ଓଲିଉଡ୍‌ ନାଇଟ୍‌ରେ ଝୁମିବ ବାଲିଯାତ୍ରା

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ମହୋତ୍ସବରେ ଓଲିଉଡ୍‌ ଏବଂ ବଲିଉଡ୍‌ କଣ୍ଠଶିଳ୍ପୀଙ୍କୁ ନେଇ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଓଲିଉଡ୍‌ ନାଇଟ୍‌ରେ ୧୯ଜଣ କଳାକାର ଏବଂ କଣ୍ଠଶିଳ୍ପୀ ନୃତ୍ୟ, ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ବଲିଉଡ୍‌ର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଯୋଡ଼ି ସଚିନ- ଜିଗର ଏବଂ ଅନୁ ମଲ୍ଲିକ ମଧ୍ୟ ସଙ୍ଗୀତରେ ଝୁମାଇବେ।
ବାଲିଯାତ୍ରାର ଦ୍ୱିତୀୟ ସନ୍ଧ୍ୟା ଅର୍ଥାତ ମଙ୍ଗଳବାରଠାରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବ। ବୈଷ୍ଣବପାଣି ମଞ୍ଚରେ ପ୍ରଥମେ ପଙ୍କଜ ଜାଲ, ସସ୍ମିତା ଦାସ ସଙ୍ଗୀତ ପରିବେଷଣ କରିବେ। ତୃତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ସ୍ବୟମ ପାଢ଼ୀ, ପୁନମ ମିଶ୍ର ଓ ସୁବାଶିଷ ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ଚତୁର୍ଥ ସନ୍ଧ୍ୟାରେ କଣ୍ଠଶିଳ୍ପୀ ରୋହନ ବିଶ୍ୱାଳ ଓ ଶୀତଲ ମିଶ୍ର ସଙ୍ଗୀତ ପରିବେଷଣ କରିବେ। ପଞ୍ଚମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଟି-ସୌରୀ, ଷଷ୍ଠ ସନ୍ଧ୍ୟାରେ ମୁନ୍‌ମୁନ୍‌, ସପ୍ତମ ସନ୍ଧ୍ୟାରେ ଶେଫାଳୀ ଓ ନିଶି ପ୍ରଭା ଏବଂ ଅଷ୍ଟମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ସଙ୍ଗୀତ ପରିବେଷଣ କରିବେ। ସେହିପରି ଅକ୍ଷୟ ମହାନ୍ତି ମଞ୍ଚରେ ଦ୍ୱିତୀୟ ସନ୍ଧ୍ୟାରେ ଓଲିଉଡ଼ର କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ଶୈଳେନ୍ଦ୍ର ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ତୃତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଅଭିଜିତ ମଜୁମ୍‌ଦାର, ଚର୍ତୁଥ ସନ୍ଧ୍ୟାରେ କଣ୍ଠଶିଳ୍ପୀ କୁଳଦୀପ ପଟ୍ଟନାୟକ ଓ ସୋହିନୀ ମିଶ୍ର , ପଞ୍ଚମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ଶିବାନୀ, ଷଷ୍ଠ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ଅଭିନେତା ପପୁ ପମ୍‌ପମ୍‌ , ସପ୍ତମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ତାରିକ୍‌ ଅଜିଜ୍‌ ଓ ସୁପ୍ରିୟା ଏବଂ ଅଷ୍ଟମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ସଙ୍ଗୀତ ପରିବେଷଣ କରିବେ ବୋଲି ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ରହିଛି । ସେହିପରି ଡିସେମ୍ବର ୨ ଷଷ୍ଠ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସଚିନ୍‌-ଜିଗର ଆଣ୍ଡ ଡ୍ରାଗନ ଡ୍ୟାନ୍ସ ଗ୍ରୁପ ‘ଆପନା ବନା ଲେ’, ତେରେ ଭାସ୍‌ତେ’, ‘ଇକ୍‌ ଜିନ୍ଦେଗୀ’ ‘ଫିର୍‌ ଔର କ୍ୟା ଚାହିଏ’ ଭଳି ମନଛୁଆଁ ହିନ୍ଦୀ ଗୀତ ପରିବେଷଣ କରିବାକୁ ଥିବାବେଳେ ସପ୍ତମ ସନ୍ଧ୍ୟା ଡିସେମ୍ବର ୩ ତାରିଖ କଣ୍ଠଶିଳ୍ପୀ ଅନୁ ମଲ୍ଲିକ ‘ତୁମ୍‌ ସେ ମିଲକେ ଦିଲ୍‌କା ଜୋ ହାଲ’, ‘ବାଜିଗର ଓ ବାଜିଗର’, ‘ମେ ହୁ ନା’ ମନଛୁଆଁ ଭଳି ଗୀତ ପରିବେଷଣ କରିବେ।

ମିଳିବ କୋରାପୁଟ କଫି

ରାଜ୍ୟ ତଥା ଦେଶରେ କୋରାପୁଟ କଫିର ସ୍ବତନ୍ତ୍ର ମାନ୍ୟତା ରହିଛି। ଏହାକୁ ଦୃଷ୍ଟିରେ ରଖି ଏଥର ବାଲିଯାତ୍ରାରେ କୋରାପୁଟ କଫି ବିକ୍ରି ହେବ। ଏଥିପାଇଁ ସ୍ବତନ୍ତ୍ର ଷ୍ଟଲ୍‌ ମଧ୍ୟ ରହିବ। ବାଲିଯାତ୍ରା ବୁଲି ଆସୁଥିବା ଲୋକମାନେ ଏଠାରେ ଉପଯୁକ୍ତ ମୂଲ୍ୟରେ କୋରାପୁଟ କଫିର ମଜା ନେବା ସହ କଫି କିଣି ଘରକୁ ନେଇ ଯାଇ ପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ କୋରାପୁଟ କଫିର ଅନେକ ଆଉଟ୍‌ଲେଟ ରହିଛି। କଫିର ଚାହିଦା ବୃଦ୍ଧି ପାଉଥିବାରୁ ବାଲିଯାତ୍ରା ପଡ଼ିଆର କଟକ ଇନ୍‌ କଟକ ପରିସରରେ ଏହାର ଷ୍ଟଲ୍‌ ଖୋଲାଯିବ।

ବାଲୁକା କଳା, ଲାଇଟ୍‌ ଓ ସ୍ୟାଣ୍ଡର ଯୁଗଳବନ୍ଦୀ

ଏଥର ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବ ବାଲୁକା କଳା, ଲାଇଟ ଓ ସ୍ୟାଣ୍ଡର ଯୁଗଳବନ୍ଦୀରେ ତିଆରି ଚାଲିଛି ୩୫ ଫୁଟ ଉଚ୍ଚ ଓ ଶହେ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ବୋଇତ, ଯାହା ଲୋକଙ୍କୁ ବେଶ ଆକର୍ଷିତ କରିବ। କଟକ ଇନ୍‌ କଟକ ପରିସରରେ ଏହାର ନିର୍ମାଣ କରାଯାଇଛି। ଏହି ବାଲୁକା କଳାରେ ରଙ୍ଗବେରଙ୍ଗ ଲାଇଟ୍‌ ଖଞ୍ଜା ଯାଇଛି। ସାହେଲେ ଏହି ଲାଇଟ୍‌ ଜଳି ବାଲୁକା କଳାକୁ ଅଧିକ ଆକର୍ଷିତ କରିବ। ଏହାକୁ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏବଂ ତାଙ୍କ ୧୦ ସହଯୋଗୀ ତିଆରି କରୁଛନ୍ତି। ୩୦୦ ଟନ୍‌ ଓଜନର ବାଲିରେ ନିର୍ମାଣ ଚାଲିଥିବାବେଳେ ଏଥିରେ ଏଲଇଡି, ପାଲ୍‌କୋ ଏବଂ ସ୍ପଟ ଲାଇଟ ଖଞ୍ଜା ଯାଇଛି।

ବୁକ୍‌ ଅନ୍‌ ହୁଇଲ୍‌ ନେଇ
ଆସିବେ ଶତାବ୍ଦୀ ଓ ଅକ୍ଷୟ

୧୦୦୦ କିଲୋମିଟର, ୨ଜଣ ଲୋକ ଗୋଟିଏ ଗାଡ଼ିରେ ଅନେକ କାହାଣୀ ନେଇ ଏବେ ବାଲିଯାତ୍ରାକୁ ଆସୁଛନ୍ତି। ଏକ ଭ୍ୟାନ୍‌ରେ ବିଭିନ୍ନ ପୁସ୍ତକ ନେଇ ବିଭିନ୍ନ ରାଜ୍ୟ ବୁଲୁଥିବା ଶତାବ୍ଦୀ ମିଶ୍ର ଓ ଅକ୍ଷୟ ରାଉତରାୟଙ୍କ ଗାଡ଼ି ଏବେ ବାଲିଯାତ୍ରା ପଡ଼ିଆରେ ପହଞ୍ଚତ୍ବ। ଅକ୍ଷୟ ଏବଂ ଶତାବ୍ଦୀ ଏକ ପୁସ୍ତକ ଦୋକାନରେ ସାକ୍ଷାତ ହୋଇଥିଲେ। ଥରେ ସେମାନେ ପୁସ୍ତକ ପ୍ରତି ଥିବା ପ୍ରେମ ବିଷୟରେ ଆଲୋଚନା କରିବା ପରେ ଅନୁଭବ କଲେ ଯେ ଭାରତର ଅନେକ ଭାଗରେ ବିଶେଷ କରି ଗ୍ରାମ ତଥା ବହୁ ଦୁର୍ଗମ ଅଞ୍ଚଳରେ ପୁସ୍ତକ ଦୋକାନ ଏବଂ ଲାଇବ୍ରେରି ଅଭାବ ରହିଛି। ଏକ ପୁସ୍ତକ ଦୋକାନ ଏବଂ ନିଜସ୍ବ ଲାଇବ୍ରେରି ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ସେମାନେ ନିଜ ପାଖରେ ଥିବା ଅଳ୍ପ ଟଙ୍କାକୁ ବାହାର କରି କିଛି ବହି କିଣିଲେ, ବ୍ୟାଗ୍‌ ରଖି ବସ୍‌ ଷ୍ଟପ୍‌ ଏବଂ ଫୁଟପାଥରେ ବହି ପ୍ରଦର୍ଶନ କରିବାକୁ ଆରମ୍ଭ କଲେ। ପରେ ୱାକିଂ ବୁକ୍‌ ଫେୟାର ୨୦୧୪ ରେ ଓଡିଶାର କୋରାପୁଟରେ ଜନ୍ମଗ୍ରହଣ କରିଥିଲା। ଏଥିପ୍ରତି ଲୋକମାନଙ୍କ ଅତ୍ୟଧିକ ଆଗ୍ରହ ଦେଖି ସେମାନେ ଆନନ୍ଦିତ ହୋଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ସ୍ଥିର କଲେ। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସ୍ଥିର କରିଥିଲେ। ହେଲେ ଏକ ବ୍ୟାଗ୍‌ କିମ୍ବା ବାକ୍ସରେ ବହି ନେବା ଏବଂ ଜନଗହଳିପୂର୍ଣ୍ଣ ବସ୍‌ରେ ଯାତ୍ରା କରିବା କଷ୍ଟସାଧ୍ୟ ଥିଲା। ଏହାପରେ ସେମାନେ ଅଳ୍ପ କିଛି ବନ୍ଧୁଙ୍କ ସାହାଯ୍ୟରେ ପୁରୁଣା ମାରୁତି ଓମନିଭ୍ୟାନ୍‌ କିଣି ସର୍ବସାଧାରଣ ସ୍ଥାନରେ ପୁସ୍ତକ ପ୍ରଦର୍ଶନ କରି ରାଜ୍ୟ ସାରା ଯାତ୍ରା ଆରମ୍ଭ କରିଥିଲେ। ଏହା ସହିତ ୱାକିଂ ବୁକ୍‌ ଫେୟାର ବା ଭ୍ରମଣକାରୀ ବୁକ୍‌ ଦୋକାନ ଏବଂ ଲାଇବ୍ରେରି ଜନ୍ମ ନେଇଥିଲା। ଏହିକ୍ରମରେ ଅକ୍ଷୟ ଏବଂ ଶତାବ୍ଦୀଙ୍କ ଭ୍ରାମ୍ୟମାଣ ବୁକ୍‌ ଫେୟାର କଟକ ଇନ୍‌ କଟକ ପରିସରରେ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?