କଂଗ୍ରେସ ସ୍ବାଗତକଲା, ଭାଜପାର ଭର୍ତ୍ସନା

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)ରାଜ୍ୟ ସରକାର ଶନିବାର ୩୪ଟି ନୂଆ ଏନ୍‌ଏସି ଘୋଷଣା କରିଛନ୍ତି। ଏଥିରେ ବରଗଡ଼ ଜିଲାର ଅତାବିରା ନିର୍ବାଚନ ମଣ୍ଡଳୀର ଭେଡ଼େନ ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ ରହିଛି। ଏନ୍‌ଏସି ଘୋଷଣା ପରେ ଉଭୟ ଅତାବିରା ଏବଂ ପାଇକମାଳ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ପୂର୍ବାପେକ୍ଷା ଅଞ୍ଚଳ ଆହୁରି ସରସ, ସୁନ୍ଦର ଓ ବିକଶିତ ହେବ। ପରିମଳ, ଆଲୋକୀକରଣ, ପାନୀୟଜଳ ଯୋଗାଣ, ରାସ୍ତାଘାଟ ଆଦି ମୌଳିକ ବ୍ୟବସ୍ଥା ଅଧିକ ଉନ୍ନତ ହେବ ଏବଂ ଅଞ୍ଚଳର ଲୋକଙ୍କୁ କର୍ମ ମିଳିପାରିବ ବୋଲି ଅଞ୍ଚଳବାସୀ ଆଶାବାଦୀ ରହିଛନ୍ତି। କଂଗ୍ରେସ ନୂଆ ଏନ୍‌ଏସି ଗଠନକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛି। ଅନ୍ୟପଟେ ନିର୍ବାଚନ ସମୟରେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କହି ବିରୋଧୀ ଭାଜପା ରାଜ୍ୟ ସରକାରଙ୍କ ଏଭଳି ଘୋଷଣାକୁ ଭର୍ତ୍ସନା କରିଛି।

ଆମେ ବହୁତ ଖୁସି
ଭେଡ଼େନକୁ ଏନ୍‌ଏସି ମାନ୍ୟତା ପାଇଁ ଆମେ ପୂର୍ବରୁ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦାବି ଜଣାଇଥିଲୁ। ତାଙ୍କ ଉଦ୍ୟମରୁ ଭେଡ଼େନ ଏନ୍‌ଏସି ମାନ୍ୟତା ପାଇଥିବା ଯୋଗୁ ବିଧାୟିକା ଛୁରିଆଙ୍କୁ କୃତଜ୍ଞତା ଜଣାଉଛୁ। ଆମେ ମଧ୍ୟ ବହୁତ ଖୁସି ଅନୁଭବ କରୁଛୁ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ। ଡ୍ରେନେଜ, ଆଲୋକୀକରଣ ବ୍ୟବସ୍ଥା ହେବ। ଭେଡ଼େନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ।
-ନରସିଂହ ରଥ, ସଭାପତି, ଭେଡ଼େନ ସଚେତନ ନାଗରିକ କମିଟି
ପ୍ରତୀକ୍ଷାର ଅବସାନ
ପାଇକମାଳକୁ ଏନ୍‌ଏସି ମାନ୍ୟତା ଆମର ବହୁ ପ୍ରତୀକ୍ଷିତ ଦାବି ଥିଲା। ଆଜି ତାହା ପୂରଣ ହୋଇଛି । ବହୁତ ଖୁସି ଲାଗୁଛି । ପାନୀୟଜଳ, ଷ୍ଟ୍ରିଟ ଲାଇଟ୍‌, ଭଲ ରାସ୍ତା ସାଙ୍ଗକୁ ମଇଳା ଆବର୍ଜନା ନିୟମିତ ସଫା ହେବ। ଲୋକଙ୍କୁ ଚାକିରି ମିଳିବ। ଏନ୍‌ଏସି ଘୋଷଣା ପରେ ସମଗ୍ର ପାଇକମାଳ ଅଞ୍ଚଳରେ ଉତ୍ସାହ ଦେଖାଯାଇଛି । ବାଣ ଫୁଟାଇ ଖୁସି ବି ମନାଉଛୁ ।
-ଡା. ବୁଲୁ ବାରିକ, ପାଇକକମାଳ
ବଢ଼ିଆ ଏନ୍‌ଏସି ହେବ
ଭେଡ଼େନ ଏବଂ ପାଇକମାଳ ଲୋକଙ୍କର ଦୀର୍ଘଦିନର ଦାବି ଥିଲା । ସେହି ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ । ଏନ୍‌ଏସି ଗଠନ ଯୋଗୁ ଟାଉନଶିପ୍‌ ରୂପ ନେବ। ବିକାଶ ପାଇଁ ବଜେଟ୍‌ ମଧ୍ୟ ବଢ଼ିବ। ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ପାନୀୟଜଳ, ଗମନାଗମନ ପ୍ରତିକ୍ଷେତ୍ରରେ ଉନ୍ନତି ଆସିବ। ଆଗକୁ ଭେଡ଼େଡ଼, ପାଇକମାଳକୁ ବଢ଼ିଆ ଏନ୍‌ଏସି ରୂପ ଦେବା ପ୍ରୟାସ ଜାରି ରହିବ ।
-ଡ. ପ୍ରଭାସ ସିଂ, ଜିଲା ସଭାପତି, ବିଜେଡ଼ି
ସ୍ବାଗତଯୋଗ୍ୟ ପଦକ୍ଷେପ
ନୂତନ ଏନ୍‌ଏସି ଘୋଷଣା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ଲୋକଙ୍କର ବହୁଦିନର ଦାବି ଥିଲା। ହେଲେ ନିର୍ବାଚନ ସମୟ ବଦଳରେ ଆଗରୁ ଘୋଷଣା କରାଯାଇଥିଲେ ଆହୁରି ଭଲ ହୋଇଥାନ୍ତା। ପଦ୍ମପୁର ଜିଲା ଗଠନ ଏବଂ ଚାଷୀଙ୍କ ଦାବି ପୂରଣ ଦିଗରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ରହିବା ଦରକାର। ଭଲକାମକୁ କଂଗ୍ରେସ ସ୍ବାଗତ କରିବ ଏବଂ ଖରାପ କାମକୁ ନିଶ୍ଚୟ ବିରୋଧ କରିବ।
-ହରଦୀପ ସିଂ, ଜିଲା ସଭାପତି, କଂଗ୍ରେସ
ଜିଲା ଗଠନ ପ୍ରତିଶ୍ରୁତି ଗଲା କୁଆଡ଼େ
ପ୍ରଥମତଃ ପଦ୍ମପୁର ଜିଲା ଗଠନ ଦାବି ଉଠୁଥିଲା। ଉପନିର୍ବାଚନ ସମୟରେ ପ୍ରଚାରରେ ଆସି ମୁଖ୍ୟମନ୍ତ୍ରୀ ଏହି ଜିଲା ଗଠନ ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେହି ପ୍ରତିଶ୍ରୁତି ଗଲା କୁଆଡ଼େ। ପଦ୍ମପୁର ଜିଲା ଗଠନ ପରିବର୍ତ୍ତେ ଏବେ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ୨ ଏନଏସି ଗଠନ ଘୋଷଣା କରି ଜିଲାବାସୀଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଭୋଟ୍‌ରେ ଲୋକେ ଏହାର ଜବାବ ଦେବେ ।
-ଅଶ୍ୱିନୀ ଷଡ଼ଙ୍ଗୀ, ଜିଲା ସଭାପତି, ଭାଜପା


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri