ଆସୁନାହାନ୍ତି ପିଲା, ସ୍କୁଲରେ ଅଧାଦିନ ତାଲା

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ଶିରିଶପାଳ ହାଇସ୍କୁଲରେ ପିଲା ଅଭାବରୁ ବନ୍ଦହେବା ଆଶଙ୍କା ଦେଖାଦେଇଛି। ଛାତ୍ରୀଛାତ୍ର ସବୁଦିନ ଆସୁ ନ ଥିବାରୁ ଅଧାଦିନ ସ୍କୁଲରେ ତାଲା ପଡ଼ୁଛି। ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚକରି ବିଦ୍ୟାଳୟ ରୂପାନ୍ତରୀକରଣ କରିବା ସହ ଶିକ୍ଷାର ମାନ ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି। ଏଭଳି କ୍ଷେତ୍ରରେ ସ୍କୁଲକୁ ପିଲା ନ ଆସିବା ପରିତାପର ବିଷୟ ହୋଇଛି। ଜିଲା ମୁଖ୍ୟାଳୟଠାରୁ ମାତ୍ର ୭ କି.ମି. ଦୂରରେ ଏହି ଉଚ୍ଚ ବିଦ୍ୟାଳୟଟି ଥିଲେ ହେଁ ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ।
ସୂଚନା ଅନୁଯାୟୀ, ସ୍କୁଲରେ ନବମ ଏବଂ ଦଶମ ଶ୍ରେଣୀରେ ୯୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୪୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଉଥିବାବେଳେ ନବମ ଶ୍ରେଣୀରେ ୪୭ ପାଠ ପଢୁଛନ୍ତି। ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଅଛନ୍ତି। ପିଲାମାନେ ନିୟମିତ ସ୍କୁଲ ଆସୁ ନ ଥିବାରୁ ଶିକ୍ଷକ ବସି ବସି ଯାଉଛନ୍ତି। ଏଥିସହ ଅଧିକାଂଶ ଦିନ ସ୍କୁଲରେ ତାଲା ପଡୁଛି। ଏହାର ସୁଯୋଗ ନେଇ କେତେଜଣ ଶିକ୍ଷକ ମଧ୍ୟ ନିୟମିତ ଆସୁନାହାନ୍ତି। ତଦାରଖ ଅଭାବରୁ ଅବ୍ୟବସ୍ଥା ଦୀର୍ଘ ବର୍ଷ ହେବ ଚାଲି ଆସୁଛି। ଅନ୍ୟପକ୍ଷେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଶତ ପ୍ରତିଶତ ଅନୁଦାନ ଦେବା କ୍ଷେତ୍ରରେ ସରକାରୀ ନିୟମକୁ ଏଠାରେ ଦଳିମକଚି ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶେଷତଃ ବିଦ୍ୟାଳୟର ଗତ ୩ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ୫୦ ପ୍ରତିଶତରୁ ଅଧିକ, ସହରାଞ୍ଚଳରେ ୧.୫ ଏକର ଏବଂ ଗ୍ରାମାଞ୍ଚଳରେ ୩ ଏକର ସ୍କୁଲ ନାମରେ ପଟ୍ଟାଭୁକ୍ତ ଜମି ଏବଂ ଅନ୍ୟ କିଛି ସର୍ତ୍ତପୂରଣ ହେଲେ ଶତ ପ୍ରତିଶତ ଅନୁଦାନ ମିଳିଥାଏ। ମାତ୍ର ଏସବୁ ଠିକ୍‌ ଭାବରେ ଯାଞ୍ଚ କରା ନ ଯାଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଉକ୍ତ ସ୍କୁଲ ସମେତ ଜିଲାର ଅନେକ ବିଦ୍ୟାଳୟକୁ ଶତ ପ୍ରତିଶତ ଅନୁଦାନ ମଞ୍ଜୁର କରାଯାଇଥିବା ଅଭିଯୋଗ ହୋଇଛି। ଜିଲାରେ ୧୬୪ ବ୍ଲକ୍‌ ଗ୍ରାଣ୍ଟ ବା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଛି। ସେଥି ମଧ୍ୟରୁ ୧୨୦ ବିଦ୍ୟାଳୟ ଶତ ପ୍ରତିଶତ ଅନୁଦାନ ପୂର୍ବରୁ ପାଇସାରିଛି। ଗତ ଅକ୍ଟୋବରରେ ୩୩ ଉଚ୍ଚ ବିଦ୍ୟାଳୟକୁ ଶତ ପ୍ରତିଶତ ଅନୁଦାନ ପ୍ରଦାନ କରାଯାଇଛି। ଏହି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ସରକାରୀ ସର୍ତ୍ତପୂରଣ କରୁନାହାନ୍ତି। ବିଦ୍ୟାଳୟ ସମ୍ପାଦକ କିମ୍ବା ବିଦ୍ୟାଳୟ ନାମରେ ଗୋଟିଏ ସ୍ଥାନରେ ପଟ୍ଟା ଜମି ରହିଥିବାବେଳେ ଅନ୍ୟ ଗୋଟିଏ ସ୍ଥାନରେ ବିଦ୍ୟାଳୟ ରହିଥିବା ଅଭିଯୋଗ ହେଉଛି। ଶିରିଶପାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନାଦି ଚରଣ ସାହୁ କହିଛନ୍ତି, ଘର ଘର ବୁଲି ଓ ଅଭିଭାବକମାନଙ୍କ ସହ ଆଲୋଚନାକରି ପିଲା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସିବାକୁ ଉଦ୍ୟମ କରୁଛୁ। ଗରିବ ଶ୍ରେଣୀର ପିଲା ନିୟମିତ ଆସୁନାହାନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ଗୌରମଣି ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନାହିଁ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ କହିଛନ୍ତି, ଅଭିଯୋଗଗୁଡ଼ିକର ଯାଞ୍ଚକରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri