ଆମକୁ ଗୁଣ୍ଠେ ଜମି ମିଳୁନିି, ଶିଳ୍ପ ସଂସ୍ଥାକୁ ୮୦ ଏକର

ଚଣ୍ଡିଖୋଲ,୪ା୮(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ କଳକଳାରାସ୍ତାର ବୈରୀଠାରେ ନିର୍ମାଣ ହେବାକୁ ଯାଉଛି ଏକ ସିମେଣ୍ଟ କାରଖାନା। ଏହି କାରଖାନା ପାଇଁ ସରକାରଙ୍କ ପକ୍ଷରୁ ୮୦ ଏକର ଜମି ଯୋଗାଇ ଦିଆଯିବ। ଏନେଇ ଆସନ୍ତା ୫ ତାରିଖରେ ଜନଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ତେବେ କାରଖାନାଟି ବୈରୀ ପଞ୍ଚାୟତର ବଗଉ, ଝାଟିଆପଡ଼ା ମୌଜାରେ ପ୍ରତିଷ୍ଠା ହେବ। ଏହି ମୌଜାରେ ୪୫ ଆଦିବାସୀ ପରିବାର ୩୦ବର୍ଷ ହେବ ରହିଆସୁଛନ୍ତି। ସେମାନେ ଗୁଣ୍ଠେ ଗୁଣ୍ଠେ ଜମିପଟ୍ଟା ପାଇଁ ଦୀର୍ଘ ବର୍ଷ ହେବ ସଂଘର୍ଷ କରିଆସୁଛନ୍ତି। ହେଲେ କେହି ନ ଶୁଣିବାରୁ ସେମାନେ ଏ ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ପତ୍ରଲେଖି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି।

ସେମାନେ ଦାବିପତ୍ରରେ ଦର୍ଶାଯାଇଛି ଯେ, ସେଠାରେ ଡାଲମିଆ ସିମେଣ୍ଟ କାରଖାନା ପୂର୍ବରୁ ରହିଛି। କାରଖାନା ପ୍ରତିଷ୍ଠା ସମୟରେ ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ପାଳନ କରାଯାଇ ନ ଥିଲା। କେବଳ ଆଲୋକୀକରଣ କରାଯାଇଥିବା ବେଳେ ଏହା ଅଚଳ ହେବା ପରେ କାରଖାନା କର୍ତ୍ତୃପକ୍ଷ ତାକୁ ମଧ୍ୟ ଖୋଲି ନେଇଗଲେ। ଆଜି ପଯର୍‌ୟନ୍ତ ଏଠାରେ ବିଦ୍ୟାଳୟଟିଏ ପ୍ରତିଷ୍ଠା ହୋଇପାରିଲା ନାହଁି। ସ୍ବାସ୍ଥ୍ୟ ସେବା କଥା ଦୂରରେ। ଗୋଟିଏ ମାତ୍ର ଅଙ୍ଗନଓ୍ବାଡି କେନ୍ଦ୍ର ଝାଟିଆପଡ଼ାରେ ରହିଥିବା ବେଳେ ଡାଲମିଆ ସିମେଣ୍ଟ କମ୍ପାନୀ ମଝିରେ ରେଳଲାଇନ ବିଛାଇ ଦେଇଥିବାରୁ ପିଲାମାନେ ସେଠାକୁ ଯିବ ଅସମ୍ଭବ ହୋଇପଡ଼ିଛି। ଆଜି ପର୍ଯ୍ୟନ୍ତ ଦର୍ପଣ ତହସିଲଦାର ଓ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଭୂମିହୀନଙ୍କୁ ଯେଉଁ ଗୁଣ୍ଠେ ଜମି ଦିଆଯିବା କଥା ତାହା ମଧ୍ୟ ଦିଆଯାଇନାହଁି। ସେହିଭଳି ଗୁଣ୍ଠେ ଜମି ପାଇଁ ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ ଜିଲା ପ୍ରଶାସନ ଆଦୌ କର୍ଣ୍ଣପାତ କରୁନାହଁି। ଏହା ମଧ୍ୟରେ ଏକ ନୂତନ ସିମେଣ୍ଟ କାରଖାନା ସ୍ଥାପନ ହେବାକୁ ଆସିଛି, ଯାହାର ନାମ ମହାଶକ୍ତି ସିମେଣ୍ଟ। ସମ୍ପୃକ୍ତ କମ୍ପାନୀକୁ ସରକାର ଜମି ଯୋଗାଇ ଦେଉଛନ୍ତି। ହେଲେ ଆମର ୪୫ ଆଦିବାସୀ ପରିବାର ଦୀର୍ଘ ବର୍ଷଧରି ରହିଆସୁଥିଲେ ମଧ୍ୟ ଆମକୁ ଏଠାରୁ ବିସ୍ଥାପିତ ହେବାକୁ ପଡ଼ିବ। ତେଣୁ ରାଷ୍ଟ୍ରପତି ଏ ସମ୍ପର୍କରେ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ପରିବାରର ବିଜି ଗାଗରାଇ, ହରି ନାୟକ, ବାଙ୍କା ମୁଣ୍ଡା, ସୁମିତ୍ରା ପୂର୍ତ୍ତି, ବାବୁଲି ବଦରା, ବୁଟୁ ସଏ, ମିନତି କାନରା, କୁନି ଗାଗରାଏଙ୍କ ସମେତ ବହୁ ଆଦିବାସୀ ସମ୍ପ୍ରଦାୟ ଭାଜପା ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୀମନ୍ତିନୀ ଜେନାଙ୍କ ଜରିଆରେ ପତ୍ର ପ୍ରେରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri