ଆମ ଜିଲା ଖବର

ଧାନବେଣୀ ଗାଁରେ ଧାନଚୋରଙ୍କୁ ରାତିରେ ମାଡ଼ି ବସିଲେ ଲୋକେ, ବହେ ଛେଚି ପୋଲିସ ଜିମାଦେଲେ

ପାଟଣା,୧୨।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣୀ ଗ୍ରାମରେ ମଙ୍ଗଳବାର ଭୋରରୁ ଜଣେ ଧାନ ଚୋରଙ୍କୁ ଧରି ସ୍ଥାନୀୟ ବହେ ଛେଚିଛନ୍ତି। ସୂଚନାନୁଯାୟୀ, ଅମଳ ପାଇଁ ରଖା ଯାଇଥିବା ଧାନ ବିଡାଗୁଡିକୁ ରାତିରେ ଉକ୍ତ ଗ୍ରାମର ବୈକୁଣ୍ଠ ମହାନ୍ତ ଚୋରି…

ସରିଲା ଆୟକର ଚଢାଉ, ଭୁବନେଶର ଫେରିଲେ ଅଧିକାରୀ

ବଲାଙ୍ଗୀର,୧୨।୧୨( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଓ ଟିଟିଲାଗଡ଼ରେ ଗତ ୭ ଦିନ ଧରି ଚାଲିଥିବା ଆୟକର ଚଢାଉ ମଙ୍ଗଳବାର ଶେଷ ହୋଇଛି । ବଲାଙ୍ଗୀର କ୍ଳବପଡା ମଦଭାଟି ଅଫିସରୁ ବାହାରି ଜଣେ ଅଧିକାରୀ ଆୟକର ଚଢାଉ ଅଭିଯାନ ବଲାଙ୍ଗୀରରୁ ଶେଷହେଲା…

ଓଡ଼ିଶାରେ ଅରୁଣାଚଳ ପ୍ରଦେଶ ମଦ

ବାଲେଶ୍ୱର, ୧୨ା୧୨(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲା ରେମୁଣା ଥାନା ବାଲଗୋପାଳପୁର ଅଞ୍ଚଳରୁ ଜବତ ହୋଇଛି ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଲକ୍ଷାଧିକ ଟଙ୍କାର ମଦ। ଜଳେଶ୍ୱର କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଓ ବାଲେଶ୍ୱର ଜିଲା ଅବକାରୀ ବିଭାଗ ପକ୍ଷରୁ ମିଳିତ…

ବଢୁଛି ଶୀତ: ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଦାରିଙ୍ଗବାଡି, ୧୨।୧୨(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ପାରଦ ତଳ ମୁହାଁ ହୋଇଛି। ସକାଳ ଶୀତ ବୃଦ୍ଧି ପାଇବା ସହ ସଞ୍ଜ ଆସିଲେ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ସହ ପାରଦ ଖସୁଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା…

ଜାଲରେ ପଡ଼ିଲା ୧୭ ଦାମୀ ମାଛ: ଦାମ୍‌ ଜାଣିଲେ…

ପାରାଦୀପ,୧୨।୧୨(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦରରୁ ସମୁଦ୍ରକୁ ଯାଇଥିବା ପାର୍ବତୀ ନାମକ ଏକ ମାଛଧରା ବୋଟ୍‌ ୧୭ଟି ତେଲିଆ ବୋରେଇ ମାଛ ଧରିଛି। ଏହାପରେ ଉକ୍ତ ମାଛଗୁଡ଼ିକ ୨୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଉକ୍ତ ମାଛଗୁଡ଼ିକୁ ମଧ୍ୟରୁ ୧୧ଟି ୨୦ରୁ…

ଡିସେମ୍ବର ୧୬ରୁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ

ପୁରୀ,୧୨।୧୨: ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର…

ଗଣତି ସରିଲା, ବିଭ୍ରାନ୍ତି ବଢ଼ିଲା

ବଲାଙ୍ଗୀର, ୧୨ା୧୨ (ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାର ବିଭିନ୍ନ ମଦଭାଟି, ମଦ ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚାଲିଥିବା ଆୟକର ବିଭାଗ ଚଢ଼ାଉ ସୋମବାର ଷଷ୍ଠଦିନରେ ପହଞ୍ଚତ୍ଛି। ରବିବାର ରାତି ୯ଟା ସୁଦ୍ଧା ମଦଭାଟିରୁ ଜବତ ଟଙ୍କା ଗଣତି ସରିଥିବା…

ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର: ଚାଲିଗଲା ୨ ଜୀବନ

ଭଦ୍ରକ,୧୨।୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ରାଣୀତାଲ ଠାରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଭୋର ସମୟରେ ଏକ କାର ରାସ୍ତା ପାର୍ଶ ବିଦ୍ୟୁତ ଖୁଣ୍ଟରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପଶ୍ଚିମବଙ୍ଗରୁ…

ଶିମିଳିପାଳରେ ସର୍ବନିମ୍ନ ୪ ଡିଗ୍ରୀ

ବାରିପଦା,୧୨ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଉତ୍ତର ଓଡ଼ିଶାରେ ଶୀତର ଲହରୀ ବୃଦ୍ଧି ପାଇଛି। ମୟୂରଭଞ୍ଜ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପ୍ରାଣୀ ଓ ବନ୍ୟପ୍ରାଣୀମାନେ କଷ୍ଟ ଭୋଗୁଛନ୍ତି। ଏପରିକି ଜିଲାରେ ୧୦ ଡିଗ୍ରୀ ତଳେ ତାପମାତ୍ର ରହୁଥିବା…

ଗଞ୍ଜି କିଣା ବିଜ୍ଞାପନକୁ ନେଇ ଜୋର ଧରିଲା ଚର୍ଚ୍ଚା

ଜଗତ୍‌ସିଂହପୁର, ୧୨ା୧୨(ପ୍ରମୋଦ କୁମାର ନାୟକ): ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସାମାଜିକ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟରେ ସମ୍ପୃକ୍ତି ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଛାତ୍ରୀଛାତ୍ରମାନେ କିପରି ନିଜର ଆତ୍ମବଳ…

ଦାଦନ ନେଲା ଦୁଇ ଭାଇଙ୍କ ଜୀବନ: ସାନ ପରେ ବଡ଼ଭାଇଙ୍କ ଜୀବନ ଗଲା

ରାୟଗଡ଼ା,୧୧।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ସରୁନି ଦାଦନ ଦୁଃଖ। କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗ୍ରାମର ୨ ଭାଇ ରୋଜଗାର ଆଶାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିଲେ। ସେଠାରେ ଜ୍ୱରରେ ପୀଡ଼ିତ ହେବା ସହ ନିର୍ଯାତନା ମିଳିବାରୁ…

ଜମି ଭାଗବଣ୍ଟାରୁ ସାନ ଭାଇଙ୍କୁ ହତ୍ୟା

ଧରାକୋଟ,୧୧ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ଼ ଥାନା ଅଧୀନ ଜଗନ୍ନାଥପୁର ଶାସନ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ନିଲୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଟକ ଥିବା ନିଲୁଙ୍କ ବଡ଼ଭାଇ ଟୁଲୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?