ବସ୍‌ଷ୍ଟାଣ୍ଡ ଭିତରକୁ ଯାଉନି ଘରୋଇ ବସ୍‌, ଯାତ୍ରୀ ହନ୍ତସନ୍ତ

ନୂଆପଡ଼ା,୨୫।୨(ମକାରୁ ବେମାଲ)ନୂଆପଡା ସଦର ମହକୁମାଠାରେ ନୂତନ ଭାବେ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ଗତ ୧୫ ତାରିଖରେ ଉଦଘାଟିତ ହୋଇଯାଇଛି। ସରକାର ୯ କୋଟି ୭୨ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରିଥିଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସୁନାହିଁ। ଦୀର୍ଘ ୨ବର୍ଷ ଧରି ନୂଆପଡା ଜିଲାର ଲୋକେ ଯେଉଁ ପରି ଖରା, ବର୍ଷା ରାସ୍ତାକଡ ବା ଗଛ ଛାଇରେ ଛିଡା ହୋଇ ବସକୁ ଅପେକ୍ଷା କରୁଥିଲେ। ବସଷ୍ଠାଣ୍ଡ ଉଦଘାଟନ ପରେ ମଧ୍ୟ ଲୋକେ ସେହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆପଡା ଘରୋଇ ବସ ମାଳିକ ସଂଘ ଓ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ମଧ୍ୟରେ ବୁଝାମଣାର ଅଭାବ ରହିଥିବାରୁ କୌଣସି ଘରୋଇ ବସ ବସଷ୍ଟାଣ୍ଡ ଭିତରକୁ ପ୍ରବେଶ କରୁନାହାନ୍ତି। ଫଳରେ ବିଭିନ୍ନସ୍ଥାନକୁ ଯିବା ପାଇଁ ଅଟକି ରହିଥିବା ଯାତ୍ରୀ ବସଷ୍ଟାଣ୍ଡ ବଦଳରେ ଘରୋଇ ବସ ରହୁଥିବା ସ୍ଥାନରେ ରାସ୍ତା କଡ କିମ୍ବା ଗଛ ମୂଳରେ ଠିଆ ହୋଇରହିଥିବା ଦେଖିବାକୁ ମିଳିଛି। ବିଶେଷ କରି କୋମଳମତି ଶିଶୁମାନଙ୍କୁ ଧରି ମା’ମାନେ ଖରାରେ ବସ ଅପେକ୍ଷାରେ ଜଗି ରହୁଛନ୍ତି। ଦୀର୍ଘ ୨ବର୍ଷ ଅପେକ୍ଷାରେ ଜିଲାବାସୀ ଏକ ଅତ୍ୟାଧୁନିକ ମଡେଲ ସର୍ବସୁବିଧା ବସଷ୍ଟାଣ୍ଡ ପାଇଁ ଯେଉଁ ସପ୍ନ ଦେଖିଥିଲେ, ତାହା ସରୋଇ ବସ ମାଲିକ ସଂଘ ଓ ସରକାରଙ୍କ ବିବାଦରେ ବଳି ପଡିଯାଇଛ। ଏ ନେଇ ଘରୋଇ ବସ ମାଲିକ ସଂଘ ଉପସଭାପତି ପ୍ରକାଶ କୁମାର ସ୍ବାଇଁଙ୍କ କହିବା ଅନୁସାରେ ନୂଆପଡାରେ ଏକ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ସରକାର ନର୍ମାଣ କଲା ତାହାକୁ ଆମେ ସ୍ବାଗତ ଜଣାଉଛୁ। କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ବସଷ୍ଟାଣ୍ଡ ଉଦଘାଟନରେ ଓଏସଆରଟିସି ପକ୍ଷରୁ ସାମାନ୍ୟତମ ଔପଚାରିକତା ମଧ୍ୟ ରକ୍ଷା କରାଗଲାନାହିଁ। ଏହା ବ୍ୟତିତ୍ୱ ବର୍ତ୍ତମାନ ସମୟରେ ବସଷ୍ଟାଣ୍ଡ ମଧ୍ୟରେ ଘରୋଇ ବସ ମାଲିକ ସଂଘକୁ ନିଜସ୍ବ ଏକ କାର୍ଯ୍ୟାଳୟ ଚଳାଇବା ପାଇଁ ସ୍ଥାନ ଦିଆଯାଇନାହିଁ। ନୂଆପଡାରୁ ରାତ୍ରିକାଳିନ ଅନେକ ଦ୍ରୁତଗାମୀ ବସ ଚଳାଚଳ କରୁଛି। ଟିକେଟ କାଉଣ୍ଟର କରିବା ପାଇଁ ଘରୋଇ ବସ ମାଲିକ ସଂଘକୁ କୌଣସି ସୁବିଧା ଦିଆ ଯାଇନାହିଁ। କଳାହାଣ୍ଡି, ବଲାଙ୍ଗୀର ଜିଲାରେ ଘରୋଇ ବସ ମାଲିକମାନଙ୍କୁ ଟିକେଟ କାଉଣ୍ଟର ପାଇଁ ଦିଆଯାଇଛି। ନୂଆପଡା ଜିଲାରେ ବୈମାତଡକ ମନୋଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଓଡିଶା ରାଜ୍ୟ ସଡକ ପରିବହନ ନିଗମ ନୂଆପଡା ଜିଲା ପରିଚାଳକ ନଚିକେତା ତାଣ୍ଡିଙ୍କ କହିବାନୁଯାୟୀ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ ପାଇଁ କଠୋରି କିଛି ପ୍ରାବଧାନ ନାହିଁ। ବସଷ୍ଟାଣ୍ଡ ପରିଚାଳନା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି। ଘରୋଇ ବସ ମାଲିକ ସଂଘ ଆବେଦନ କରି କରିପାରିବେ। କମିଟି ଯାହା ମୂଲ୍ୟ ନିର୍ଦ୍ଧାରଣ କରିବ ସେହି ମୂଲ୍ୟରେ ଭଡା ସୂତ୍ରରେ ଦେଇ ପାରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?