ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ବଇଣ୍ଡା,୨୭ା୧୧ (ପରିକ୍ଷିତ ସାହୁ): ପ୍ରାଣୀ ସମ୍ପଦର ବିକାଶ ଦିଗରେ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଓ ଚାଷୀଙ୍କୁ ଅଧିକରୁ ଅଧିକ ଲାଭ ପହଞ୍ଚାଇବା ପାଇଁ ଗୋରୁ, ଛେଳି ଓ କୁକୁଡ଼ା ଚାଷ ନିମନ୍ତେ ପ୍ରୋତ୍ସାହନ ଯୋଗାଉଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଥିବା ପ୍ରାଣୀଧନଙ୍କ ଚିକିତ୍ସା ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଥିବା ପ୍ରାଣୀଧନ ଚିକିତ୍ସାଳୟକୁ ରାଜପଥ ସମ୍ପ୍ରସାରଣ ପାଇଁ ୫ ବର୍ଷ ତଳୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ଆଉ ନୂତନ ନିର୍ମାଣ କରାଯାଉ ନାହିଁ। ଫଳରେ ରୋଗଗ୍ରସ୍ତ ପ୍ରାଣୀଧନଙ୍କ ଚିକିତ୍ସା କରାଯାଇ ପାରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ବଇଣ୍ଡା ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ବହୁ ବର୍ଷ ପୂର୍ବରୁ ବଇଣ୍ଡାଠାରେ ଏକ ପ୍ରାଣୀଧନ ଚିକିତ୍ସାଳୟ ସ୍ଥାପନ କରାଯାଇଥିଲା। ହେଲେ ୨୦୧୮ ମେ’ ୧୭ରେ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ ଉଚ୍ଛେଦର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପ୍ରାଣୀଧନ ଚିକିତ୍ସାଳୟ ସ୍ଥାପନ କରାଯାଇ ନାହିଁ। ଏହି ଚିକିତ୍ସାଳୟ ଉପରେ ନୁନୁକାପସି, ଗାଁବଇଣ୍ଡା, ଜାମୁନାଳୀ, ଲୁହାମୁଣ୍ଡା ଆଦି ପଞ୍ଚାୟତର ସହସ୍ରାଧିକ ଚାଷୀ ସେମାନଙ୍କ ଗୋରୁ, ଛେଳି, ମେଣ୍ଡା ଆଦି ପ୍ରାଣୀଧନଙ୍କ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ବିଶେଷକରି ୩ ହଜାର ୨୨ ଗୋରୁ, ୪ ହଜାର ୨୧୨ ଛେଳି, ୧୧୨ ବିଦେଶୀ କୁକୁର ଲୋକେ ପାଳନ କରିଥିବା ବେଳେ ଏମାନଙ୍କ ଚିକିତ୍ସା ହୋଇପାରୁ ନାହିଁ। କିଛି ଦିନ ହେବ ଏହି ଅଞ୍ଚଳରେ ଥିବା ଗୋରୁଙ୍କୁ ଫାଟୁଆ ରୋଗ ହେଉଥିବାରୁ ଚାଷୀମାନେ ଚିକିତ୍ସା କରାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ କୌଣସି ପ୍ରାଣୀ ଚିକିତ୍ସାଳୟ ନ ଥିବାରୁ ୭ କିଲୋମିଟର ଦୂର ହଣ୍ଡପା ପ୍ରାଣୀ ଚିକିତ୍ସାଳୟ ଯାଇ ପ୍ରାଣୀଧନଙ୍କ ଚିକିତ୍ସା କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ। ଫଳରେ ପ୍ରାଣୀଧନମାନେ ରୋଗ ହେଲେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ସେହିପରି ଏହି ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ନିଯୁକ୍ତ ହୋଇଥିବା ଡାକ୍ତର ଅବସର ନେବା ପରେ ଆଉ ନୂଆ ଡାକ୍ତରଙ୍କୁ ନିଯୁକ୍ତ କରାଯାଇ ନାହିଁ। ଅନ୍ୟ ପ୍ରାଣୀଧନ ଚିକିତ୍ସକଙ୍କୁ ଡେପୁଟେଶନ ଦିଆ ଯାଇଥିଲେ ମଧ୍ୟ ଚିକିତ୍ସା ଠିକ୍‌ ଭାବେ ହୋଇପାରୁ ନାହିଁ। ଶେଷରେ ଉପାୟଶୂନ୍ୟ ହୋଇ ଚାଷୀମାନେ ଘରୋଇ ପ୍ରାଣୀ ଚିକିତ୍ସକଙ୍କ ସହାୟତା ନେଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ବଇଣ୍ଡା ଠାରେ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ପାଇଁ ୧୮ ଫେବୃୟାରୀ ୨୦୧୯, ୧୫ ସେପ୍ଟେମ୍ବର ୨୦୨୧ ଓ ୨ ଫେବୃୟାରୀ ୨୦୨୩ରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ପ୍ରାଣୀଧନ ଚିକିତ୍ସାଳୟ ନିର୍ମାଣ କରାଯିବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସା ଅଧିକାରୀ ନୀଳାଞ୍ଚଳ ସେନାପତି କହିଛନ୍ତି, ବଇଣ୍ଡା ଠାରେ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି। ହେଲେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ଏହାର ନିର୍ମାଣ ପାଇଁ ଦାୟିତ୍ୱ ନେଇଥିଲେ ହେଁ କାର୍ଯ୍ୟ କରୁନାହିଁ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri