ବର୍ଷାକୁ ନାହିଁ ଭରସା, ହୋଇପାରୁନି ଚାଷକାର୍ଯ୍ୟ

ପଟ୍ଟାମୁଣ୍ଡାଇ,୪ା୮(ସ୍ବ.ପ୍ର.): କଥାରେ ଅଛି, ଆଷାଢ଼-ଶ୍ରାବଣ ମେଘ ବରଷେ ଘନ ଘନ। ଚାଷ ଓ ଚାଷୀ ପାଇଁ ଏହି ଦୁଇ ମାସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ହେଲେ ଆଷାଢ଼ ଯାଇ ଶ୍ରାବଣ ଶେଷ ହେବାକୁ ଯାଉଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବାଭାବିକ ବର୍ଷା ନ ହେବାରୁ ଚାଷକାର୍ଯ୍ୟ ହୋଇପାରୁନି। ଆବଶ୍ୟକ ପରିମାଣର ବର୍ଷା ଏଯାଏ ହୋଇ ନ ଥିବାରୁ ରୁଆ, ବେଉଷଣ କାର୍ଯ୍ୟ ଆଗେଇ ପାରୁନାହିଁ। ଲଘୁଚାପ ଯୋଗୁ ଗତ ୨ଦିନ ହେବ ବର୍ଷା ହେଉଛି। କିନ୍ତୁ ଏହା ଚାଷୀଙ୍କ ମନରେ ଆଶା ଭରିପାରୁନାହିଁ। କାରଣ ଗତବର୍ଷ ଏହି ସମୟରେ ଚାଷୀ ହତାଶ ହୋଇଥିବାରୁ ଚଳିତବର୍ଷ ବର୍ଷା ଉପରେ ଭରସା ରଖି ପାରୁନାହାନ୍ତି। କେନାଲ ମାଧ୍ୟମରେ ଜଳସେଚିତ ହେଉଥିବା ଉତିକଣ ଅଞ୍ଚଳରେ ପାଣି ଜମିରେ ମାଡ଼ିଲେ ରୁଆ ପୋତା କାମ ଆରମ୍ଭ ହେବ। ମାତ୍ର କେନାଲ ସଫେଇ କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିଲା ନାହିଁ। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଠିକାଦାର କେନାଲ ସଫା କରିବାର ନିୟମ ରହିଛି। ଆମେ କିଛି କରିପାରିବୁ ନାହିଁ। ଜୁଲାଇ ଶେଷ ସୁଦ୍ଧା କେନାଲ ସଫା କାର୍ଯ୍ୟ ସରି ନ ଥିବା ଯୋଗୁ ମେନ୍‌ କେନାଲରୁ ଶାଖା କେନାଲଗୁଡିକୁ ଠିକ୍‌ ଭାବେ ପାଣି ଯାଉ ନ ଥିବାରୁ ବିଲରେ ମାଡ଼ିପାରୁନାହିଁ। ଫଳରେ ଚାଷୀମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ସୁଦ୍ଧା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆବଶ୍ୟକଠାରୁ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଚଳିତବର୍ଷ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମୋଟ ୧୧, ୭୦୦ ହେକ୍ଟର ଜମିରେ ଖରିଫ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଅନିୟମିତ ବୃଷ୍ଟିପାତ ଯୋଗୁ ସେହି ଲକ୍ଷ୍ୟ ଏବେ ୮,୨୪୫ ହେକ୍ଟର ଯାଏ ପହଞ୍ଚତ୍ ପାରିଛି। ସେଥିମଧ୍ୟରୁ ଅଦ୍ୟାବଧି ପ୍ରାୟ ୩,୮୦୦ ହେକ୍ଟର ଜମିରେ ଚାଷକାର୍ଯ୍ୟ ହୋଇପାରିଛି ବୋଲି ସେ କହିଛନ୍ତି। ସଂସାରଫଳ ଗଁାର ଚାଷୀ ଅଜାମ୍ବର ପରିଡ଼ା କହିଛନ୍ତି, ଆବଶ୍ୟକ ବର୍ଷା ଅଭାବରୁ ଜମିରେ ପାଣି ନାହିଁ। ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ କେନାଲ ପାଣି ଜମିକୁ ମାଡୁନି। ତେଣୁ ଚଳିତବର୍ଷ ଚାଷ ଅବସ୍ଥା କ’ଣ ହେବ, ତାହା ଚାଷୀମାନେ ଭାବିପାରୁନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ୩ ବର୍ଷ ହେଲା ଖରିଫ ଧାନଚାଷ ବାଧାପ୍ରାପ୍ତ ହେଉଛି। ଗତବର୍ଷ ପ୍ରାୟ ୧୦୦୦ ଏକର ଜମି ପଡ଼ିଆ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଉତିକଣ ଅଞ୍ଚଳର ଚାଷୀମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଫସଲ ବଞ୍ଚତ୍ବ କି ମରିବ ତାହା କାହାକୁ ଜଣାନାହିଁ। ତେଣୁ ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଇଛୁ। ସୁବର୍ଣ୍ଣପୁରର ଚାଷୀ ବିଜୟ ନାୟକ କହିଛନ୍ତି, ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ମାତ୍ର ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁ ଭାତହାଣ୍ଡି ଉଜୁଡି ଯିବାକୁ ବସିଛି। ମାସେ ହେଲାଣି ବର୍ଷା ସେପରି ହେଉନାହିଁ। ଖରା ଅଧିକ ହେଉଥିବାରୁ ବିଲ ଶୁଖିଯାଉଛି। ଶ୍ରାବଣରେ ଏପରି ସ୍ଥିତି ଯୋଗୁ ଚାଷକାର୍ଯ୍ୟ ପଛେଇ ଚାଲିଛି।
ସାମାଜିକ କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ଜଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡ଼ାରେ ମରୁଡ଼ିର ପଦଧ୍ୱନି ଦେଖିବାକୁ ମିଳିଛି। ଶ୍ରାବଣ ଶେଷହେବାକୁ ବସିଥିବା ବେଳେ ଉତିକଣ ଭେଡ଼ାରେ ଗୋଟିଏ ବୁଦା ଧାନ ବି ରୁଆ ହୋଇପାରୁନି। ଅନିୟମିତ ବର୍ଷା ଯୋଗୁ ଚାଷୀମାନେ ଠିକ୍‌ ଭାବେ ତଳି ଉତାରିପାରି ନ ଥିବା ବେଳେ ଏବେ ନିଅଣ୍ଟିଆ ବର୍ଷା ଚାଷକାମରେ ବାଧା ସୃଷ୍ଟି କରିଛି। ଚାଷୀର ଅଣ୍ଟା ଭାଙ୍ଗିଦେଇଛି। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ କଥା ନ କହିବା ଭଲ। କେନାଲ ପାଣି ବିଲକୁ ଯିବାକୁ ସୋଟ ଲେଭଲ କରିବାକୁ ନିୟମ ଅଛି। ମାତ୍ର ବାବୁମାନେ ବନ୍ଧ ଉଚ୍ଚା କରିବା ପାଇଁ କେନାଲ ଭିତରୁ ମାଟି ଉଠାଇ ଖାଲୁଆ କଲେ। ଯାହାଦ୍ୱାରା ଶାଖା କେନାଲକୁ ପାଣି ଉଠିବାରେ ସମସ୍ୟା ଯୋଗୁ ଉତିକଣ ଭେଡାରେ ଥିବା ହଜାର ଏକର ଚାଷଜମି ପଡ଼ିଆ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଆଷାଢ଼ ଆରମ୍ଭରୁ ତଳି ପକାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପରେ ବର୍ଷା ଠିକ୍‌ ଭାବେ ହେଲାନାହିଁ। ତେଣୁ ରୁଆ କାର୍ଯ୍ୟ ଆଗେଇ ପାରୁନାହିଁ। ଆଗାମୀ ଦିନରେ ଯଦି ଏପରି ଅନିୟମିତ ବର୍ଷା ହୁଏ ତା’ହେଲେ ମରୁଡ଼ି ଆଶଙ୍କା ଦେଖାଦେଇ ପାରେ। ସେଥିପାଇଁ ଚାଷୀମାନଙ୍କ ଆଖିରୁ ନିଦ ହଜିଗଲାଣି। ଏ ନେଇ ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ଭଦ୍ରନାରାୟଣ ଦାସଙ୍କୁ ପଚାରିବାରେ ମାସେ ହେଲା ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ହତାଶ କରିଥିଲା। ହେଲେ କିଛିଦିନ ହେବ ଅଳ୍ପ ବର୍ଷା ହେଉଥିବାରୁ ଚାଷରେ ଅଧିକ ସମସ୍ୟା ରହିବ ନାହିଁ। ତେଣୁ ଚାଷୀମାନେ ଯଥାଶୀଘ୍ର ବେଉଷଣ ଓ ରୁଆପୋତା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?