କାର୍ତ୍ତିକ ପୂର୍ଣ୍ଣିମା: ବୈତରଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପାଟଣା,୨୭।୧୧(ବୀର କିଶୋର ଦାଶ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉତ୍ସବ ରବିବାର ପାଳନ କରାଯାଇଛି। ରବିବାର ଭୋର ୪ଟାରୁ ପାଟଣା ବୈତରଣୀ ନଦୀର ପରମେଶ୍ୱର ଶିବ ମନ୍ଦିର ସଲଗ୍ନ ଅନୁସୟା ଘାଟ ଏବଂ ରାଜନଗର ଶୈବ୍ୟା କାବେରୀ ଘାଟରେ ପଡୋଶୀ ଝାଡ଼ଖଣ୍ଡ ଏବଂ ମୟୁରଭଞ୍ଜ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ପାପନାଶିନୀ ବୈତରଣୀ ନଦୀରେ ବୁଡ଼ ପକାଇ ଡଙ୍ଗା ଭସାଇଥିଲେ।

ଏପରିକି ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ସଲଗ୍ନ ପମେଶ୍ୱର ଶିବ ମନ୍ଦିର, ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର , ସ୍ବାମଶାସନ ସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିର, ରାଜନଗର ଦଧିବାମନ ଜିୟୁ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରାଚୀନ ଉତ୍କଳ ନୌବାଣିଜ୍ୟ ଓ ପରମ୍ପରାକୁ ମନେ ପକାଇ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ଥିବା ଶୈବ୍ୟାକାବେରୀ ଘାଟରେ ବୋଇତ ବନ୍ଦାଣ କମିଟି ରାଜନଗର ପକ୍ଷରୁ ୨୩ତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ରାଜନଗର ବୋଇତ ବନ୍ଦାଣ କମିଟି ପକ୍ଷରୁ ୪୦ ଫୁଟ ଲମ୍ବ ୨୦ଫୁଟ ଓସାର ବିଶିଷ୍ଟ ଏକ ସୁଦୃଶ ବୋଇତକୁ ପ୍ରଥମେ ପୂଜକ ପ୍ରଦୀପ ପାଣି ପୂଜାର୍ଚ୍ଚନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ପରେ ନଦୀରେ ବୋଇତ ଭସା ଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସୁଧାଂଶୁ ନାଏକ, ବୋଇତ ବନ୍ଦାଣ କମିଟି ପକ୍ଷରୁ ତୃପ୍ତି ରଞ୍ଜନ ସିଂ, ଧରଣୀଧର ଦାସ, ବସନ୍ତ ମିଶ୍ର, ଅକ୍ଷୟ ନାରାୟଣ ମିଶ୍ର, ଜିତେନ୍ଦ୍ର କୁମାର ସିଂ, ପାଟଣା ଓ ତୁରୁମୁଙ୍ଗା ପୋଲିସ ପକ୍ଷରୁ ପାଟଣା ଓ ରାଜନଗର ବୈତରଣୀ ନଦୀ ଓ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଁ ଉଦ୍ୟମ: ୭ଟି ବନଖଣ୍ଡରେ ଚାଲିଛି କଦଳୀ ଚାରା ରୋପଣ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ): ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନହେବାରୁ ହାତୀପଲ ସମେତ ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। ଫଳରେ ଜଙ୍ଗଲ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri