ଆବର୍ଜନା ଦୁର୍ଗନ୍ଧରେ ଅତିଷ୍ଠ ସହରବାସୀ

ବ୍ରହ୍ମପୁର,୨୭ା୧୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ଚଳିତବର୍ଷ ନିଗମ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ସର୍ବାଧିକ ଜନମତ ସଂଗ୍ରହ କରିଛି। ସହରର ପରିମଳ ଦାୟିତ୍ୱ ବିଇଏମସିର ସାନିଟେସନ ବିଭାଗ ହାତରେ ରହିଛି। ମହାନଗରର ୪୨ ଓ୍ବାର୍ଡରେ ଘର ଘର ବୁଲି ଆବର୍ଜନା ସଂଗ୍ରହ ନିମନ୍ତେ ୫୬ଟି ବୁହା ଗାଡି ରହିଛି। ସଂଗୃହୀତ ଆବର୍ଜନାକୁ ନୂଆ ବସଷ୍ଟାଣ୍ଡ, ଧାନମେରା ସାହି, ଆମ୍ବ ମାର୍କେଟ ରୋଡ ଓ ଗୋସାଣିନୂଆଗାଁଠାରେ ଥିବା ଆବର୍ଜନା ପଏଣ୍ଟରେ ପକାଯାଉଛି। ସେଠାରେ ଓଦା ଏବଂ ଶୁଖିଲା ଆବର୍ଜନା ଅଲଗା କରି ଟ୍ରକରେ ମହୁଡା ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ପଠାଯିବା ବ୍ୟବସ୍ଥା ରହିଛି। ସେହିପରି ରାସ୍ତା ସଫେଇ ନିମନ୍ତେ ନିଗମ ପକ୍ଷରୁ ସଫେଇ କର୍ମଚାରୀମାନେ ସକାଳ ୬ରୁ ୧୦ଟା ଓ ସନ୍ଧ୍ୟା ୬ରୁ ରାତ୍ରି ୧୦ଟା ଯାଏଁ ସହରକୁ ସଫା କରୁଛନ୍ତି। ସଂଗୃହୀତ ଆବର୍ଜନାକୁ ବିଇଏମସି ପକ୍ଷରୁ ହୋଇଥିବା ଭୂତଳ ଆବର୍ଜନା ସଂଗ୍ରହ ଡଷ୍ଟବିନରେ ପକାଯାଉଛି। କିନ୍ତୁ ଏହି ଡଷ୍ଟବିନ ଗୁଡିକରେ ଆବର୍ଜନା ପଡି ରହୁଥିବାରୁ ସହରବାସୀ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡୁଛନ୍ତି। ବିଇଏମ୍‌ସି ସାନିଟେସନ ବିଭାଗର ଦାୟିତ୍ୱ ହୀନତାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି।
ବିଇଏମସି ପକ୍ଷରୁ ୨୦୧୯ରେ ଭୂତଳ ଡଷ୍ଟବିନ ଯୋଜନା ହାତକୁ ନିଆଯାଇଥିଲା। ସହର ମଧ୍ୟରେ ଷ୍ଟେଶନ ସର୍କିଟ ହାଉସ ନିକଟସ୍ଥ, ବିଜିପୁର ଟ୍ୟାଙ୍କ ରୋଡ, ରାମଲିଙ୍ଗେଶ୍ୱର ଟ୍ୟାଙ୍କ ରୋଡ, ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟ, ଧାନମେରା ସାହି ଓ ପଞ୍ଚୁଦେଉଳ ସାହି ଭଳି ପ୍ରାୟ ୮୦ ସ୍ଥାନରେ ଭୂତଳ ଆବର୍ଜନା ସଂଗ୍ରହ ଡଷ୍ଟବିନ ସ୍ଥାପନ କରାଯାଇଥିଲା। ଏଥିନିମନ୍ତେ ଯୋଣ୍ଟା ନାମକ ଘରୋଇ ସଂସ୍ଥାକୁ ୪ ବର୍ଷ ପାଇଁ ଟେଣ୍ଡର ପ୍ରଦାନ କରାଯାଇଥିଲା। ଉକ୍ତ ସଂସ୍ଥା ଆବର୍ଜନାଗୁଡିକୁ ମହୁଡା ପ୍ରକଳ୍ପକୁ ପଠାଇବା ଦାୟିତ୍ୱ ନିର୍ବାହ କରୁଥିଲା। କିନ୍ତୁ ବର୍ତ୍ତମାନ ଉକ୍ତ ଘରୋଇ ସଂସ୍ଥାର ଟେଣ୍ଡର ସରିଯାଇଛି। ତେଣୁ ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପଡି ରହିଛି। ବିଇଏମସି କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ବର୍ତ୍ତମାନ ସହରରେ ୫ଟି ଜୋନରେ ରହିଥିବା ଆବର୍ଜନା ପଏଣ୍ଟରୁ ଆବର୍ଜନା ସଂଗ୍ରହ ପାଇଁ ନୂତନ ଟେଣ୍ଡର ହୋଇଛି। ପ୍ରତ୍ୟୁଷ, ସଫେଇ ମିତ୍ର ଓ ଏମଆରପି ନାମକ ଘରୋଇ ସଂସ୍ଥାକୁ ଟେଣ୍ଡର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ ଘରୋଇ ସଂସ୍ଥା ପକ୍ଷରୁ ସଫେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏ ନେଇ ବିଇଏମସି ଡେପୁଟି କମିଶନରଙ୍କୁ ପଚାରିବାରୁ ସେ କାୈଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଅନ୍ୟପଟେ ପରିମଳକୁ ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?