ବିଜ୍ଞାପିତ ଅଞ୍ଚଳ ଘୋଷଣାରୁ ଖଇରା ବାଦ୍‌

ଖଇରା, ୨୫।୨(ଉତ୍କଳବନ୍ଧୁ ପଣ୍ଡା)ଶନିବାର ରାଜ୍ୟ ସରକାର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଛନ୍ତି। ଦୀର୍ଘଦିନରୁ ମାନ୍ୟତା ଲାଗି ଦାବି ହୋଇଆସୁଥିବା ଖଇରା ବାଦ୍‌ ପଡିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସବୁ ସର୍ତ୍ତ ପୂରଣ କରୁଥିବା ଖଇରା ପାଇଁ ପ୍ରଶାସନିକ ସର୍ଭେ ରିପୋର୍ଟ ବହୁ ବର୍ଷ ପୂର୍ବରୁ ପ୍ରଦାନ କରାଯାଇଥିଲେ ହେଁ କେଉଁ ପରିସ୍ଥିତିରୁ ଖଇରାକୁ ବଞ୍ଚିତ କରାଗଲା ତାକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଶାସକ ଦଳ ଉପରେ ଏହାର ପ୍ରଭାବ ପଡିବାରେ ନିଶ୍ଚିତ ସମ୍ଭାବନା ଥିବା ବେଳେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତିର ପୁନର୍ବିଚାର କରି ନୂଆ ତାଲିକାରେ ଖଇରାର ନାମ ଯୋଡିବାକୁ ଖଇରାର ବିଭିନ୍ନ ସଙ୍ଗଠନ ଲୋକପ୍ରତିନିଧି ତଥା ୩୭ ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।
ଖଇରା ଜନଜାଗରଣ ମଞ୍ଚ ତଥା ଅନ୍ୟାନ୍ୟ ବହୁ ସଙ୍ଗଠନ ତରଫରୁ ଖଇରାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିବାକୁ ଦାବିପତ୍ର ଦିଆଯାଇଥିଲା। ୨୦୨୨ ଜୁଲାଇ ୧୨ତାରିଖ ଚିଠି ନମ୍ବର ୧୨୬୦ରେ ପୁନର୍ଗଠନ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ଉଭୟ ବିଡିଓ ଓ ତହସିଲଦାରଙ୍କୁ ଜିଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି କରାଯାଇଥିଲା ା ଉଭୟ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ପଞ୍ଚାୟତର ଗ୍ରାମ ଚିହ୍ନଟ କରାଯାଇ ଏହାର ସ୍କେଚ ମ୍ୟାପ ସହ ୨୦୨୨ ନଭେମ୍ବର ୧ତାରିଖରେ ସବିଶେଷ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରେ ଖଇରାର ୭, ମହତୀପୁରର ୧୦, ପଳସାରେ ୬, ନୟାଖଣ୍ଡିର ୮, ସୁଣ୍ଢିରାର ୪, ସାରକୋଣାର ୩ ଓ ସାରୁଗାଁର ଗୋଟିଏ ଗ୍ରାମର ମୋଟ ୨୦ହଜାର ୩୦୫ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏହି କାରଣରୁ ବିଜ୍ଞାପିତ ଅଞ୍ଚଳ ଘୋଷଣାରେ କୌଣସି ଅସୁବିଧା ନ ଥିଲା। ହେଲେ ଖଇରାର ୨ ପଡୋଶୀ ସହର ସିମୁଳିଆ ଓ ଆଗରପଡା ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଖଇରା ଲୋକଙ୍କୁ ହତାଶ ହେବାକୁ ପଡିଛି ା ରାଜନୈତିକ ଇଛାଶକ୍ତି ଏହାର ମୁଖ୍ୟ କାରଣ ବୋଲି ବିଶିଷ୍ଟ ବାମପନ୍ଥୀ ନେତା ତଥା ନୟାଖଣ୍ଡିର ପୂର୍ବତନ ସରପଞ୍ଚ ମାନସ ମହାପାତ୍ର କହିଛନ୍ତି ା ସବୁ ପ୍ରକାର ଭିତ୍ତିଭୂମି ଥାଇ ଖଇରା ବ୍ଲକ ତାଲିକାରେ ସ୍ଥାନ ନ ପାଇବା ଦୁର୍ଭାଗ୍ୟଜନକ ବୋଲି ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସ କହିଛନ୍ତି ା ସିମୁଳିଆକୁ ଘୋଷଣାରେ କିଛି ଅସୁବିଧା ନାହିଁ କିନ୍ତୁ ଖଇରାକୁ ଅଣଦେଖା କରାଯିବା ପରିତାପର ବିଷୟ ବୋଲି ବିଶିଷ୍ଟ କଂଗ୍ରେସ ନେତା ହିମାଂଶୁ ଶେଖର ବେହେରା କହିଛନ୍ତି ା ପ୍ରଶାସନିକ ରାଜନୈତିକ ଇଛାଶକ୍ତିର ଅଭାବ ଏଥିପାଇଁ ଦାୟୀ ବୋଲି ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ କହିଛନ୍ତି ା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଖଇରାକୁ ଘୋଷଣା ସମ୍ପର୍କରେ ସରକାରୀ ସ୍ତରରେ ତର୍ଜମା ଚାଲିଛି ା ମାନ୍ୟତା ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?