ଅବ୍ୟବସ୍ଥାରେ ପ୍ଲାଣ୍ଟସାଇଟ୍‌ ଉପଡାକଘର

ରାଉରକେଲା,୨୭।୧୧(ଦିନେଶ ମିଶ୍ର): ଷ୍ଟିଲସିଟି ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳରେ ଥିବା ଉପଡାକଘରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
ସୂଚନା ଅନୁସାରେ, ପ୍ଲାଣ୍ଟସାଇଟ ଉପଡାକଘର ଉପରେ ଡେଲିମାର୍କେଟ, ନାଲାରୋଡ୍‌, ଜନତାନିବାସ ଗଳି, ଟ୍ରାଫିକ୍‌ ଗେଟ, ବଙ୍ଗାଳିପଡା, ଖଟାଲ ବସ୍ତି ଆଦି ଅଞ୍ଚଳର ପ୍ରାୟ ଦେଢ ଲକ୍ଷ ଲୋକ ନିର୍ଭର କରିଥାନ୍ତି ା ଏହି ଡାକଘର ସହରର ସର୍ବପୁରାତନ ମୁଖ୍ୟ ଡାକଘର ଥିଲା। ଏହାକୁ ୧୯୯୨ରେ ତକତ୍ାଳୀନ କେନ୍ଦ୍ର ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ରାଜେଶ ପାଇଲେଟ ଉଦ୍‌ଘାଟନ କରିଥିଲେ। ଏଠାରେ ପ୍ରଥମେ ୪୦ରୁ ୫୦ କର୍ମଚାରୀ ଓ ଅଧିକାରୀ କାମ କରୁଥିଲେ। ତେବେ ୧୦ ବର୍ଷ ତଳେ ଏଠାରୁ ମୁଖ୍ୟ ଡାକଘର ଉଠିଯିଲା ପରେ ଏହା ବର୍ତ୍ତମାନ ଉପଡାକଘର ହୋଇ ରହିଛି। ଏହି ଉପଡାକଘରେ ମାତ୍ର ୨ ଜଣ କର୍ମଚାରୀ ଅଛନ୍ତି। ଜଣେ କର୍ମଚାରୀ ଉପଡାକପାଳ ଭାବେ କାମ କରୁଥିବାବେଳେ ଅନ୍ୟ ଜଣେ ଡାକସେବକ ଭାବେ କାର୍ଯ୍ୟରତ। ତେବେ ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି। ଛାତରୁ ବିଭିନ୍ନ ସମୟରେ ଅତଡା ଖସୁଥିବାବେଳେ ସନ୍ଧ୍ୟା ସମୟରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢ଼ୁଛି। ଘରର ଅଧିକାଂଶ ଟିଣ କବାଟ ଭାଙ୍ଗି ଯାଇଛି। ଗ୍ରାହକଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ। ଏହି ଡାକଘରୁ ଗତ ୬ ମାସ ଭିତରେ ୩ ଥର ତାଲା ଭାଙ୍ଗି ଚୋରି ହୋଇଥିବା ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ ହୋଇଛି। ଏଠାରେ କର୍ମଚାରୀଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଉପଡାକଘର ବାହାରେ ଥିବା ପୋଷ୍ଟବାକ୍ସକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେବାରୁ ପୋଷ୍ଟ ବାକ୍ସଟିକୁ ଉପଡାକଘର କାର୍ଯ୍ୟାଳୟ ଭିତରେ ରଖାଯାଉଛି। ଘରର କାନ୍ଥ ଫାଟି ଆଁ କରିଥିବାବେଳେ ଡାକଘର ସମ୍ମୁଖରେ ଲାଗିଥିବା ଗେଟ୍‌ରୁ କେହି ଲୁହା କାଟି ନେଇଯାଇଛନ୍ତି। ବସିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଫର୍ମ ପୂରଣ କରିବା କଷ୍ଟକର ହୋଇ ପଡୁଛି। ଏସବୁ ଅବ୍ୟବସ୍ଥା ଯୋଗୁ ବହୁ ବରିଷ୍ଠ ନାଗରିକ ଓ ସ୍ଥାନୀୟ ମହିଳା ଏଠାରୁ ଡାକସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବା ଲାଗି ସାଧାରଣରେ ଦାବି ହୋଇଛି।
ଏ ନେଇ ଉପଡାକଘର ଦାୟିତ୍ୱରେ ଥିବା ଉପଡାକପାଳ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଆମେ ଏହି ଉପଡାକଘରେ ବିପଦସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଛୁ। ଆମର କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଲୋକଙ୍କୁ ପ୍ରକୃତ ସେବା ଯୋଗାଇ ପାରୁନାହଁୁ ବୋଲି ସେ କହିଛନ୍ତି। ଏ ନେଇ ରାଉରକେଲା ପୋଷ୍ଟାଲ ଡିଭିଜନାଲ କାର୍ଯ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଚୌଧୁରୀ କୁହନ୍ତି, ଏହି ଉପଡାକଘର ଆର୍‌ଏସ୍‌ପି ପକ୍ଷରୁ ତିଆରି ହୋଇଥିଲା। ମାତ୍ର ଏହାର ପୁନରୁଦ୍ଧାର ଡାକ ବିଭାଗ ପକ୍ଷରୁ ଆର୍‌ଏସ୍‌ପିକୁ ବର୍ଷେ ତଳେ ଚିଠି କରି ଅବଗତ କରିଥିଲୁ। ଏ ନେଇ ଆରଏସପି ଗତ ଅକ୍ଟୋବର ମାସରେ ଏକ ରିଭ୍ୟୁ ମିଟିଂ କରିଥିଲା। ଏହି ଉପଡାକଘରକୁ ଆସନ୍ତା ୨ମାସ ଭିତରେ ପୁନରୁଦ୍ଧାର କରିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ଫେବୃଆରୀ ମାସ ଭିତରେ ଏହି ଉପଡାକଘର ପୁନରୁଦ୍ଧାର ହେବ। ଏହାସହ ଏଥିରେ ଅନ୍ୟ ଏକ ଡାକଘର ସଂଯୋଗ ହୋଇ ପୂର୍ବପରି ଲୋକଙ୍କୁ ସମ୍ପୂର୍ଣ୍ଣ ସେବା ଯୋଗାଇ ଦିଆଯିବ ବୋଲି ଚୌଧୁରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?