୫ ଦିନିଆ ରିମାଣ୍ଡରେ ଗଲେ ବୁଖାରୀ
ଯାଜପୁର,୧୯।୧୨: କଶ୍ମୀର ଆତଙ୍କବାଦୀ ସୟଦ୍ ଇସାନ ବୁଖାରୀଙ୍କୁ ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ନେଇଛନ୍ତି ଏସ୍ଟିଏଫ୍ । ଏସ୍ଟିଏଫ୍ ଚଣ୍ଡିଖୋଲ ଜେଏମ୍ଏଫ୍ସି (କୋର୍ଟ)ରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୫ ଦିନକୁ ଅନୁମତି ମିଳିଥିଲା।
ବୁଧବାର ୪ ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ
ପୁରୀ,୧୯।୧୨: ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏ ନେଇ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସାଧାରଣ ଦର୍ଶନ ବନ୍ଦ। ଦ୍ୱିତୀୟ ଭୋଗମଣ୍ଡପ ଶେଷ…
ଗିରଫ ହୋଇ ଜାମିନ୍ରେ ଆସିଥିଲେ, ଏବେ ଘରେ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁର,୧୯।୧୨: ସମ୍ବଲପୁରରେ ଜାଲ ଘର ନକ୍ସା ଦେବା ମାମଲାରେ ଗିରଫ ହୋଇଥିବା ପ୍ଲାନିଂ ମେମ୍ବର ବନ୍ଦିତା ମିଶ୍ର, କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚାଲିଛି । ପୂର୍ବରୁ ଜାଲ ଘର ନକ୍ସା ଦେବା ମାମଲାରେ…
୮୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଏସ୍ଟିଏଫ ହାତରେ ଧରାପଡ଼ିଲେ ଅଭିଯୁକ୍ତ
କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ସୀମାନ୍ତ ଏନ୍ଏଚ୍ ନଂ. ୨୦ ବାଇପାସରୁ ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍ଟିଏଫ୍) ପ୍ରାୟ ୧ କେଜି ୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଏସ୍ଟିଏଫ୍ ଧରିବାରେ ସଫଲ ହୋଇଛି। ଗିରଫ…
ଦେବଗଡ଼ରୁ ଉଠାଇ ନେଇ ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଛାଡ଼ିଦେଲେ ଦୁର୍ବୃତ୍ତ
ସୁନ୍ଦରଗଡ଼,୧୯।୧୨(ଜୟ ନାରାୟଣ ମେଣ୍ଡୁଳି/ଅଶୋକ ଷଡ଼ଙ୍ଗୀ): ଦେବଗଡ଼ରୁ ଆଈଙ୍କୁ ଧକ୍କା ଦେଇ ଶିଶୁକନ୍ୟାଙ୍କୁ ଅପହରଣ କରାଯାଇଥିବା ଘଟଣାରେ ମଙ୍ଗଳବାର ଅପହୃତା ଶିଶୁକନ୍ୟାଙ୍କୁ ସୁନ୍ଦରଗଡ଼ରୁ ଉଦ୍ଧାର କରାଯାଇଛି। ଜିଲାର ବଡ ଗାଁ ଥାନା ଅନ୍ତର୍ଗତ ଭୋଇପାଲିରୁ ଭୋର ସମୟରେ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି।…
ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୧୨: ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଥିଲା। ମୃତ୍ୟୁ ପଛରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା…
କାଜୁ ଜଙ୍ଗଲରୁ ମିଳିଲା ମଣିଷ କଙ୍କାଳ
ପାଟଣା,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଚାତରପାଣି ଗାଁ ନିକଟ କାଜୁ ଜଙ୍ଗଲରୁ ମଙ୍ଗଳବାର ମଣିଷ କଙ୍କାଳ ମିଳିଛି। ଖବରପାଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
ମହାପ୍ରଭୁ ପରିଧାନ କଲେ ଶୀତବସ୍ତ୍ର
ପୁରୀ, ୧୯ା୧୨(ଅଜିତ୍ ମହାନ୍ତି): ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କୁ ଘୋଡ଼ଲାଗି ଅର୍ଥାତ୍ ଶୀତବସ୍ତ୍ର ପରିଧାନ କରାଯାଇଛି। ଶ୍ରୀଜୀଉମାନେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଏହି ବେଶ ହେବେ।…
ପ୍ରେମ ସମ୍ପର୍କକୁ ନେଇ ଜିଆରଏସ୍ଙ୍କୁ ହତ୍ୟା
ଖୋର୍ଦ୍ଧା,୧୯ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନବାଗ ସ୍ଥିତ ଏକ ଘରୋଇ ସଂସ୍ଥା ଘରୁ ରବିବାର ପୋଲିସ ଜଣେ ଗ୍ରାମ ରୋଜଗାର ସେବକ(ଜିଆର୍ଏସ୍) ଝୁଲନ୍ତା ମୃତଦେହ ଜବତ କରିଥିଲା। ମୃତକ ହେଲେ ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଅଁଳାଯୋଡି…
ଜାଲ୍ ସାର୍ଟିଫିକେଟରେ ଚାକିରି: ବହିଷ୍କୃତ ହେଲେ ୫ ଶିକ୍ଷକ
ପୁରୀ,୧୯ା୧୨(ଅଜିତ୍ ମହାନ୍ତି): ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ପୁରୀ ଜିଲାର ୫ଜଣ ଶିକ୍ଷକଙ୍କୁ ଜିଲା ଶିକ୍ଷା ଅଧିକାରୀ ବହିଷ୍କୃତ କରିଛନ୍ତି। ନିଲମ୍ବିତ ହୋଇଥିବା ୫ଶିକ୍ଷକଙ୍କ ମଧ୍ୟରୁ ଜଣେ କଣାସ ବ୍ଲକର ହୋଇଥିବା ବେଳେ ଅନ୍ୟ ୪ଜଣ କୃଷ୍ଣପ୍ରସାଦ ଅଞ୍ଚଳର…
ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ: ପାଣ୍ଡିଆନ
ଭୁବନେଶ୍ୱର (ଅନିଲ ଦାସ)/ କେନ୍ଦ୍ରପଡ଼ା (ଜଗନ୍ନାଥ ଧଳ),୧୯ା୧୨: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇ ହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ରାଜ୍ୟର ବିକାଶ ବିରୋଧୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏମିତି…
ଛାତ୍ରୀଙ୍କୁ ପ୍ରେମକରି ବନ୍ଧାହେଲେ ଶିକ୍ଷକ
ଶେରଗଡ,୧୮ା୧୨(ସୂର୍ଯ୍ୟନାରାୟଣ ଦାଶ): ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରେମ କରିବା ଅଭିଯୋଗରେ ସୋମବାର ଗଞ୍ଜାମ ଜିଲା ଶେରଗଡ ବ୍ଲକ ବି. ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ପୋଲିସ ଜିମା ଦେଇଥିଲେ। ନାବାଳିକା ଛାତ୍ରୀଙ୍କ ବାପାଙ୍କ ଏତଲା କ୍ରମେ…

