ପତ୍ନୀଙ୍କ କଟା ଜିଭ ଛିଣ୍ଡାଇ ମଜା ନେଉଥିଲେ: ଜେଲ ଗଲେ ସ୍ବାମୀ

ନୟାଗଡ଼,୨୭ା୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଧାନ କଟାଯାଇ ଅମଳ ଆରମ୍ଭ ହୋଇଛି। ତେବେ ମରୁଡ଼ି ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ। ଜିଲାର ଜଳଳସେଚିତ ଜମିକୁ ଛାଡ଼ିଦେଲେ ପ୍ରାୟ ୭୫ ପ୍ରତିଶତ ଜମିର ଧାନରେ ଅଧିକ ଅଗାଡ଼ି ବାହାରୁଛି। ଅନ୍ୟପକ୍ଷେ ଧାନରୁ ଅଗାଡ଼ି ଗଲା ପରେ ବି ଗୁଣବତ୍ତା ରହୁନି। ଧାନ କିଣିବା ପାଇଁ ଗାଁ ଗାଁରେ ଚକ୍କର କାଟିଲେଣି ଦଲାଲ ଓ ବେପାରୀ। ଚଳିତବର୍ଷର ଧାନରେ ଅଧିକ ଅଗାଡ଼ି, ଗୁଣବତ୍ତା ନ ଥିବାରୁ ଦଲାଲ ଓ ବେପାରୀ ଫାଇଦା ନେବା ଆରମ୍ଭ କରିଲେଣି। ଗାଁରେ ଏବେ କୁଇଣ୍ଟାଲ ପିଛା ୧୫୦୦ରୁ ୧୬୦୦ ଟଙ୍କାରେ ଦଲାଲ ଓ ବେପାରୀ ଧାନ କିଣୁଛନ୍ତି ବୋଲି ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଏଯାବତ ଧାନ ମଣ୍ଡି ଖୋଲିନାହିଁ। ଡିସେମ୍ବର ୨୭ରେ ଧାନ କିଣା ହେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଯାହାର ଫାଇଦା ନେବାକୁ ଦଲାଲ ଓ ବେପାରୀ ଆରମ୍ଭ କରିଛନ୍ତି। ଭଲ ଧାନ ହୋଇଥିବା ଚାଷୀଙ୍କର ମଧ୍ୟ ଚିନ୍ତା ବଢ଼ିଲାଣି। ଲଘୁଚାପ ଜନିତ ଓ ଅଦିନିଆ ବର୍ଷାର ଭୟ ଲାଗି ରହିଥିବାରୁ ଭଲ ଧାନ ନଷ୍ଟ ହୋଇପାରେ। ବର୍ଷା ହୋଇଗଲେ ପରିସ୍ଥିତି ବଡ଼ ବିଷମ ହେବ। ଅଗାଡ଼ି ବାହାରୁଥିବା ଓ ଗୁଣବତ୍ତା ନ ଥିବା ଧାନକୁ କିପରି ଚାଷୀ ମଣ୍ଡିରେ ବିକ୍ରି କରିବ ସେନେଇ ଚିନ୍ତା ଘାରିଲାଣି। ପୁଣି କଟନୀଛଟନୀର ଭୟ ଦେଖା ଦେଇପାରେ।
ଏ ନେଇ ବାଲୁଗାଁର ଚାଷୀ ରଣଜିତ ଦଳବେହେରା କହିଛନ୍ତି, ଚଳିତବର୍ଷ ବର୍ଷା ଅଭାବ ଯୋଗୁ ମରୁଡି ପରିସ୍ଥିତି ଦେଖା ଦେଇଛି। ଫୁଲ ଉଡାଇବା ବେଳକୁ ବର୍ଷା ଗାଏବ ହୋଇଗଲା। ଜମି ଫାଟିଗଲା। କିଛି ଜମିରେ ଗାଈ ଚରିଗଲେ। ଆଉ କିଛି କିଛି ଜମିରେ ଅଳ୍ପ ଧାନ ହୋଇଛି। କିଛି ଧାନ ଅମଳ ହୋଇଛି। ଅମଳ ଧାନରୁ ଅଗାଡ଼ି ବହୁତ ବାହାରୁଛି। ପୁଣି ଧାନର ମାନ ଭଲ ରହୁ ନାହିଁ। ଚାଷୀ ତା’ର ଖର୍ଚ୍ଚ ଅର୍ଥ ପାଇବ ନାହିଁ। ଯେଉଁ ଧାନ ଅମଳ ହୋଇଛି, ତାହା ମଣ୍ଡି ନେବ କି ନାହିଁ ସନ୍ଦେହ ପ୍ରକାଶ ପାଇଲାଣି। କେତେଜଣ ଚାଷୀ ଧାନର ମାନକୁ ଦେଖି ଚିନ୍ତାରେ ରହିବା ପାଇଁ କୁଇଣ୍ଟାଲ ପିଛା ୧୫୦୦ ରୁ ୧୬୦୦ ଟଙ୍କାରେ ଧାନ ବିକୁଛନ୍ତି। ବାଲୁଗାଁ ଅଞ୍ଚଳରେ ବେପାରୀ ଓ ଦଲାଲ ଦିନରେ ଧାନ କିଣି ରାତିରେ ଟ୍ରକ ଲଗାଇ ନେଉଛନ୍ତି। ଜଳସେଚିତ ଜମି ଓ ଜମିରେ ପାଣି ମଡାଇ ଫସଲକୁ ବଞ୍ଚାଇଥିବା ଚାଷୀର ଧାନ ଭଲ ହୋଇଛି। କିଛି ଅମଳ ହୋଇଛି। ଯଦି ବର୍ଷା ହେବ ଭଲ ଧାନ ବି ନଷ୍ଟ ହୋଇଯିବ। ଏଣୁ ଚାଷୀ ଚଳିତବର୍ଷ କେବଳ ଚିନ୍ତାରେ ହିଁ ଦିନ କାଟୁଛି। ଖଣ୍ଡପଡାର ଚାଷୀ ନିରଞ୍ଜନ ସାହୁ କହିଛନ୍ତି, ଆମ ଅଞ୍ଚଳରେ ମରୁଡିର ଭୟ ଦେଖା ଦେଇଛି। କ୍ୱଚିତ ଚାଷୀଙ୍କର ଭଲ ଧାନ ହୋଇଛି। ଯେଉଁଠି ଏବେ ଅମଳ ହେଉଛି ଅଧିକ ଅଗାଡ଼ି ବାହାରୁଛି। ଚଳିତବର୍ଷ ମଣ୍ଡିରେ ଧାନ କିଣା ବେଗେ ଶେଷ ହୋଇଯିବାର ସମ୍ଭାବନା ଦେଖାଦେଇଛି। ଚାଷୀ ପାଖରେ ଧାନ ନାହିଁ। ୨ ଏକର ଜମିର କରିଥିବା ଧାନ ମରୁଡି ଆଁକୁ ଚାଲିଗଲା। କରଡ଼ାର ଚାଷୀ ଋଷିଆ ପ୍ରଧାନ କୁହନ୍ତି, ଓଡଗାଁ ବ୍ଲକର ଗୋଡିପଡ଼ା ଅଞ୍ଚଳରେ ମରୁଡି ହୋଇଛି। ତେବେ ଆମ୍ବରାପୁରଠାରୁ ପାଟୁଳିସାହି ପର୍ଯ୍ୟନ୍ତ ବୁଢ଼ାବୁଢ଼ୀଆଣି ଡ୍ୟାମର ଜଳ ଜମିରେ ମାଡ଼ିବାରୁ ମରୁଡ଼ି ପରିସ୍ଥିତି ହଟିଛି। ଜିଲାରେ ମରୁଡ଼ି ପରିସ୍ଥିତି ଦେଖା ଦେଇଥିବାବେଳେ ଓଡ଼ଗାଁର କିଛି ପଞ୍ଚାୟତକୁ ଛାଡ଼ି ଦେଲେ ଅଧିକାଂଶ ଅଞ୍ଚଳର ଭଲ ଧାନ ଫସଲ ହୋଇଛି। ହରିପୁର ଗାଁର ଚାଷୀ ଚିରଞ୍ଜୀବ ପ୍ରଧାନ କୁହନ୍ତି, ଜମିରେ ପାଣି ମଡ଼ାଇ ବାରବାଟି, ବୋଦାପଡ଼ା, ଡିହଗାଁ, ହରିପୁର, ଗଦାଧରପ୍ରସାଦ, ରାଧାନାଥପୁର, ଗୋବିନ୍ଦପୁର, ଶୁକଳଗାଡିଆ, ବାଲିକୁଦିଆ, ଶରଧାପୁର, ଆଙ୍କୁଲପାଟଣା ଅଞ୍ଚଳରେ ଭଲ ଧାନ ହୋଇଛି। ତେବେ ଲଘୁଚାପ ବର୍ଷା ନେଇ ଭୟ ରହିଛି। ଯଦି ବର୍ଷା ହେବ ତେବେ ମରୁଡିଠାରୁ ପରିସ୍ଥିତି ଭୟାବହ ହୋଇଯିବ। ରଣପୁରର ଚାଷୀ ଉଦ୍ଧବ ନାୟକ କୁହନ୍ତି, ରଣପୁର ବ୍ଲ୍ଳକର କିଛି ଅଞ୍ଚଳରେ ଜଳସେଚନର ସୁବିଧା ଥିଲେ ମଧ୍ୟ ଭଲ ଧାନ ହୋଇନାହିଁ। ତେବେ ଅଧିକାଂଶ ଅଞ୍ଚଳରେ ମରୁଡ଼ି ହୋଇଛି। ରଣପୁର ବ୍ଲ୍ଳକକୁ ମରୁଡ଼ି ଘୋଷଣା କରିବାକୁ ବାରମ୍ବାର ଦାବି, ଆପତ୍ତି, ଅଭିଯୋଗ, ଆନ୍ଦୋଳନ ହେଉଥିଲେ ମଧ୍ୟ ଅଭିଯୋଗକୁ କେହି ଶୁଣୁନାହାନ୍ତି। ମରୁଡ଼ିର କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବାକୁ ଅଞ୍ଚଳର ଚାଷୀ ଦାବି କରୁଛନ୍ତି। ନୂଆଗାଁର ବିମଳା ନାୟକ କୁହନ୍ତି, ଆମ ଅଞ୍ଚଳରେ ଧାନ କଟା ହୋଇନାହିଁ। ତେବେ ମଣ୍ଡି ବିଳମ୍ବରେ ଖୋଲିବା ଠିକ୍‌ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri