ଏସ୍‌ସିବିରେ ଲିଫ୍ଟ ଅଚଳ, ରୋଗୀ ହଇରାଣ

କଟକ,୨୫ା୨(ଶିଳ୍ପା ପ୍ରିୟଦର୍ଶିନୀ)ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ସମସ୍ୟା ଲାଗିରହିଛି। ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାବେଳେ ହସ୍ପିଟାଲର ସ୍ନାତକୋତ୍ତର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଲିଫ୍ଟ ଅଚଳ ହୋଇପଡ଼ିଛି। ଫଳରେ ରୋଗୀ ଓ ସେମାନଙ୍କ ସହ ଆସିଥିବା ସମ୍ପର୍କୀୟମାନେ ହଇରାଣ ହେଉଛନ୍ତି। ତିନି ମହଲା କୋଠାରେ ଏହି ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ କାର୍ଯ୍ୟକାରୀ କରୁଥିବାବେଳେ ଗୋଟିଏ ଲିଫ୍ଟ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ହେଲେ ଲିଫ୍ଟ କିଛି ଦିନ ହେବ ଠିକ ଭାବେ କାର୍ଯ୍ୟ କରୁ ନ ଥିବାବେଳେ ଶନିବାର ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି।
ସୂଚନା ଅନୁଯାୟୀ, ଏସ୍‌ସିବି ସ୍ନାତକୋତ୍ତର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗକୁ ପ୍ରତ୍ୟେକ ଦିନ ୧ଶହରୁ ଅଧିକ ମହିଳା ଚିକିତ୍ସା ପାଇଁ ଆସିଥାନ୍ତି। ପ୍ରସୂତି ଓ ସ୍ତ୍ରୀ ବିଭାଗ ପ୍ରକୋଷ୍ଠର ବେଡ୍‌ ନମ୍ବର ୨୨ରେ ପ୍ରାୟ ଏକମାସ ହେବ ସ୍ବର୍ଣ୍ଣପ୍ରଭା ବାରିକ ଭର୍ତ୍ତି ହୋଇଛନ୍ତି। ଗତ ଜାନୁଆରୀ ୧୯ରେ ଉକ୍ତ ବିଭାଗରେ ତାଙ୍କର ପ୍ରସବ ହୋଇଥିଲା। ପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଗତ ଗୁରୁବାର ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଆଇସିୟୁରୁ ଅଣାଯାଇଥିଲା। ପରେ ସ୍ବର୍ଣ୍ଣପ୍ରଭାଙ୍କୁ ଡିସ୍‌ଚାର୍ଜ ପାଇଁ କୁହାଯାଇଥିଲା। ହେଲେ ଆଜିକୁ ଦୁଇଦିନ ହେବ ଡାକ୍ତରଙ୍କ ଦସ୍ତଖତ ହୋଇ ନ ଥିବାରୁ ତାଙ୍କର ଡିସ୍‌ଚାର୍ଜ ହୋଇପାରୁ ନ ଥିବା ସ୍ବର୍ଣ୍ଣପ୍ରଭାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଡାକ୍ତର ଶୁକ୍ରବାର ପ୍ରକୋଷ୍ଠକୁ ଆଦୌ ଆସିନାହାନ୍ତି। ଶନିବାର ମଧ୍ୟ ଓପିଡି ପରେ ଡାକ୍ତର ଆସିବେ ବୋଲି ସୂଚନା ପାଇଥିଲେ ମଧ୍ୟ ତାଙ୍କ ଦେଖା ମିଳି ନ ଥିଲା। ତେଣୁ ଡିସ୍‌ଚାର୍ଜ କରାଯାଉନାହିଁ। ଅନ୍ୟପଟେ ଉକ୍ତ ବିଭାଗରେ ୩ଦିନ ହେବ ନିଜ ସମ୍ପର୍କୀୟଙ୍କୁ ନେଇ ରହିଥିବା ଯାଜପୁର ଜାରକା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଭିଯୋଗ କରି କହିଛନ୍ତି ଯେ, ବିଭାଗରେ ଲିଫ୍ଟ କାଁ ଭଁା ଚାଲୁଥିଲା ହେଲେ ଶନିବାର ତାହା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ରୋଗୀକୁ ନେଇ ପାହାଚରେ ତଳ ଉପର ହେବାରେ ବହୁତ ସମସ୍ୟା ହେଉଛି। ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଲିଫ୍ଟ ମରାମତି କରିବାକୁ ସେ ଦାବି କରିଛନ୍ତି। ସେହିପରି ମୟୂରଭଞ୍ଜରୁ ସ୍ତ୍ରୀଙ୍କୁ ନେଇ ଆସିଥିବା ହେମନ୍ତ ବାରିକ କହିଛନ୍ତି, ମେଡିକାଲରେ ଯାହା ସୁବିଧା ମିଳିବ ବୋଲି କୁହାଯାଉଛି, ତାହା କେବଳ ପ୍ରଚାରରେ ରହିଯାଉଛି। ଏଠାରେ ଅନେକ ସମସ୍ୟା ରହିଛି। ଅନ୍ୟପକ୍ଷରେ ଏସବୁ ଅଭିଯୋଗ ନେଇ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର ଏବଂ ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri