ତିନିମୁହାଣୀ ଶିଳ୍ପାଞ୍ଚଳରେ ଜବରଦଖଲକାରୀଙ୍କ ଭିଡ଼

କେନ୍ଦ୍ରାପଡ଼ା ଅଫିସ,୪ା୮: ରାଜ୍ୟ ସରକାରଙ୍କ ପକ୍ଷରୁ ୧୩ ପ୍ରକଳ୍ପରେ ୭୬୬ କୋଟି ଟଙ୍କା ପୁଞ୍ଜି ନିବେଶ କରି ୮୬୦୦ ଜଣଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ଜମି ଆବଣ୍ଟନ ସହ ଆନୁଷଙ୍ଗିକ କାର୍ଯ୍ୟକୁ ମଙ୍ଗଳବାର ତ୍ୱରାନ୍ବିତ କରଯାଇଛି । ସେହିପରି ଓଡ଼ିଶା ଟେକ୍ସଟାଇଲ ମିଲ (ଓଟିଏମ୍‌) ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟର ବିଚାରପତି ଅରନ୍ଦିମ ସିହ୍ନା ରାଜ୍ୟ ସରକାରଙ୍କୁ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି କରି ମାମଲାର ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ସେହି ଜମିରେ ଟେକ୍ସଟାଇଲ ପାର୍କ ନିର୍ମାଣ ଯୋଜନା ରଖିଛନ୍ତି । ଏଥିସହ ଜଗତସିଂହପୁର ଜିଲାର ଶାରଳା ସୂତାକଳର ପୁନରୁଦ୍ଧାର ପାଇଁ ପୂର୍ବତନ କର୍ମଚାରୀ ଓ ବୁଦ୍ଧିଜୀବୀଙ୍କ ପଦଯାତ୍ରା ଆରମ୍ଭ ହୋଇଛି । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଶିଳ୍ପ ପାଇଁ ଉଦ୍ୟମ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ଶିଳ୍ପାଞ୍ଚଳରେ ଜବରଦଖଲକାରୀଙ୍କ ଭିଡ଼ ବଢ଼ୁଛି । ଶିଳ୍ପ ନାମରେ ବଳଭଦ୍ରପୁରଠାରେ କେବଳ କରତ କଳ ଚାଲିଛି । ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ  ଶ୍ରୀବଳଦେବଜୀଉ ପାୱାରଲୁମ କର୍ମଚାରୀଙ୍କୁ ଅଦ୍ୟାବଧି ପ୍ରାପ୍ୟ ମିଳି ନ ଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଜିଲାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସହରର ତିନିମୁହାଣୀ ଓ ଡେରାବିଶର ଛତାଠାରେ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ ହୋଇଥିଲା। ଛତାଠାରେ ପଲିଟେକ୍‌ନିକ କଲେଜ ସ୍ଥାପନ ପରେ ଏହି ବ୍ଲକର ବଳଭଦ୍ରପୁର ଠାରେ ୭.୭୬୦ ଏକର ପରିମିତ ସ୍ଥାନକୁ ଶିଳ୍ପାଞ୍ଚଳ ଉପଯୋଗୀ କରାଯାଇଥିଲା । ସେହି ସ୍ଥାନର ୪.୮୧୦ ଏକର ଅଞ୍ଚଳରେ ଶିଳ୍ପ ନାମରେ ୧୪ଟି କରତକଳ ଚାଲୁଛି। ଅପରପକ୍ଷେ ତିନିମୁହାଣୀ ଶିଳ୍ପାଞ୍ଚଳର ବହୁ ଅଂଶ ଜବରଦଖଲକୁ ଯାଇଥିବା ବେଳେ ଅବଶିଷ୍ଟ ବଣୁଆ ଜଙ୍ଗଲରେ ପରିଣତ ହୋଇଛି । ଏହି ଶିଳ୍ପାଞ୍ଚଳର ଜମି ଉଦ୍ଧାର ଓ ଶ୍ରମିକଙ୍କ ବକେୟା ପ୍ରାପ୍ୟ ନେଇ ଇଡ୍‌କୋ ଅଥବା ଜିଲା ପ୍ରଶାସନ ବ୍ୟଗ୍ରତା ପ୍ରକାଶ କରୁନାହାନ୍ତି । ସାମାଜିକ କର୍ମୀ ନିହାର ରଞ୍ଜନ ପରିଡା କୁହନ୍ତି, ତିନିମୁହାଣୀ ଶିଳ୍ପାଞ୍ଚଳରେ ବଳଦେବଜୀଉ ସର୍ଭିସ ଷ୍ଟେଶନ, କଳିଙ୍ଗ ଉଡ୍‌ ପ୍ରଡକ୍ଟସ, ବରଦା ଟେକ୍ସଟାଇଲ, ଏସ୍‌ଏନ୍‌ ସାହୁ ଏଣ୍ଡ କୋ, ବଳଦେବଜୀଉ ଅଏଲ ମିଲ, ଆଗ୍ରୋ ସର୍ଭିସ ଷ୍ଟେଶନ ଓ ବଳଦେବଜୀଉ ପାୱାରଲୁମ ୱେଭରର୍ସ କୋ ଅପରେଟିଭ ସୋସାଇଟି ଆଦି ଥିଲା । ଏଥିରେ ଜିଲାର ବହୁ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବା ସହିତ ଜିଲାର ଆର୍ଥିକ ପ୍ରଗତିରେ ଶିଳ୍ପଗୁଡିକ ସହାୟକ ହୋଇଥିଲା । ଉପରୋକ୍ତ ଅନୁଷ୍ଠାନ ଦୀର୍ଘଦିନ ଧରି ବନ୍ଦ ହୋଇଛି । ଶିଳ୍ପାଞ୍ଚଳ ଜମିକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲକୁ ନେଇଛନ୍ତି । ଏହାର ଉଦ୍ଧାର ସହିତ ଯୁବଦ୍ୟୋଗୀଙ୍କୁ ସେହି ଜମି ଆବଣ୍ଟନ ହେବା କଥା ା ଏଥିନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନୀରବ ରହିଛନ୍ତି । କରତକଳରେ ସୀମିତ ଶିଳ୍ପ ଜିଲାର ଆର୍ଥିକ ବିକାଶକୁ ଆଗେଇ ନେବା ପାଇଁ ସହାୟକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଯୁବଦ୍ୟୋଗୀ ସତ୍ୟରଞ୍ଜନ ସେନାପତି କହିଛନ୍ତି, ଜିଲାରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ଅଛି । ଅଳ୍ପ ମୂଲ୍ୟରେ ବୁଲା ବେପାର ମାଧ୍ୟମରେ ସହଜରେ ବ୍ୟବସାୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ ପାଇଁ ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲା। କାଗଜପତ୍ରର ଅଡୁଆ ଖିଅକୁ ଗତ ୨ ବର୍ଷ ମଧ୍ୟରେ ସଜଡା ଯାଇପାରିନାହିଁ । ଏପରିକି କେତେକ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟବସାୟ ବୁଡିଯିବା ଆଶଙ୍କା କରି ଋଣ ଦେବାକୁ ମନା କରିଛନ୍ତି । ଏହି ପରିସ୍ଥିତିରେ ଯୁବବର୍ଗଙ୍କ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନରେ ରହିଯାଉଛି ବୋଲି ସେ ମତ ଦେଇଛନ୍ତି । ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ପ୍ରତିଷ୍ଠା ଅର୍ଥ ଆର୍ଥିକ ବିକାଶର ପ୍ରଗତି । ଏହି ଜିଲାରେ ଖଣିଜ ପଦାର୍ଥ ବା ଆବଶ୍ୟକ ମୂଳ ସାମଗ୍ରୀ ନ ଥିଲେ ମଧ୍ୟ ବହୁ ଯୁବକ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ । ଏଠାରେ ଶୀତଳ ଭଣ୍ଡାରଠାରୁ ଆରମ୍ଭ କରି ପେପର ପ୍ଲେଟ ଶିଳ୍ପ ପାଇଁ ଭିତ୍ତିଭୂମି ଅଛି। ଏଥିରେ ବ୍ୟାଙ୍କ ଋଣ ସହିତ ଇଡ୍‌କୋ ପକ୍ଷରୁ ଶସ୍ତାରେ ଜମି ଯୋଗାଣ ଆବଶ୍ୟକ । ଶିଳ୍ପାଞ୍ଚଳ ଜମି ଜବରଦଖଲ ଆଡକୁ ଗତି କରୁଥିବା ବେଳେ ଏହାର ପୁନରୁଦ୍ଧାର ହେଉନାହିଁ । ଫଳରେ ଆଶାୟୀ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଜିଲା ବାହାରେ ନିଜର କର୍ମସଂସ୍ଥାନ ଯୋଗାଡ କରୁଛନ୍ତି । ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ବ୍ୟାଙ୍କର୍ସ ଓ ଜିଲା ଶିଳ୍ପ କେନ୍ଦ୍ରର ଏକ ସମନ୍ବୟ ବୈଠକ ହୋଇଛି । ଏଥିରେ ଯୁବ ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri