ଭୁବନେଶ୍ୱରରେ ବାଇକ୍‌, ଏରସମାରୁ ଗଲା ଚାଲାଣ

ଜଗତ୍‌ସିଂହପୁର ଅଫିସ, ୪ା୮: ମୋଟର ଯାନ ଆଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁମାନେ ହେଲମେଟ୍‌ ପିନ୍ଧି ନ ଥିବେ, ଡ୍ରାଇଭିଂ ଲାଇସେନ୍ସ ନ ଥିବ, ଗାଡ଼ିର କାଗଜପତ୍ର ପାଖରେ ନ ଥିବ, ନାବାଳକ, ଆବଶ୍ୟକଠାରୁ ଅଧିକ ଯାତ୍ରା କରୁଥିବେ ସେମାନଙ୍କୁ ଚେକିଂ ବେଳେ ପୋଲିସ କିମ୍ବା ପରିବହନ ବିଭାଗ କର୍ମଚାରୀ ଜରିମାନା ଦେବାକୁ ନୋଟିସ କରୁଛନ୍ତି। ଏହାଦ୍ୱାରା ଚାଳକମାନେ ଭବିଷ୍ୟତରେ ଏଭଳି ଭୁଲ୍‌ କରିବାକୁ ଡରିବେ। କିନ୍ତୁ ଚେକିଂ ବେଳେ ପୋଲିସ ଓ ପରିବହନ କର୍ମଚାରୀମାନେ ମନଇଚ୍ଛା ଚାଲାଣ କାଟି ଅନେକ ଲୋକଙ୍କୁ ଅସୁବିଧାରେ ପକାଉଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଏପରି କି ଗାଡ଼ି ଭୁବନେଶ୍ୱରରେ ଥାଇ ମଧ୍ୟ ଜଗତ୍‌ସିଂହପୁର ଜିଲାରେ ଚାଲିଥିବା ବେଳେ ଆଇନ ଉଲ୍ଲଂଘନ କରିଥିବା ଦର୍ଶାଯାଇ ଜରିମାନା ଧାର୍ଯ୍ୟ କରାଯାଇଛି। ଏ ନେଇ ବାଇକ୍‌ ମାଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏ ସମ୍ପର୍କରେ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କବୀରପୁର ନିକଟ ଦରକୁଣ୍ଡି ଗଁାର ଭବାନୀ ଶଙ୍କର ଆଚାର୍ଯ୍ୟ ଅଭିଯୋଗରେ କହିଛନ୍ତି, ତାଙ୍କ ମୋବାଇଲକୁ ୩୦ା୭ା୨୨ରେ ଏକ ଚାଲାଣ ମେସେଜ୍‌ ଆସିଥିଲା, ଯେଉଁଥିରେ ରାସ୍ତା ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ଚାଲାଣ ପଠାଯାଇଥିବା ଜଣାପଡ଼ିଥିଲା। ଚାଲାଣ ନଂ. ଓଆର୍‌ ୩୮୦୦୯୨୨୦୭୨୩୨୧୫୮୨୬, ବାଇକ୍‌ ନଂ. ଓଆର୍‌ ୦୨ ଟି ୭୬୯୪ ସହ ୫୦୦ ଟଙ୍କାର ଚାଲାଣ କଟାଯାଇଥିବା ଉଲ୍ଲେଖ କରାଯାଇଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଏକ ଲିଙ୍କ୍‌ ଦିଆଯାଇଛଇ। ମେସେଜ୍‌ ଶେଷଧାଡ଼ିରେ ଜଗତ୍‌ସିଂହପୁର ଟ୍ରାଫିକ୍‌ ପୋଲିସ ବୋଲି ଉଲ୍ଲେଖ କରାଯାଇଛି। ଲିଙ୍କ୍‌ ଖୋଲିଲା ପରେ ଟ୍ରାଫିକ୍‌ ପୋଲିସ ଓଡ଼ିଶା ପକ୍ଷରୁ ଚାଲାଣ ତାରିଖ ୨୩ା୭ା୨୨ ବୋଲି ଦର୍ଶାଯାଇଛି। ଓଡ଼ିଶାର ଏକ ଅଜଣା ରାସ୍ତାରେ ସାଧାରଣ ଅପରାଧ କାରଣରୁ ଧାରା ୧୭୭ ଅନୁଯାୟୀ ୫୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିବା ସ୍ପଷ୍ଟ କରାଯାଇଛି। ବଡ଼କଥା ହେଲା, ଅଧିକାରୀଙ୍କ ନାମ ଓ ଦସ୍ତଖତରେ ପୋଲିସ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମାଝି ବୋଲି ଉଲ୍ଲେଖ ଅଛି। ଏ ସମ୍ପର୍କରେ ଅନୁସନ୍ଧାନ କଲା ପରେ ଏରସମା ଥାନା ଅଞ୍ଚଳରେ ଚେକିଂ ବେଳେ ଉପରୋକ୍ତ ବାଇକ୍‌ ନମ୍ବରରେ ଚାଲାଣ କଟାଯାଇଥିବା ଜଣାପଡ଼ିଥିଲା। ଯେହେତୁ ମାଝି ପୂର୍ବରୁ ଏରସମା ଥାନା ଆଇଆଇସି ଥିଲେ ଏବଂ ଏବେ ଅନ୍ୟତ୍ର ବଦଳି ପରେ ନିଲମ୍ବିତ ହୋଇଛନ୍ତି ତେଣୁ ଚାଲାଣରେ ତାଙ୍କ ନାମ ଆସିବା ଆଶ୍ଚର୍ଯ୍ୟାନ୍ବିତ କରିଥିଲା। କେବଳ ଏତିକି ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଇକ୍‌ ମାଲିକ ଆଚାର୍ଯ୍ୟଙ୍କ ଘର ଯାଜପୁର ଜିଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହିବା ସହ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀରେ କାମ କରନ୍ତି। ଦୀର୍ଘଦିନ ହେଲା ତାଙ୍କ ବାଇକ୍‌ ବାସଭବନରେ ଘୋଡ଼ାହୋଇ ରହିଛି। ପ୍ରତ୍ୟହ ସେ ସାଇକେଲରେ କାର୍ଯ୍ୟାଳୟ ଯିବା ଆସିବା କରନ୍ତି। କିନ୍ତୁ ତାଙ୍କ ବାଇକ୍‌ ଏରସମା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଲିବା ଆଚାର୍ଯ୍ୟଙ୍କୁ ବିସ୍ମିତ କରିଥିବା ଅଭିଯୋଗରେ କହିଛନ୍ତି। ସେ ଏ କଥା ମଧ୍ୟ କହିଛନ୍ତି ଯେ, ମିଛରେ ଚାଲାଣ କାଟି ଲୋକଙ୍କୁ ଆର୍ଥିକ ଓ ମାନସିକ ଭାବେ ଆଘାତ ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଚାଲାଣ ପରିମାଣ ଛାଡ଼ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ଉପରେ ଏରସମା ଆଇଆଇସି ଭାବଗ୍ରାହୀ ରାଉତଙ୍କୁ ପଚାରିବାରୁ ପୂର୍ବତନ ଆଇଆଇସି ମାଝିଙ୍କ ସମୟରେ ମେଶିନ୍‌ଟି କିଣାଯାଇଥିବାରୁ ତାଙ୍କ ନାମ ଆସୁଛି। ସଂଶୋଧନ ହୋଇନି। କେହି ବାଇକ୍‌ ଚାଳକ ତାଙ୍କ ନମ୍ବର ପ୍ଲେଟ୍‌ରେ ବାଇକ୍‌ ପଞ୍ଜୀକରଣ ସଂଖ୍ୟା ଓଆର୍‌ ୦୨ ଟି ୭୬୯୪ ମାରିଥିଲେ କିମ୍ବା ଚେକିଂ କରୁଥିବା କର୍ମଚାରୀ କୌଣସି ନିର୍ଦ୍ଦିଷ୍ଟ ଅଙ୍କ ଭୁଲ୍‌ରେ ନୋଟ୍‌ କରି ଦେଇଥାଇପାରନ୍ତି। ବାସ୍ତବ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହା ଉପରେ କ’ଣ କରିହେବ ଚିନ୍ତା କରିବେ ବୋଲି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?