ଆମକୁ ଗୁଣ୍ଠେ ଜମି ମିଳୁନିି, ଶିଳ୍ପ ସଂସ୍ଥାକୁ ୮୦ ଏକର

ଚଣ୍ଡିଖୋଲ,୪ା୮(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ କଳକଳାରାସ୍ତାର ବୈରୀଠାରେ ନିର୍ମାଣ ହେବାକୁ ଯାଉଛି ଏକ ସିମେଣ୍ଟ କାରଖାନା। ଏହି କାରଖାନା ପାଇଁ ସରକାରଙ୍କ ପକ୍ଷରୁ ୮୦ ଏକର ଜମି ଯୋଗାଇ ଦିଆଯିବ। ଏନେଇ ଆସନ୍ତା ୫ ତାରିଖରେ ଜନଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ତେବେ କାରଖାନାଟି ବୈରୀ ପଞ୍ଚାୟତର ବଗଉ, ଝାଟିଆପଡ଼ା ମୌଜାରେ ପ୍ରତିଷ୍ଠା ହେବ। ଏହି ମୌଜାରେ ୪୫ ଆଦିବାସୀ ପରିବାର ୩୦ବର୍ଷ ହେବ ରହିଆସୁଛନ୍ତି। ସେମାନେ ଗୁଣ୍ଠେ ଗୁଣ୍ଠେ ଜମିପଟ୍ଟା ପାଇଁ ଦୀର୍ଘ ବର୍ଷ ହେବ ସଂଘର୍ଷ କରିଆସୁଛନ୍ତି। ହେଲେ କେହି ନ ଶୁଣିବାରୁ ସେମାନେ ଏ ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ପତ୍ରଲେଖି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି।

ସେମାନେ ଦାବିପତ୍ରରେ ଦର୍ଶାଯାଇଛି ଯେ, ସେଠାରେ ଡାଲମିଆ ସିମେଣ୍ଟ କାରଖାନା ପୂର୍ବରୁ ରହିଛି। କାରଖାନା ପ୍ରତିଷ୍ଠା ସମୟରେ ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ପାଳନ କରାଯାଇ ନ ଥିଲା। କେବଳ ଆଲୋକୀକରଣ କରାଯାଇଥିବା ବେଳେ ଏହା ଅଚଳ ହେବା ପରେ କାରଖାନା କର୍ତ୍ତୃପକ୍ଷ ତାକୁ ମଧ୍ୟ ଖୋଲି ନେଇଗଲେ। ଆଜି ପଯର୍‌ୟନ୍ତ ଏଠାରେ ବିଦ୍ୟାଳୟଟିଏ ପ୍ରତିଷ୍ଠା ହୋଇପାରିଲା ନାହଁି। ସ୍ବାସ୍ଥ୍ୟ ସେବା କଥା ଦୂରରେ। ଗୋଟିଏ ମାତ୍ର ଅଙ୍ଗନଓ୍ବାଡି କେନ୍ଦ୍ର ଝାଟିଆପଡ଼ାରେ ରହିଥିବା ବେଳେ ଡାଲମିଆ ସିମେଣ୍ଟ କମ୍ପାନୀ ମଝିରେ ରେଳଲାଇନ ବିଛାଇ ଦେଇଥିବାରୁ ପିଲାମାନେ ସେଠାକୁ ଯିବ ଅସମ୍ଭବ ହୋଇପଡ଼ିଛି। ଆଜି ପର୍ଯ୍ୟନ୍ତ ଦର୍ପଣ ତହସିଲଦାର ଓ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଭୂମିହୀନଙ୍କୁ ଯେଉଁ ଗୁଣ୍ଠେ ଜମି ଦିଆଯିବା କଥା ତାହା ମଧ୍ୟ ଦିଆଯାଇନାହଁି। ସେହିଭଳି ଗୁଣ୍ଠେ ଜମି ପାଇଁ ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ ଜିଲା ପ୍ରଶାସନ ଆଦୌ କର୍ଣ୍ଣପାତ କରୁନାହଁି। ଏହା ମଧ୍ୟରେ ଏକ ନୂତନ ସିମେଣ୍ଟ କାରଖାନା ସ୍ଥାପନ ହେବାକୁ ଆସିଛି, ଯାହାର ନାମ ମହାଶକ୍ତି ସିମେଣ୍ଟ। ସମ୍ପୃକ୍ତ କମ୍ପାନୀକୁ ସରକାର ଜମି ଯୋଗାଇ ଦେଉଛନ୍ତି। ହେଲେ ଆମର ୪୫ ଆଦିବାସୀ ପରିବାର ଦୀର୍ଘ ବର୍ଷଧରି ରହିଆସୁଥିଲେ ମଧ୍ୟ ଆମକୁ ଏଠାରୁ ବିସ୍ଥାପିତ ହେବାକୁ ପଡ଼ିବ। ତେଣୁ ରାଷ୍ଟ୍ରପତି ଏ ସମ୍ପର୍କରେ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ପରିବାରର ବିଜି ଗାଗରାଇ, ହରି ନାୟକ, ବାଙ୍କା ମୁଣ୍ଡା, ସୁମିତ୍ରା ପୂର୍ତ୍ତି, ବାବୁଲି ବଦରା, ବୁଟୁ ସଏ, ମିନତି କାନରା, କୁନି ଗାଗରାଏଙ୍କ ସମେତ ବହୁ ଆଦିବାସୀ ସମ୍ପ୍ରଦାୟ ଭାଜପା ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୀମନ୍ତିନୀ ଜେନାଙ୍କ ଜରିଆରେ ପତ୍ର ପ୍ରେରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri