ବିଜୁ ପକ୍କାଘର ନିର୍ମାଣ ପରେ ମିଳୁନି ଫାଇନାଲ ବିଲ୍‌

ଡେରାବିଶ, ୪ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଅଢ଼ଙ୍ଗା ଗାଁର ଜଣେ ବ୍ୟକ୍ତି ବାସଗୃହ ଯୋଜନାରେ ମିଳିଥିବା ଗୃହଟି ୫ବର୍ଷ ତଳେ ସମ୍ପୂର୍ଣ୍ଣ କରିଥିଲେ। ହେଲେ ନିର୍ମାଣ କରିଥିବା ଗୃହର ଫାଇନାଲ ବିଲ୍‌ ପାଇବାକୁ ପଞ୍ଚାୟତ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ଯାଏ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ ହେଁ ହିତାଧିକାରୀ ତାଙ୍କ ଖର୍ଚ୍ଚ ଟଙ୍କା ପାଉନାହାନ୍ତି। ହିତାଧିକାରୀ ଜଣକ ହେଲେ ଅଢ଼ଙ୍ଗା ଗାଁର ସଞ୍ଜୟ କୁମାର ଲେଙ୍କା। ପିତା ଭୂମିହୀନ ଥିବାରୁ ଅଢ଼ଙ୍ଗା ଗଁାରେ ୪ ଡିସିମିଲ୍‌ ଘରଡିହ ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ସେତେବେଳେ ଇନ୍ଦିରା ଆବାସ ଯୋଜନାରେ ପକ୍କାଘର କରିଥିଲେ। ଏବେ ସେଥିରେ ସଞ୍ଜୟଙ୍କ ବଡ଼ଭାଇ ରହୁଛନ୍ତି। ବଡ଼ଭାଇଙ୍କଠାରୁ ପୃଥକ୍‌ ବାସ କରୁଥିବା ସଞ୍ଜୟ ଅଲଗା ହୋଲ୍ଡିଂ ନମ୍ବରରେ ଏକ ବିଜୁ ପକ୍କାଘର ପାଇବାକୁ ଯୋଗ୍ୟ ହୋଇ ୨୦୧୭ ମାର୍ଚ୍ଚ ୨୫ରେ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ। ଏହି ନିର୍ମାଣ କାର୍ଯ୍ୟ ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ସରକାରଙ୍କ ଘୋଷଣା ଅନୁଯାୟୀ, ପୁରସ୍କାର ପାଇବା ଆଶାରେ ସଞ୍ଜୟ ଧାର କରଜ କରି ଗୃହ କାର୍ଯ୍ୟ ଶେଷ କରିଥିଲେ। ନିୟମ ଅନୁଯାୟୀ, ୩ଟି କିସ୍ତିରେ ୯୦ହଜାର ଟଙ୍କା ଚେକ୍‌ ମାଧ୍ୟମରେ ସେ ପାଇଥିଲେ। ୪ର୍ଥ ତଥା ଶେଷ କିସ୍ତି ଛାତ ପଡ଼ି କବାଟ ଝରକା ଲଗାଇ ବାସୋପଯୋଗୀ କରିବା ପରେ ମିଳିବାର ନିୟମ ଥିଲା। ସଞ୍ଜୟ ସେସବୁ ସାରିଲା ପରେ ବି ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଅଥଚ ବାକିଥିବା ୩୦ ହଜାର ଟଙ୍କା ସେ ଅଦ୍ୟାବଧି ପାଇନାହାନ୍ତି। ବିଭିନ୍ନ ସମୟରେ ବ୍ଲକ ଓ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଏ ସମ୍ପର୍କରେ ଅଭିଯୋଗ କରିଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ଗତ ସୋମବାର ଇନ୍ଦାଳୋ ପଞ୍ଚାୟତରେ ହୋଇଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ବିଡିଓ ନମିତା ବାରିକଙ୍କ ନିକଟରେ ୩ୟ ଥର ପାଇଁ ସେ ଅଭିଯୋଗ କରିଛନ୍ତି। ସଞ୍ଜୟ ଧାର କରଜ ଶୁଝି ନ ପାରି ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପ୍ରତି ସୁବିଚାର ନ ହେଲେ ପଞ୍ଚାୟତ ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ବାରିକଙ୍କୁ ପଚାରିବାରେ ସଞ୍ଜୟଙ୍କ ବାସଗୃହ ଯୋଜନାକୁ ନେଇ ନ୍ୟାୟାଳୟରେ ମାମଲା ଚାଲିଥିବାରୁ ତାଙ୍କର ଫାଇନାଲ ବିଲ୍‌ କରିବା ସମ୍ଭବପର ନୁହେଁ। ତେବେ ନ୍ୟାୟାଳୟର ବିଚାର ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri