ବିଜ୍ଞାପିତ ଅଞ୍ଚଳ ଘୋଷଣାରୁ ଖଇରା ବାଦ୍‌

ଖଇରା, ୨୫।୨(ଉତ୍କଳବନ୍ଧୁ ପଣ୍ଡା)ଶନିବାର ରାଜ୍ୟ ସରକାର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଛନ୍ତି। ଦୀର୍ଘଦିନରୁ ମାନ୍ୟତା ଲାଗି ଦାବି ହୋଇଆସୁଥିବା ଖଇରା ବାଦ୍‌ ପଡିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସବୁ ସର୍ତ୍ତ ପୂରଣ କରୁଥିବା ଖଇରା ପାଇଁ ପ୍ରଶାସନିକ ସର୍ଭେ ରିପୋର୍ଟ ବହୁ ବର୍ଷ ପୂର୍ବରୁ ପ୍ରଦାନ କରାଯାଇଥିଲେ ହେଁ କେଉଁ ପରିସ୍ଥିତିରୁ ଖଇରାକୁ ବଞ୍ଚିତ କରାଗଲା ତାକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଶାସକ ଦଳ ଉପରେ ଏହାର ପ୍ରଭାବ ପଡିବାରେ ନିଶ୍ଚିତ ସମ୍ଭାବନା ଥିବା ବେଳେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତିର ପୁନର୍ବିଚାର କରି ନୂଆ ତାଲିକାରେ ଖଇରାର ନାମ ଯୋଡିବାକୁ ଖଇରାର ବିଭିନ୍ନ ସଙ୍ଗଠନ ଲୋକପ୍ରତିନିଧି ତଥା ୩୭ ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।
ଖଇରା ଜନଜାଗରଣ ମଞ୍ଚ ତଥା ଅନ୍ୟାନ୍ୟ ବହୁ ସଙ୍ଗଠନ ତରଫରୁ ଖଇରାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିବାକୁ ଦାବିପତ୍ର ଦିଆଯାଇଥିଲା। ୨୦୨୨ ଜୁଲାଇ ୧୨ତାରିଖ ଚିଠି ନମ୍ବର ୧୨୬୦ରେ ପୁନର୍ଗଠନ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ଉଭୟ ବିଡିଓ ଓ ତହସିଲଦାରଙ୍କୁ ଜିଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି କରାଯାଇଥିଲା ା ଉଭୟ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ପଞ୍ଚାୟତର ଗ୍ରାମ ଚିହ୍ନଟ କରାଯାଇ ଏହାର ସ୍କେଚ ମ୍ୟାପ ସହ ୨୦୨୨ ନଭେମ୍ବର ୧ତାରିଖରେ ସବିଶେଷ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରେ ଖଇରାର ୭, ମହତୀପୁରର ୧୦, ପଳସାରେ ୬, ନୟାଖଣ୍ଡିର ୮, ସୁଣ୍ଢିରାର ୪, ସାରକୋଣାର ୩ ଓ ସାରୁଗାଁର ଗୋଟିଏ ଗ୍ରାମର ମୋଟ ୨୦ହଜାର ୩୦୫ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏହି କାରଣରୁ ବିଜ୍ଞାପିତ ଅଞ୍ଚଳ ଘୋଷଣାରେ କୌଣସି ଅସୁବିଧା ନ ଥିଲା। ହେଲେ ଖଇରାର ୨ ପଡୋଶୀ ସହର ସିମୁଳିଆ ଓ ଆଗରପଡା ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଖଇରା ଲୋକଙ୍କୁ ହତାଶ ହେବାକୁ ପଡିଛି ା ରାଜନୈତିକ ଇଛାଶକ୍ତି ଏହାର ମୁଖ୍ୟ କାରଣ ବୋଲି ବିଶିଷ୍ଟ ବାମପନ୍ଥୀ ନେତା ତଥା ନୟାଖଣ୍ଡିର ପୂର୍ବତନ ସରପଞ୍ଚ ମାନସ ମହାପାତ୍ର କହିଛନ୍ତି ା ସବୁ ପ୍ରକାର ଭିତ୍ତିଭୂମି ଥାଇ ଖଇରା ବ୍ଲକ ତାଲିକାରେ ସ୍ଥାନ ନ ପାଇବା ଦୁର୍ଭାଗ୍ୟଜନକ ବୋଲି ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସ କହିଛନ୍ତି ା ସିମୁଳିଆକୁ ଘୋଷଣାରେ କିଛି ଅସୁବିଧା ନାହିଁ କିନ୍ତୁ ଖଇରାକୁ ଅଣଦେଖା କରାଯିବା ପରିତାପର ବିଷୟ ବୋଲି ବିଶିଷ୍ଟ କଂଗ୍ରେସ ନେତା ହିମାଂଶୁ ଶେଖର ବେହେରା କହିଛନ୍ତି ା ପ୍ରଶାସନିକ ରାଜନୈତିକ ଇଛାଶକ୍ତିର ଅଭାବ ଏଥିପାଇଁ ଦାୟୀ ବୋଲି ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ କହିଛନ୍ତି ା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଖଇରାକୁ ଘୋଷଣା ସମ୍ପର୍କରେ ସରକାରୀ ସ୍ତରରେ ତର୍ଜମା ଚାଲିଛି ା ମାନ୍ୟତା ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri