ପାଠ ଛାଡ଼ି ଗାଈ ଚରାଉଛନ୍ତି ରାହୁଳ

ମୋହନା,୨୭ା୧୧(ମନ୍ମଥ ମିଶ୍ର): ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢ଼ିବା କଥା, ସେହି ବୟସରେ ହାତରେ ଏବେ ବାଡ଼ି ଧରି ଗାଈ ଚରାଉଛନ୍ତି। ମା’ଙ୍କୁ ହତ୍ୟା କରି ବାପା ଏବେ ଜେଲ୍‌ର ଚାରି କାନ୍ଥ ଭିତରେ ସଜ୍ଜା କାଟୁଛନ୍ତି। ଏପଟେ ପୁଅର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ସରକାର କିମ୍ବା କୌଣସି ଅନୁଷ୍ଠାନ ଯଦି ସହଯୋଗର ହାତ ବଢ଼ାନ୍ତେ ତେବେ ହଷ୍ଟେଲରେ ରହି ରାହୁଲ ତା’ର ନିଜ ଭବିଷ୍ୟତ ଗଢ଼ିପାରନ୍ତେ ବୋଲି ଆଶା ରଖିଛନ୍ତି।
ଗଜପତି ଜିଲା ମୋହନା ବ୍ଲକ୍‌ ବାଡେଗୁଡ଼ା ପଞ୍ଚାୟତ ପାଦେରମା ଗାଁର ରାହୁଲ୍‌ ମଲ୍ଲିକ। ପାଖରେ ଆହା ପଦେ କହିବାକୁ କେହି ନାହିଁ। ସକାଳ ହୋଇଗଲେ ଗାଈ ନେଇ ଜଙ୍ଗଲକୁ ବାହାରିଯାଇ ସନ୍ଧ୍ୟାରେ ଫେରନ୍ତି। ଗତ ବର୍ଷ ବାପା ପ୍ରମୋଦ ମଲ୍ଲିକ ନିଶାସକ୍ତ ହୋଇ ସାମାନ୍ୟ ବଚସାରୁ ମା’ ପଦ୍ମିନୀଙ୍କୁ ହତ୍ୟା କରିଥିଲେ। ପୋଲିସ୍‌ ପ୍ରମୋଦଙ୍କୁ ଗିରଫ କରି ଜେଲ ପଠାଇଦେଲା। ତା’ ପରଠାରୁ ରାହୁଲ୍‌ ଆଲିଗଣ୍ଡାସ୍ଥିତ ବଡ଼ ଭଉଣୀ ଘରେ ରହି ଝିଲିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ଯିବା ଆସିବା କରି ପାଠ ପଢ଼ିବା ସମ୍ଭବ ନ ହେବାରୁ ପାଠ ଛାଡ଼ି ଗାଁକୁ ଫେରି ଆସି ଏବେ ଦାଦାଙ୍କ ଘରେ ରହୁଛନ୍ତି। ରାହୁଲର ଦୁଇ ଭାଇ ଓ ଦୁଇ ଭଉଣୀ। ବଡ ଭଉଣୀ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ପେଟ ପାଇଁ ଘର ଛାଡି ଅନ୍ୟତ୍ର କାମ କରିବାକୁ ଯାଇଛନ୍ତି। ଅନ୍ୟ ଜଣେ ଭାଇ ମୋହନାର ଏକ ସରକାରୀ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି। ହେଲେ ରାହୁଲର ଭାବିଷ୍ୟତ ଏବେ ଅନ୍ଧାର। ଦାଦା କାମ ଧନ୍ଦା ପାଇଁ ଘର ଛାଡ଼ି ବାହାରକୁ ଯାଉଥିବା ବେଳେ ରାହୁଲର ଦାୟିତ୍ୱ ନେବାକୁ କେହି ନାହାନ୍ତି। ଫଳରେ ଗାଁରେ ରହି ଏବେ ରାହୁଲ୍‌ ଗାଈ ଚରାଉଛି। ଏ ନେଇ ବ୍ଲକ୍‌ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା କହିଛନ୍ତି, ସ୍ଥାନୀୟ ସିଆରସିସିଙ୍କ ଜରିଆରେ ରାହୁଲଙ୍କ ପରିସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ଆଗକୁ କିଭଳି ସେ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ିବାର ସୁଯୋଗ ପାଇପାରିବ, ସେଥିପାଇଁ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri