ଏଥର ଖାତା ଖୋଲିବା ଲକ୍ଷ୍ୟରେ ଭାଜପା

ଖଇରା,୨୫।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲାର ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀ ଖଇରା ବ୍ଲକର ୩୭ ଓ ସିମୁଳିଆ ବ୍ଲକର ୨୨ ପଞ୍ଚାୟତକୁ ନେଇ ଗଠିତ। ଏହି ବିଧାନସଭା କ୍ଷେତ୍ର ବାଲେଶ୍ୱର ଜିଲା ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ଅର୍ଥାତ୍‌ ସିମୁଳିଆ ବାଲେଶ୍ୱର ଜିଲାରେ ଆସୁଥିଲେ ହେଁ ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ। ଏଠାରୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ନାମକୁ ନେଇ ଗାଁଗହଳି, ଛକବଜାର ଓ ଚା’ ଖଟିରେ ଚର୍ଚ୍ଚା ଜୋର ଧରିଲାଣି। ବିଜେଡିରେ ଆଶାୟୀ କମ୍‌ ଥିବା ବେଳେ ଭାଜପାରେ ସର୍ବାଧିକ, କିନ୍ତୁ କଂଗ୍ରେସରେ ମାତ୍ର ଜଣଙ୍କ ନାମ ଚର୍ଚ୍ଚା ହେଉଛି ।
ମନ୍ତ୍ରୀ ତଥା ଏଠାରୁ ଦୁଇ ଥର ବିଜେଡି ଟିକେଟରୁ ଜିତିଥିବା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ହ୍ୟାଟ୍ରିକ ଲକ୍ଷ୍ୟରେ ଅଛନ୍ତି । ଅବଶ୍ୟ ଗତ ପଞ୍ଚାୟତ ନିର୍ବାଚନରେ ମିଳିତ ବିରୋଧୀ ଶକ୍ତିଙ୍କ ରଣନୀତି ବୁଝି ନ ପାରିବା କାରଣରୁ ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡିଠାରୁ ଅଳ୍ପକେ ଖସିଯାଇଥିଲା। ତାହା ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଖୋରାକ ଯୋଗାଇଥିଲା। ତେବେ ଅନ୍ୟତମ ଆଶାୟୀ ହେଉଛନ୍ତି ବିଜେଡି ନେତା ତଥା କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗର ରାଜ୍ୟ ସମ୍ପାଦକ ଶଶି କୁମାର ସାହୁ। ସେ ୨୦୧୪ ମସିହାରୁ ‘ମହୋତ୍ସବ ମଣିଷ’ ଭାବେ ଖଇରା ଓ ସିମୁଳିଆ ଲୋକଙ୍କ ସହ ଜଡ଼ିତ ହୋଇରହିଛନ୍ତି।
ସୋର ବାସିନ୍ଦା ସାହୁ ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ସମୟରେ ମହୋତ୍ସବ କରି ଏଭଳି ନାମରେ ପରିଚିତ ହୋଇଆସିଛନ୍ତି। ପ୍ରଥମେ ଭାଜପାରୁ ୨୦୧୪ରେ ଲଢ଼ି ୨୮ହଜାର ଭୋଟ ପାଇ ସେତେବେଳେ ସେ ସମସ୍ତଙ୍କୁ ଚକିତ କରାଇଥିଲେ। ହେଲେ ୨୦୧୯ରେ ବିଜେଡିରେ ମିଶି ଥିଲେ ହେଁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରୁ ଦୂରେଇ ରହୁଥିବାରୁ ସିମୁଳିଆ ବିଜେଡିରେ ସେତେଟା ଗ୍ରହଣୀୟ ହୋଇପାରୁନାହାନ୍ତି ବୋଲି ଲୋକେ କୁହାକୁହି ହେଉଛନ୍ତି। ଏହାଛଡ଼ା ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଗଣେଶ ପ୍ରସାଦ ମହାପାତ୍ର ଅନ୍ୟତମ ଟାଣୁଆ ନେତା ଭାବେ ଯୁବଗୋଷ୍ଠୀଙ୍କ ସହ ସମ୍ପର୍କ ବଢ଼ାଇ ଚାଲିଛନ୍ତି। ଏବେ ଦୁଇଟି ବ୍ଲକରେ ଟୁର୍ନାମେଣ୍ଟ ହେଉ କି ସଚେତନତା କାର୍ଯ୍ୟକ୍ରମ ଅଧିକାଂଶ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳୁଛି। ସେ ମଧ୍ୟ ବିଜେଡି ଟିକେଟ ଲବିରେ ଅଛନ୍ତି।
ବହୁବାର ଜିତି କଂଗ୍ରେସ ଅମଳରେ ମନ୍ତ୍ରୀ ହୋଇଥିବା ପଦ୍ମଲୋଚନ ପଣ୍ଡା ୨୦୧୯ରେ ଭାଜପାରେ ମିଶି ଦଳୀୟ ପ୍ରାର୍ଥୀ ହୋଇଥିଲେ। ଏବେ ସେ ଟିକେଟ ଆଶାୟୀ ଥିଲେ ହେଁ ବୟସାଧିକ୍ୟ କାରଣରୁ ଦଳ ତାଙ୍କ ୨ ପୁତ୍ର ଅଣୁମାଧବ ଓ ନୀଳମାଧବଙ୍କ ମଧ୍ୟରୁ କାହାକୁ କିମ୍ବା ଅନ୍ୟ କୌଣସି ଯୁବନେତାଙ୍କୁ ସୁଯୋଗ ଦେଇପାରେ ବୋଲି ଭାଜପା ଭିତରୁ ଶୁଣିବାକୁ ମିଳୁଛି। ସେପଟେ ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ଅଣନାତି ତଥା ରାଷ୍ଟ୍ରୀୟ ଓ ରାଜ୍ୟ ରାଜନୀତିରେ ପ୍ରଭାବ ରଖିଥିବା ଠାକୁର ରଞ୍ଜିତ ଦାସଙ୍କ ନାମ ତାଲିକାର ଆଗରେ ରହିଥିବା ନେଇ ଦଳ ଭିତରେ ଆଲୋଚନା ହେଉଛି। ଏହାଛଡ଼ା ୨ ଥର ଖଇରା ବ୍ଲକ ଅଧ୍ୟକ୍ଷା ହୋଇଥିବା ଅଭିଲିପ୍ସା ସାହୁଙ୍କୁ ମଧ୍ୟ ଦଳ ସୁଯୋଗ ଦେବାର ସମ୍ଭାବନା ରହିଛି। ବିଜେଡି ଗଡ଼ କୁହାଯାଉଥିବା ଏହି ବିଧାନସଭା କ୍ଷେତ୍ରରେ ଭାଜପା ବିଜୟୀ ହେଲେ ପ୍ରଥମ ଥର ଖାତା ଖୋଲିବାର ସୌଭାଗ୍ୟ ଅର୍ଜନ କରିବ।
ଏକମାତ୍ର ଆଶାୟୀ ଭାବେ ନୂଆ କରି ଦଳକୁ ଆସିଥିବା ଖଇରା ଅଞ୍ଚଳର ହିମାଂଶୁ ଶେଖର ବେହେରା ବର୍ତ୍ତମାନ ସଙ୍ଗଠନକୁ ମଜଭୁତ କରିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି। ଅଳ୍ପଦିନର ରାଜନୀତିରେ ସେ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିବା ଆଲୋଚନା ହେଉଛି। ପଦ୍ମଲୋଚନଙ୍କ ସହ କଂଗ୍ରେସ ଛାଡ଼ିଥିବା କର୍ମୀମାନଙ୍କର ଘରବାହୁଡାକୁ ସେ ପ୍ରାଥମିକତା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୪ରେ କଂଗ୍ରେସ ଏହି ଆସନ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri