ଶୋଷ ମେଣ୍ଟାଇପାରୁନି ଦେଢ଼କୋଟିର ପ୍ରକଳ୍ପ

ବଇଣ୍ଡା,୨୫ା୨ (ପରିକ୍ଷିତ ସାହୁ)ସରକାରୀ ଯୋଜନାରେ ପାନୀୟ ପ୍ରକଳ୍ପ ନିର୍ମାଣ ହେଲା। ଦେଢ଼କୋଟିରୁ ଅଧିକ ଟଙ୍କା ବ୍ୟୟ କରାଗଲା। ହେଲେ ଦିନଟିଏ ମଧ୍ୟ ଲୋକଙ୍କ ଶୋଷ ମେଣ୍ଟାଇପାରିଲାନି ଏହି ପାନୀୟ ପ୍ରକଳ୍ପ। ପାଣିକୁ ଠିକ୍‌ ଭାବେ ଫିଲ୍‌ଟର କରାଯାଇ ନ ପାରିବାରୁ ୫ ବର୍ଷ ହେଲା ଏହା ଅଚଳାବସ୍ଥାରେ ପଡ଼ିରହିଥିବା ବେଳେ ହନ୍ତସନ୍ତ ହେଉଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତର ଚାକୁଣ୍ଡାମୁଣ୍ଡା, ଯୋଗୀପଥର ଓ ହଣ୍ଡପା ଗ୍ରାମବାସୀ।
ହଣ୍ଡପା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ହଣ୍ଡପା ପଞ୍ଚାୟତର ଚାକୁଣ୍ଡାମୁଣ୍ଡା, ଯୋଗୀପଥର ଓ ହଣ୍ଡପା ଗ୍ରାମର ୪ ହଜାର ୬ ଶହ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ଯୋଗୀପଥର ଡ୍ୟାମ୍‌ ନିକଟରେ ୧ କୋଟି ୫୬ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ନିର୍ମାଣ କରିଥିଲେ। ୨୦୧୬ ମସିହାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ୨୦୧୯ରେ ଏହା ଶେଷ ହୋଇଥିଲା। ଉକ୍ତ ଡ୍ୟାମ୍‌ ନିକଟରେ ଏକ ବଡ଼ ଖୋଲାକୂଅ ଓ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ହେଲେ ପ୍ରକଳ୍ପ ପାଣିକୁ ଫିଲ୍‌ଟର କରିବା ପାଇଁ ଲାଗିଥିବା ମେଶିନଟି ଅତି ନିମ୍ନମାନର ହୋଇଥିବାରୁ ବିଶୁଦ୍ଧ ପାଣି ଯୋଗାଣ ହୋଇପାରିଲା ନାହିଁ। ୨୦୧୯ ମସିହା ଜାନୁଆରୀରେ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା। ମାତ୍ର ୧ ମାସ ପାଣି ବଣ୍ଟନ କରାଯାଇଥିବା ବେଳେ ଗୋଳିଆ ପାଣି ଯୋଗୁ ଗ୍ରାମବାସୀ ବିରୋଧ କରିଥିଲେ। ଏହାପରଠାରୁ ଜଳ ଯୋଗାଣ ବନ୍ଦ ରହିଛି। ଠିକାଦାରଙ୍କ ସହ ଜଳ ଯୋଗାଣ ବିଭାଗର କେତେଜଣ କର୍ମଚାରୀଙ୍କ ସଲାସୁତରା ଯୋଗୁ ଏହି ପ୍ରକଳ୍ପରେ ଅଧିକାଂଶ ସାମଗ୍ରୀ ନିମ୍ନମାନର ଲଗାଯାଇଛି। ଏହି କାରଣରୁ ସରକାରଙ୍କ ଦେଢ଼କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି ଗ୍ରାମବାସୀ କହିଛନ୍ତି। ଉପଯୁକ୍ତ ଫିଲଟର ଲଗାଇ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ହଣ୍ଡପା ଗ୍ରାମବାସୀ ୨ ଜୁନ ୨୦୨୦ ଓ ୨୫ ମାର୍ଚ୍ଚ ୨୦୨୧ରେ ଆଠମଲ୍ଲିକ ବିଧାୟକ, କିଶୋରନଗର ଜଳ ଯୋଗାଣ ବିଭାଗ, ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ୫ ବର୍ଷ ହେଲା ୩ ଗ୍ରାମବାସୀ ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରା ନ ଗଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ହଣ୍ଡପା ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ସରପଞ୍ଚ ରଶ୍ମିତା ପ୍ରଧାନ କହିଛନ୍ତି, ସରପଞ୍ଚ ନ ହେବା ପୂର୍ବରୁ ଏହି ପ୍ରକଳ୍ପ ଅଚଳ ହୋଇପଡିଛି। ବହୁବାର ଜଳ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରାଯାଇଛି। ମରାମତି କରାଯାଇଥିବା କୁହାଯାଉଥିଲେ ମଧ୍ୟ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?