ସାତକୋଶିଆ କ୍ଷତ ଦେଖିଲେ ଟ୍ରିବ୍ୟୁନାଲ

ଅନୁଗୋଳ ଅଫିସ,୨୫ା୫: ଛତିଶଗଡ଼ ସରକାର ଏକପାଖିଆ ଭାବେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ଜୀବନରେଖା ମହାନଦୀରେ ଜଳ ପ୍ରଭାବ କିଭଳି ସାଂଘାତିକ ଭାବେ ହ୍ରାସପାଇଛି, ବୁଧବାର ତାହା ଅନୁଧ୍ୟାନ କରିଛନ୍ତି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଟିମ୍‌। ଜୈବ ବିବିଧତାରେ ଭରପୂର ସାତକୋଶିଆ ଗଣ୍ଡ ଅଣମୌସୁମୀ ସମୟରେ ଶୁଖିଲା ପଡ଼ିଥିବାବେଳେ ଏହାର କ୍ଷତକୁ ନିକଟରୁ ଦେଖିଛନ୍ତି। ଏହି ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସମସ୍ୟା ସମ୍ପର୍କରେ ଟ୍ରିବ୍ୟୁନାଲଙ୍କ ନିକଟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତଥା ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ୪୮ ଜଣିଆ ଟିମ୍‌ ଅନୁଗୋଳ ଜିଲା ସାତକୋଶିଆରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥଳ ଭାଗରେ ଯାଇଥିବା ଟିମ୍‌ ୧୨ଟା୧୫ରୁ ସାଢ଼େ ୧୨ଟା ମଧ୍ୟରେ ସାତକୋଶିଆରେ ପହଞ୍ଚତ୍ଲେ। ଜଷ୍ଟିସ୍‌ ଖାନୱିଲକରଙ୍କ ସହିତ ଆସିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରମିତ କୌର୍‌ କୋଚରଙ୍କ ସମେତ ୮ ଜଣ ହେଲିକପ୍ଟରରେ ବୁର୍ଲାରୁ ପୂର୍ବାହ୍ନ ସାଢ଼େ ୧୦ଟାରୁ ଉଡ଼ାଣ ଭରିଥିଲେ। ସେମାନେ ଆକାଶମାର୍ଗରୁ ବୁର୍ଲାଠାରୁ ଅନୁଗୋଳ ପର୍ଯ୍ୟନ୍ତ ପ୍ରବାହିତ ମହାନଦୀ ଜଳପ୍ରବାହ ଅନୁଧ୍ୟାନ କରିଥିଲେ। କେଉଁ ଅଞ୍ଚଳରେ କେତେ ପାଣି ରହିଛି, କେତେ ଶୁଖିଲା ପଡ଼ିଛି, କେଉଁ ଅଞ୍ଚଳରେ ଡ୍ୟାମ୍‌ ନିର୍ମାଣ କରାଯାଇଛି ସେସବୁର ସ୍ଥିତି ପରଖିଥିଲେ। ସାତକୋଶିଆରେ ହେଲିକପ୍ଟର ଅବତରଣ କରିବା ପରେ ମଧ୍ୟାହ୍ନ ୧୨ଟା ୧୫ରୁ ୧ଟା ମଧ୍ୟରେ ଟ୍ରିବ୍ୟୁନାଲ ଟିମ୍‌ ସଦସ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ। ସାମୟିକ ବିଶ୍ରାମ ପରେ ୩ଟି ବୋଟ୍‌ରେ ସାତକୋଶିଆ ଗଣ୍ଡ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଶୁଖିଲା ପଡ଼ିଥିବା ସ୍ଥାନକୁ ମଧ୍ୟ ବୋଟ ନେଇ ଯାଇଥିଲେ। ପୂର୍ବରୁ ସେଠାରେ କେତେ ପାଣି ରହୁଥିଲା, ଏବେ କେତେ ପରିମାଣରେ ଜଳ ରହୁଛି ତାହା ଅନୁଧ୍ୟାନ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଏହି ଅବସରରେ ଟିମ୍‌ ସଦସ୍ୟମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସୁନାଖଣିଆରେ ଡ୍ୟାମ୍‌ ପାଇଁ କରିଥିବା ଶିଳାନ୍ୟାସ ସ୍ଥଳ ପରିଦର୍ଶନ କରିଥିଲେ। କେଉଁ କାରଣରୁ ଡ୍ୟାମ୍‌ କାର୍ଯ୍ୟ ଅଟକିଛି ବୋଲି ପ୍ରଶାସନିକ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଗଣ୍ଡ ଉପରେ ସମ୍ପୂର୍ଣ୍ଣ ସାତକୋଶିଆର ଜୈବବିବିଧତା ନିର୍ଭର କରୁଛି। ବିଭିନ୍ନ ପ୍ରଜାତିର ପଶୁପକ୍ଷୀ, ବୃକ୍ଷରାଜି, ଘଡ଼ିଆଳ କୁମ୍ଭୀର ଏହି ଗଣ୍ଡର ପାଣି ପାଇଁ ଜୀବନ ପାଇଛନ୍ତି। ପାଣି ପ୍ରବାହ କମିବା ପରେ ଅଭୟାରଣ୍ୟ କେତେ ମାତ୍ରାରେ ପ୍ରଭାବିତ ହୋଇଛି ଏବଂ ଜୈବ ବିବିଧତା ଉପରେ କିଭଳି ପ୍ରଭାବ ପକାଇଛି, ଟ୍ରିବ୍ୟୁନାଲ ଟିମ୍‌ ତାହା ମଧ୍ୟ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ସାତକୋଶିଆରେ ଥିବା ଘଡ଼ିଆଳ ପ୍ରଜନନ କେନ୍ଦ୍ର ପରିଦର୍ଶନ ବେଳେ କୁମ୍ଭୀର ବଂଶ ବିସ୍ତାର ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ଗଣ୍ଡ ଶୁଖିଲା ରହୁଥିବାରୁ କୁମ୍ଭୀରଙ୍କ ପ୍ରଜନନ ପ୍ରଭାବିତ ହେଉଛି କି ନାହିଁ ସେବାବଦରେ ବିସ୍ତୃତ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ଉକ୍ତ ଟିମ୍‌ରେ ଆସିଥିବା ରେଜିଷ୍ଟ୍ରାର, ୨ ଆସେସର୍‌, ଉଭୟ ରାଜ୍ୟର ବରିଷ୍ଠ ଜଳ ସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ ସ୍ଥିତି ପରଖିଥିଲେ। ସେମାନଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ର ସଚିବସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧି ଉପସ୍ଥିତ ଥିଲେ। ପରେ ୧୦ ଜଣିଆ ଟିମ୍‌ ରୁଦ୍ଧଦ୍ୱାର ବୈଠକ କରିବା ପରେ ଅପରାହ୍ନ ୪ଟା ୪୫ ବେଳକୁ ଟ୍ରିବ୍ୟୁନାଲ୍‌ ଟିମ୍‌ ସଦସ୍ୟ ବୁର୍ଲା ଅଭିମୁଖେ ଫେରିଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ, ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ସାତକୋଶିଆରେ ପ୍ରଥମ ଥର ହେଲିକପ୍ଟର ଅବତରଣ କରିଥିବାରୁ ଏହାକୁ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଟ୍ରିବ୍ୟୁନାଲ ଟିମ୍‌ ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲା ପୋଲିସ ପକ୍ଷରୁ ଜଣେ ଅତିରିକ୍ତ ଏସ୍‌ପି, ୨ ଡିଏସ୍‌ପି, ୯ ଇନ୍ସପେକ୍ଟର, ୫ ଏସ୍‌ଆଇ, ୧୦ ଏଏସ୍‌ଆଇଙ୍କ ସମେତ ୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri