ଭୁବନେଶ୍ୱରରେ ବାଇକ୍‌, ଏରସମାରୁ ଗଲା ଚାଲାଣ

ଜଗତ୍‌ସିଂହପୁର ଅଫିସ, ୪ା୮: ମୋଟର ଯାନ ଆଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁମାନେ ହେଲମେଟ୍‌ ପିନ୍ଧି ନ ଥିବେ, ଡ୍ରାଇଭିଂ ଲାଇସେନ୍ସ ନ ଥିବ, ଗାଡ଼ିର କାଗଜପତ୍ର ପାଖରେ ନ ଥିବ, ନାବାଳକ, ଆବଶ୍ୟକଠାରୁ ଅଧିକ ଯାତ୍ରା କରୁଥିବେ ସେମାନଙ୍କୁ ଚେକିଂ ବେଳେ ପୋଲିସ କିମ୍ବା ପରିବହନ ବିଭାଗ କର୍ମଚାରୀ ଜରିମାନା ଦେବାକୁ ନୋଟିସ କରୁଛନ୍ତି। ଏହାଦ୍ୱାରା ଚାଳକମାନେ ଭବିଷ୍ୟତରେ ଏଭଳି ଭୁଲ୍‌ କରିବାକୁ ଡରିବେ। କିନ୍ତୁ ଚେକିଂ ବେଳେ ପୋଲିସ ଓ ପରିବହନ କର୍ମଚାରୀମାନେ ମନଇଚ୍ଛା ଚାଲାଣ କାଟି ଅନେକ ଲୋକଙ୍କୁ ଅସୁବିଧାରେ ପକାଉଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଏପରି କି ଗାଡ଼ି ଭୁବନେଶ୍ୱରରେ ଥାଇ ମଧ୍ୟ ଜଗତ୍‌ସିଂହପୁର ଜିଲାରେ ଚାଲିଥିବା ବେଳେ ଆଇନ ଉଲ୍ଲଂଘନ କରିଥିବା ଦର୍ଶାଯାଇ ଜରିମାନା ଧାର୍ଯ୍ୟ କରାଯାଇଛି। ଏ ନେଇ ବାଇକ୍‌ ମାଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏ ସମ୍ପର୍କରେ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କବୀରପୁର ନିକଟ ଦରକୁଣ୍ଡି ଗଁାର ଭବାନୀ ଶଙ୍କର ଆଚାର୍ଯ୍ୟ ଅଭିଯୋଗରେ କହିଛନ୍ତି, ତାଙ୍କ ମୋବାଇଲକୁ ୩୦ା୭ା୨୨ରେ ଏକ ଚାଲାଣ ମେସେଜ୍‌ ଆସିଥିଲା, ଯେଉଁଥିରେ ରାସ୍ତା ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ଚାଲାଣ ପଠାଯାଇଥିବା ଜଣାପଡ଼ିଥିଲା। ଚାଲାଣ ନଂ. ଓଆର୍‌ ୩୮୦୦୯୨୨୦୭୨୩୨୧୫୮୨୬, ବାଇକ୍‌ ନଂ. ଓଆର୍‌ ୦୨ ଟି ୭୬୯୪ ସହ ୫୦୦ ଟଙ୍କାର ଚାଲାଣ କଟାଯାଇଥିବା ଉଲ୍ଲେଖ କରାଯାଇଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଏକ ଲିଙ୍କ୍‌ ଦିଆଯାଇଛଇ। ମେସେଜ୍‌ ଶେଷଧାଡ଼ିରେ ଜଗତ୍‌ସିଂହପୁର ଟ୍ରାଫିକ୍‌ ପୋଲିସ ବୋଲି ଉଲ୍ଲେଖ କରାଯାଇଛି। ଲିଙ୍କ୍‌ ଖୋଲିଲା ପରେ ଟ୍ରାଫିକ୍‌ ପୋଲିସ ଓଡ଼ିଶା ପକ୍ଷରୁ ଚାଲାଣ ତାରିଖ ୨୩ା୭ା୨୨ ବୋଲି ଦର୍ଶାଯାଇଛି। ଓଡ଼ିଶାର ଏକ ଅଜଣା ରାସ୍ତାରେ ସାଧାରଣ ଅପରାଧ କାରଣରୁ ଧାରା ୧୭୭ ଅନୁଯାୟୀ ୫୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିବା ସ୍ପଷ୍ଟ କରାଯାଇଛି। ବଡ଼କଥା ହେଲା, ଅଧିକାରୀଙ୍କ ନାମ ଓ ଦସ୍ତଖତରେ ପୋଲିସ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମାଝି ବୋଲି ଉଲ୍ଲେଖ ଅଛି। ଏ ସମ୍ପର୍କରେ ଅନୁସନ୍ଧାନ କଲା ପରେ ଏରସମା ଥାନା ଅଞ୍ଚଳରେ ଚେକିଂ ବେଳେ ଉପରୋକ୍ତ ବାଇକ୍‌ ନମ୍ବରରେ ଚାଲାଣ କଟାଯାଇଥିବା ଜଣାପଡ଼ିଥିଲା। ଯେହେତୁ ମାଝି ପୂର୍ବରୁ ଏରସମା ଥାନା ଆଇଆଇସି ଥିଲେ ଏବଂ ଏବେ ଅନ୍ୟତ୍ର ବଦଳି ପରେ ନିଲମ୍ବିତ ହୋଇଛନ୍ତି ତେଣୁ ଚାଲାଣରେ ତାଙ୍କ ନାମ ଆସିବା ଆଶ୍ଚର୍ଯ୍ୟାନ୍ବିତ କରିଥିଲା। କେବଳ ଏତିକି ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଇକ୍‌ ମାଲିକ ଆଚାର୍ଯ୍ୟଙ୍କ ଘର ଯାଜପୁର ଜିଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହିବା ସହ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀରେ କାମ କରନ୍ତି। ଦୀର୍ଘଦିନ ହେଲା ତାଙ୍କ ବାଇକ୍‌ ବାସଭବନରେ ଘୋଡ଼ାହୋଇ ରହିଛି। ପ୍ରତ୍ୟହ ସେ ସାଇକେଲରେ କାର୍ଯ୍ୟାଳୟ ଯିବା ଆସିବା କରନ୍ତି। କିନ୍ତୁ ତାଙ୍କ ବାଇକ୍‌ ଏରସମା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଲିବା ଆଚାର୍ଯ୍ୟଙ୍କୁ ବିସ୍ମିତ କରିଥିବା ଅଭିଯୋଗରେ କହିଛନ୍ତି। ସେ ଏ କଥା ମଧ୍ୟ କହିଛନ୍ତି ଯେ, ମିଛରେ ଚାଲାଣ କାଟି ଲୋକଙ୍କୁ ଆର୍ଥିକ ଓ ମାନସିକ ଭାବେ ଆଘାତ ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଚାଲାଣ ପରିମାଣ ଛାଡ଼ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ଉପରେ ଏରସମା ଆଇଆଇସି ଭାବଗ୍ରାହୀ ରାଉତଙ୍କୁ ପଚାରିବାରୁ ପୂର୍ବତନ ଆଇଆଇସି ମାଝିଙ୍କ ସମୟରେ ମେଶିନ୍‌ଟି କିଣାଯାଇଥିବାରୁ ତାଙ୍କ ନାମ ଆସୁଛି। ସଂଶୋଧନ ହୋଇନି। କେହି ବାଇକ୍‌ ଚାଳକ ତାଙ୍କ ନମ୍ବର ପ୍ଲେଟ୍‌ରେ ବାଇକ୍‌ ପଞ୍ଜୀକରଣ ସଂଖ୍ୟା ଓଆର୍‌ ୦୨ ଟି ୭୬୯୪ ମାରିଥିଲେ କିମ୍ବା ଚେକିଂ କରୁଥିବା କର୍ମଚାରୀ କୌଣସି ନିର୍ଦ୍ଦିଷ୍ଟ ଅଙ୍କ ଭୁଲ୍‌ରେ ନୋଟ୍‌ କରି ଦେଇଥାଇପାରନ୍ତି। ବାସ୍ତବ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହା ଉପରେ କ’ଣ କରିହେବ ଚିନ୍ତା କରିବେ ବୋଲି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri