ବାଇକ୍‌ ଚଳାଇ ନଦୀବନ୍ଧ ବୁଲି ଦେଖିଲେ ପାଣ୍ଡିଆନ

ଭଣ୍ଡାରିପୋଖରୀ (ରବିନାରାୟଣ ଖିଲାର)/ ଧାମନଗର (ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର), ୨୫ା୨: ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶନିବାର ଭଦ୍ରକ ଜିଲା ଗସ୍ତରେ ଆସି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପରିଦର୍ଶନ କରିଛନ୍ତି। ନିଜେ ବାଇକ୍‌ ଚଳାଇ ସେ ବିଭିନ୍ନ ନଦୀବନ୍ଧ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି। ସେ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ୫-ଟି ରୂପାନ୍ତରଣ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଜରିଆରେ ଭଦ୍ରକ ଜିଲାର ବିକାଶକୁ ତ୍ୱରାନ୍ବିତ କରାଯାଉଥିବା ସେ କହିଥିଲେ। ବିରିଡ଼ି ରେଳଧାରଣାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ବୈତରଣୀର ବାମପାଖ, କୋଚିଳାର ଉଭୟ ପାଖ ବନ୍ଧର ସୁଦୃଢ଼ୀକରଣ ଏବଂ ପକ୍କାରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ସେ ଘୋଷଣା କରିଥିଲେ। ଆଖୁଆପଦାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ଏହି ବନ୍ଧ ସଶକ୍ତ ହେଲେ ବନ୍ୟାପ୍ରବଣ ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକରେ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ। ବନ୍ଧ ରାସ୍ତା ଦୃଢ ଓ ପ୍ରଶସ୍ତ ହେବା ଦ୍ୱାରା ଅଞ୍ଚଳବାସୀ ବିଶେଷ ଉପକୃତ ହେବେ। ବିରିଡ଼ିଠାରୁ ତିନିତର ଘାଟ ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ ନିମନ୍ତେ ୯୬.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ୧୭ ପଞ୍ଚାୟତବାସୀ ଉପକୃତ ହେବେ। ଆନୁମାନିକ ୧ଲକ୍ଷ ୨୦ହଜାର ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ। ଆଖୁଆପଦାରୁ ତିନିତର ଘାଟ ପର୍ଯ୍ୟନ୍ତ ସଡ଼କ ପଥରେ ଯାତ୍ରା ଲାଗି ୩ଘଣ୍ଟାର ସମୟ ୨ଘଣ୍ଟାକୁ ହ୍ରାସ ପାଇବ। ଯାଜପୁର ମେଡିକାଲ କଲେଜ ଓ ବଜାର ଅଞ୍ଚଳକୁ ଯିବା ପାଇଁ ସହଜ ହେବ। ବିରିଡ଼ି ରେଳଧାରଣାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୫୩.୮୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ସେ ପ୍ରକାଶ କରି ଏହାଦ୍ୱାରା ବନ୍ୟା ନିୟନ୍ତ୍ରଣ ହେବା ସହ ବାମପାଖ ବନ୍ଧ ସୁଦୃଢ଼ ହେବ ବୋଲି କହିଥିଲେ। ୪୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ବୈତରଣୀ-ବୁଢ଼ା ଆନ୍ତଃନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ବାରା ଉଭୟ ଭଦ୍ରକ ଓ ଯାଜପୁର ଜିଲାର ଲୋକେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିଲେ। ଆଖୁଆପଦାଠାରେ ୫୦ ହଜାର ଏକର ଜମିରେ ଜଳସେଚନ ବ୍ୟବସ୍ଥା କରାଯାଇଛି। ଭଣ୍ଡାରିପୋଖରୀ ପାଇଁ ୭୨୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ୮ ମାସ ମଧ୍ୟରେ ୨୨୭ଟି ଦାବିରୁ ୧୯୦ଟି ପୂରଣ କରାଯାଇଛି। ୬୫୦ ଏକରରେ ମତ୍ସ୍ୟ ଚାଷ ପାଇଁ ଯୋଜନା ରହିଛି। କେନ୍ଦୁଆପଦା ଓଭରବ୍ରିଜ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ୨୦୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋଚିଳା ଆନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ଭଦ୍ରକ ଓ ଯାଜପୁର ଜିଲାର ଲୋକେ ଉପକୃତ ହେବେ। ଏହାଦ୍ୱାରା ପ୍ରାୟ ୨ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ। ଜଳଭଣ୍ଡାର ମତ୍ସ୍ୟ ସମ୍ପଦ ବିକାଶରେ ବିନିଯୋଗ ହୋଇପାରିବ। ବାଲିପୋଖରୀ, କଣ୍ଟି ଏସ୍‌କେପ ପରିଦର୍ଶନ କରିଥିଲେ।
୫-ଟି ଅଧ୍ୟକ୍ଷ ପାଣ୍ଡିଆନ ବୈତରଣୀ ନଦୀବନ୍ଧରେ ଯାଇ ଧାମନଗର ବ୍ଲକର ଆନନ୍ଦପୁରଠାରେ ଅପରାହ୍ନ ୨ଟା ୧୦ରେ ପହଞ୍ଚତ୍ଥିଲେ। ସ୍ଥାନୀୟ ଗ୍ରାମବାସୀ, ମହିଳା ଓ ଆନନ୍ଦପୁର ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଆନନ୍ଦପୁର ଖେଳପଡ଼ିଆକୁ ମିନିଷ୍ଟାଡିୟମ ସହ ଖୋ ଖୋ ହବ୍‌ ନିର୍ମାଣ, ବୈତରଣୀର ଉତ୍ତରବାହିନୀ ପାର୍ଶ୍ୱ ପଠାକୁ ପଥରପ୍ୟାକିଂ, ରାସ୍ତା, ବ୍ରିଜ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ପରେ ୫-ଟି ଅଧ୍ୟକ୍ଷ ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତରୁ ବାଇକ୍‌ ଚଳାଇ ବୈତରଣୀ ନଦୀବନ୍ଧ ଓ ଏସ୍‌କେପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବୈତରଣୀ ନଦୀର ବାମପାର୍ଶ୍ୱ ନଦୀବନ୍ଧ ଏମ୍ବାକମେଣ୍ଟ ସହ ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏସ୍‌କେପ ପରିଦର୍ଶନ କରିଥିଲେ। ବୈତରଣୀ ନଦୀର ଉପରମୁଣ୍ଡ ଆଖୁଆପଦାଠାରେ ବନ୍ୟା ଜଳ କେତେ ହେଲେ ଦୁଇ ଏସ୍‌କେପ ଦେଇ ବନ୍ୟା ଜଳ ନିଷ୍କାସନ ହୁଏ, ଏସ୍‌କେପ କାର୍ଯ୍ୟ ଏବଂ କେତେକ ବୈଷୟିକ ସମସ୍ୟା ସମ୍ପର୍କରେ ଜଳ ସମ୍ପଦ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ କୋଚିଳା ନଦୀରେ ପ୍ରସ୍ତାବିତ ବ୍ୟାରେଜ୍‌ ସ୍ଥାନକୁ ଯାଇ କାର୍ଯ୍ୟ ଓ ସ୍ଥିତି ପରଖିଥିଲେ। ଏହାପରେ ଧାମନଗର ବ୍ଲକର ପାଳସାହି ଇନ୍ଦିରାଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ବାବଦ ବିଭିନ୍ନ ଭତ୍ତା ବୃଦ୍ଧି, ଛାତ୍ର ବୃତ୍ତି, ମମତା ଯୋଜନାରେ ଟଙ୍କା ବୃଦ୍ଧି ବିଷୟରେ ଜଣାଇଥିଲେ। ଦୁଇ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କଠାରୁ ଦରଖାସ୍ତ ଗ୍ରହଣ କରିଥିଲେ। ପୂର୍ବରୁ ଭଣ୍ଡାରିପୋଖରୀ ଏବଂ ଧାମନଗର ଆସିଥିବା ସମୟରେ ଗ୍ରହଣ କରିଥିବା ଦରଖାସ୍ତଗୁଡ଼ିକ ମଧ୍ୟରୁ ବହୁ ସଂଖ୍ୟାରେ ସମାଧାନ କରାଯାଇଥିବା କହିଥିଲେ। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଏସ୍‌ପି ବରୁଣ ଗୁଣ୍ଟୁପାଲି, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଡା. ସଞ୍ଜୟ ଦାସ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?