କଂଗ୍ରେସ ସ୍ବାଗତକଲା, ଭାଜପାର ଭର୍ତ୍ସନା

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)ରାଜ୍ୟ ସରକାର ଶନିବାର ୩୪ଟି ନୂଆ ଏନ୍‌ଏସି ଘୋଷଣା କରିଛନ୍ତି। ଏଥିରେ ବରଗଡ଼ ଜିଲାର ଅତାବିରା ନିର୍ବାଚନ ମଣ୍ଡଳୀର ଭେଡ଼େନ ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ ରହିଛି। ଏନ୍‌ଏସି ଘୋଷଣା ପରେ ଉଭୟ ଅତାବିରା ଏବଂ ପାଇକମାଳ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ପୂର୍ବାପେକ୍ଷା ଅଞ୍ଚଳ ଆହୁରି ସରସ, ସୁନ୍ଦର ଓ ବିକଶିତ ହେବ। ପରିମଳ, ଆଲୋକୀକରଣ, ପାନୀୟଜଳ ଯୋଗାଣ, ରାସ୍ତାଘାଟ ଆଦି ମୌଳିକ ବ୍ୟବସ୍ଥା ଅଧିକ ଉନ୍ନତ ହେବ ଏବଂ ଅଞ୍ଚଳର ଲୋକଙ୍କୁ କର୍ମ ମିଳିପାରିବ ବୋଲି ଅଞ୍ଚଳବାସୀ ଆଶାବାଦୀ ରହିଛନ୍ତି। କଂଗ୍ରେସ ନୂଆ ଏନ୍‌ଏସି ଗଠନକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛି। ଅନ୍ୟପଟେ ନିର୍ବାଚନ ସମୟରେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କହି ବିରୋଧୀ ଭାଜପା ରାଜ୍ୟ ସରକାରଙ୍କ ଏଭଳି ଘୋଷଣାକୁ ଭର୍ତ୍ସନା କରିଛି।

ଆମେ ବହୁତ ଖୁସି
ଭେଡ଼େନକୁ ଏନ୍‌ଏସି ମାନ୍ୟତା ପାଇଁ ଆମେ ପୂର୍ବରୁ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦାବି ଜଣାଇଥିଲୁ। ତାଙ୍କ ଉଦ୍ୟମରୁ ଭେଡ଼େନ ଏନ୍‌ଏସି ମାନ୍ୟତା ପାଇଥିବା ଯୋଗୁ ବିଧାୟିକା ଛୁରିଆଙ୍କୁ କୃତଜ୍ଞତା ଜଣାଉଛୁ। ଆମେ ମଧ୍ୟ ବହୁତ ଖୁସି ଅନୁଭବ କରୁଛୁ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ। ଡ୍ରେନେଜ, ଆଲୋକୀକରଣ ବ୍ୟବସ୍ଥା ହେବ। ଭେଡ଼େନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ।
-ନରସିଂହ ରଥ, ସଭାପତି, ଭେଡ଼େନ ସଚେତନ ନାଗରିକ କମିଟି
ପ୍ରତୀକ୍ଷାର ଅବସାନ
ପାଇକମାଳକୁ ଏନ୍‌ଏସି ମାନ୍ୟତା ଆମର ବହୁ ପ୍ରତୀକ୍ଷିତ ଦାବି ଥିଲା। ଆଜି ତାହା ପୂରଣ ହୋଇଛି । ବହୁତ ଖୁସି ଲାଗୁଛି । ପାନୀୟଜଳ, ଷ୍ଟ୍ରିଟ ଲାଇଟ୍‌, ଭଲ ରାସ୍ତା ସାଙ୍ଗକୁ ମଇଳା ଆବର୍ଜନା ନିୟମିତ ସଫା ହେବ। ଲୋକଙ୍କୁ ଚାକିରି ମିଳିବ। ଏନ୍‌ଏସି ଘୋଷଣା ପରେ ସମଗ୍ର ପାଇକମାଳ ଅଞ୍ଚଳରେ ଉତ୍ସାହ ଦେଖାଯାଇଛି । ବାଣ ଫୁଟାଇ ଖୁସି ବି ମନାଉଛୁ ।
-ଡା. ବୁଲୁ ବାରିକ, ପାଇକକମାଳ
ବଢ଼ିଆ ଏନ୍‌ଏସି ହେବ
ଭେଡ଼େନ ଏବଂ ପାଇକମାଳ ଲୋକଙ୍କର ଦୀର୍ଘଦିନର ଦାବି ଥିଲା । ସେହି ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ । ଏନ୍‌ଏସି ଗଠନ ଯୋଗୁ ଟାଉନଶିପ୍‌ ରୂପ ନେବ। ବିକାଶ ପାଇଁ ବଜେଟ୍‌ ମଧ୍ୟ ବଢ଼ିବ। ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ପାନୀୟଜଳ, ଗମନାଗମନ ପ୍ରତିକ୍ଷେତ୍ରରେ ଉନ୍ନତି ଆସିବ। ଆଗକୁ ଭେଡ଼େଡ଼, ପାଇକମାଳକୁ ବଢ଼ିଆ ଏନ୍‌ଏସି ରୂପ ଦେବା ପ୍ରୟାସ ଜାରି ରହିବ ।
-ଡ. ପ୍ରଭାସ ସିଂ, ଜିଲା ସଭାପତି, ବିଜେଡ଼ି
ସ୍ବାଗତଯୋଗ୍ୟ ପଦକ୍ଷେପ
ନୂତନ ଏନ୍‌ଏସି ଘୋଷଣା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ଲୋକଙ୍କର ବହୁଦିନର ଦାବି ଥିଲା। ହେଲେ ନିର୍ବାଚନ ସମୟ ବଦଳରେ ଆଗରୁ ଘୋଷଣା କରାଯାଇଥିଲେ ଆହୁରି ଭଲ ହୋଇଥାନ୍ତା। ପଦ୍ମପୁର ଜିଲା ଗଠନ ଏବଂ ଚାଷୀଙ୍କ ଦାବି ପୂରଣ ଦିଗରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ରହିବା ଦରକାର। ଭଲକାମକୁ କଂଗ୍ରେସ ସ୍ବାଗତ କରିବ ଏବଂ ଖରାପ କାମକୁ ନିଶ୍ଚୟ ବିରୋଧ କରିବ।
-ହରଦୀପ ସିଂ, ଜିଲା ସଭାପତି, କଂଗ୍ରେସ
ଜିଲା ଗଠନ ପ୍ରତିଶ୍ରୁତି ଗଲା କୁଆଡ଼େ
ପ୍ରଥମତଃ ପଦ୍ମପୁର ଜିଲା ଗଠନ ଦାବି ଉଠୁଥିଲା। ଉପନିର୍ବାଚନ ସମୟରେ ପ୍ରଚାରରେ ଆସି ମୁଖ୍ୟମନ୍ତ୍ରୀ ଏହି ଜିଲା ଗଠନ ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେହି ପ୍ରତିଶ୍ରୁତି ଗଲା କୁଆଡ଼େ। ପଦ୍ମପୁର ଜିଲା ଗଠନ ପରିବର୍ତ୍ତେ ଏବେ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ୨ ଏନଏସି ଗଠନ ଘୋଷଣା କରି ଜିଲାବାସୀଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଭୋଟ୍‌ରେ ଲୋକେ ଏହାର ଜବାବ ଦେବେ ।
-ଅଶ୍ୱିନୀ ଷଡ଼ଙ୍ଗୀ, ଜିଲା ସଭାପତି, ଭାଜପା


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜହ୍ନିମୂଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଅପରାହ୍ନରେ ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହୋଇଥିଲା।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri