ତିନିମୁହାଣୀ ଶିଳ୍ପାଞ୍ଚଳରେ ଜବରଦଖଲକାରୀଙ୍କ ଭିଡ଼

କେନ୍ଦ୍ରାପଡ଼ା ଅଫିସ,୪ା୮: ରାଜ୍ୟ ସରକାରଙ୍କ ପକ୍ଷରୁ ୧୩ ପ୍ରକଳ୍ପରେ ୭୬୬ କୋଟି ଟଙ୍କା ପୁଞ୍ଜି ନିବେଶ କରି ୮୬୦୦ ଜଣଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ଜମି ଆବଣ୍ଟନ ସହ ଆନୁଷଙ୍ଗିକ କାର୍ଯ୍ୟକୁ ମଙ୍ଗଳବାର ତ୍ୱରାନ୍ବିତ କରଯାଇଛି । ସେହିପରି ଓଡ଼ିଶା ଟେକ୍ସଟାଇଲ ମିଲ (ଓଟିଏମ୍‌) ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟର ବିଚାରପତି ଅରନ୍ଦିମ ସିହ୍ନା ରାଜ୍ୟ ସରକାରଙ୍କୁ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି କରି ମାମଲାର ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ସେହି ଜମିରେ ଟେକ୍ସଟାଇଲ ପାର୍କ ନିର୍ମାଣ ଯୋଜନା ରଖିଛନ୍ତି । ଏଥିସହ ଜଗତସିଂହପୁର ଜିଲାର ଶାରଳା ସୂତାକଳର ପୁନରୁଦ୍ଧାର ପାଇଁ ପୂର୍ବତନ କର୍ମଚାରୀ ଓ ବୁଦ୍ଧିଜୀବୀଙ୍କ ପଦଯାତ୍ରା ଆରମ୍ଭ ହୋଇଛି । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଶିଳ୍ପ ପାଇଁ ଉଦ୍ୟମ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ଶିଳ୍ପାଞ୍ଚଳରେ ଜବରଦଖଲକାରୀଙ୍କ ଭିଡ଼ ବଢ଼ୁଛି । ଶିଳ୍ପ ନାମରେ ବଳଭଦ୍ରପୁରଠାରେ କେବଳ କରତ କଳ ଚାଲିଛି । ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ  ଶ୍ରୀବଳଦେବଜୀଉ ପାୱାରଲୁମ କର୍ମଚାରୀଙ୍କୁ ଅଦ୍ୟାବଧି ପ୍ରାପ୍ୟ ମିଳି ନ ଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଜିଲାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସହରର ତିନିମୁହାଣୀ ଓ ଡେରାବିଶର ଛତାଠାରେ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ ହୋଇଥିଲା। ଛତାଠାରେ ପଲିଟେକ୍‌ନିକ କଲେଜ ସ୍ଥାପନ ପରେ ଏହି ବ୍ଲକର ବଳଭଦ୍ରପୁର ଠାରେ ୭.୭୬୦ ଏକର ପରିମିତ ସ୍ଥାନକୁ ଶିଳ୍ପାଞ୍ଚଳ ଉପଯୋଗୀ କରାଯାଇଥିଲା । ସେହି ସ୍ଥାନର ୪.୮୧୦ ଏକର ଅଞ୍ଚଳରେ ଶିଳ୍ପ ନାମରେ ୧୪ଟି କରତକଳ ଚାଲୁଛି। ଅପରପକ୍ଷେ ତିନିମୁହାଣୀ ଶିଳ୍ପାଞ୍ଚଳର ବହୁ ଅଂଶ ଜବରଦଖଲକୁ ଯାଇଥିବା ବେଳେ ଅବଶିଷ୍ଟ ବଣୁଆ ଜଙ୍ଗଲରେ ପରିଣତ ହୋଇଛି । ଏହି ଶିଳ୍ପାଞ୍ଚଳର ଜମି ଉଦ୍ଧାର ଓ ଶ୍ରମିକଙ୍କ ବକେୟା ପ୍ରାପ୍ୟ ନେଇ ଇଡ୍‌କୋ ଅଥବା ଜିଲା ପ୍ରଶାସନ ବ୍ୟଗ୍ରତା ପ୍ରକାଶ କରୁନାହାନ୍ତି । ସାମାଜିକ କର୍ମୀ ନିହାର ରଞ୍ଜନ ପରିଡା କୁହନ୍ତି, ତିନିମୁହାଣୀ ଶିଳ୍ପାଞ୍ଚଳରେ ବଳଦେବଜୀଉ ସର୍ଭିସ ଷ୍ଟେଶନ, କଳିଙ୍ଗ ଉଡ୍‌ ପ୍ରଡକ୍ଟସ, ବରଦା ଟେକ୍ସଟାଇଲ, ଏସ୍‌ଏନ୍‌ ସାହୁ ଏଣ୍ଡ କୋ, ବଳଦେବଜୀଉ ଅଏଲ ମିଲ, ଆଗ୍ରୋ ସର୍ଭିସ ଷ୍ଟେଶନ ଓ ବଳଦେବଜୀଉ ପାୱାରଲୁମ ୱେଭରର୍ସ କୋ ଅପରେଟିଭ ସୋସାଇଟି ଆଦି ଥିଲା । ଏଥିରେ ଜିଲାର ବହୁ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବା ସହିତ ଜିଲାର ଆର୍ଥିକ ପ୍ରଗତିରେ ଶିଳ୍ପଗୁଡିକ ସହାୟକ ହୋଇଥିଲା । ଉପରୋକ୍ତ ଅନୁଷ୍ଠାନ ଦୀର୍ଘଦିନ ଧରି ବନ୍ଦ ହୋଇଛି । ଶିଳ୍ପାଞ୍ଚଳ ଜମିକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲକୁ ନେଇଛନ୍ତି । ଏହାର ଉଦ୍ଧାର ସହିତ ଯୁବଦ୍ୟୋଗୀଙ୍କୁ ସେହି ଜମି ଆବଣ୍ଟନ ହେବା କଥା ା ଏଥିନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନୀରବ ରହିଛନ୍ତି । କରତକଳରେ ସୀମିତ ଶିଳ୍ପ ଜିଲାର ଆର୍ଥିକ ବିକାଶକୁ ଆଗେଇ ନେବା ପାଇଁ ସହାୟକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଯୁବଦ୍ୟୋଗୀ ସତ୍ୟରଞ୍ଜନ ସେନାପତି କହିଛନ୍ତି, ଜିଲାରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ଅଛି । ଅଳ୍ପ ମୂଲ୍ୟରେ ବୁଲା ବେପାର ମାଧ୍ୟମରେ ସହଜରେ ବ୍ୟବସାୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ ପାଇଁ ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲା। କାଗଜପତ୍ରର ଅଡୁଆ ଖିଅକୁ ଗତ ୨ ବର୍ଷ ମଧ୍ୟରେ ସଜଡା ଯାଇପାରିନାହିଁ । ଏପରିକି କେତେକ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟବସାୟ ବୁଡିଯିବା ଆଶଙ୍କା କରି ଋଣ ଦେବାକୁ ମନା କରିଛନ୍ତି । ଏହି ପରିସ୍ଥିତିରେ ଯୁବବର୍ଗଙ୍କ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନରେ ରହିଯାଉଛି ବୋଲି ସେ ମତ ଦେଇଛନ୍ତି । ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ପ୍ରତିଷ୍ଠା ଅର୍ଥ ଆର୍ଥିକ ବିକାଶର ପ୍ରଗତି । ଏହି ଜିଲାରେ ଖଣିଜ ପଦାର୍ଥ ବା ଆବଶ୍ୟକ ମୂଳ ସାମଗ୍ରୀ ନ ଥିଲେ ମଧ୍ୟ ବହୁ ଯୁବକ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ । ଏଠାରେ ଶୀତଳ ଭଣ୍ଡାରଠାରୁ ଆରମ୍ଭ କରି ପେପର ପ୍ଲେଟ ଶିଳ୍ପ ପାଇଁ ଭିତ୍ତିଭୂମି ଅଛି। ଏଥିରେ ବ୍ୟାଙ୍କ ଋଣ ସହିତ ଇଡ୍‌କୋ ପକ୍ଷରୁ ଶସ୍ତାରେ ଜମି ଯୋଗାଣ ଆବଶ୍ୟକ । ଶିଳ୍ପାଞ୍ଚଳ ଜମି ଜବରଦଖଲ ଆଡକୁ ଗତି କରୁଥିବା ବେଳେ ଏହାର ପୁନରୁଦ୍ଧାର ହେଉନାହିଁ । ଫଳରେ ଆଶାୟୀ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଜିଲା ବାହାରେ ନିଜର କର୍ମସଂସ୍ଥାନ ଯୋଗାଡ କରୁଛନ୍ତି । ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ବ୍ୟାଙ୍କର୍ସ ଓ ଜିଲା ଶିଳ୍ପ କେନ୍ଦ୍ରର ଏକ ସମନ୍ବୟ ବୈଠକ ହୋଇଛି । ଏଥିରେ ଯୁବ ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri