜବତ ହେଲା ଚୋରି ୩୧ ଲକ୍ଷ ଟଙ୍କା
ଭବାନୀପାଟଣା/ଧର୍ମଗଡ଼,୯।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ଗତ ୩୦ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କଳାହାଣ୍ଡି ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ଟିଟିଲାଗଡ଼ ଅଞ୍ଚଳର ବାସୁ ପୁଟେଲ, ନେପାଳ ଆଡ଼ଜୁଆଡ଼, ଯୁଗେନ ପଟେଲ ଓ କୈଳାସ ହାତୀ। ପୋଲିସ…

