ହତାଶ ହେଉଛନ୍ତି ହିତାଧିକାରୀ

ଆଠମଲ୍ଲିକ,୨୨ା୫ (ଡି.ଏନ.ଏ.): ଉପାସରେ ରହିବେନି ଗରିବ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଏହା ହେଉଛି ଏକ ଉଦ୍ଦେଶ୍ୟ। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ। ହେଲେ ୬ ମାସ ହେଲା ଗହମ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କାର୍ଡଧାରୀଙ୍କୁ କେବଳ ଚାଉଳ ଧରାଇ ଦିଆଯାଉଥିବାରୁ ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷକରି ଡିଲରଙ୍କଠାରୁ ଗହମ ଆଣୁଥିବା ହିତାଧିକାରୀମାନେ ଏକପ୍ରକାର ହତାଶ ହୋଇପଡ଼ିଛନ୍ତି। ସେମାନଙ୍କ ପରିବାର ରୁଟି ଉପରେ ନିର୍ଭରଶୀଳ ଥିବାବେଳେ ସରକାର ଗହମ ଯୋଗାଣ ବନ୍ଦ କରିଦେଇଥିବାରୁ ସମ୍ପୃକ୍ତ ହିତାଧିକାରୀମାନେ ଅସହାୟ ହୋଇପଡ଼ିଛନ୍ତି। ଖୋଲା ବଜାରରୁ ଅଧିକ ଦର ଦେଇ ଗହମ କିମ୍ବା ଅଟା କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ବାଧ୍ୟ ହୋଇ ୩ ବେଳା ଭାତ ଖାଉଥିବା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଅନେକ ହିତାଧିକାରୀ ପ୍ରକାଶ କରିଛନ୍ତି। ଏପରି କି ପରିବାରରେ ଥିବା ମଧୁମେହ ରୋଗୀଙ୍କୁ ମଧ୍ୟ ଭାତ ଖାଇବାକୁ ପଡ଼ୁଥିବା ହିତାଧିକାରୀମାନେ କ୍ଷୋଭର ସହ କହିଛନ୍ତି।
ହିତାଧିକାରୀମାନଙ୍କ କହିବା ଅନୁଯାୟୀ, ଆଠମଲ୍ଲିକ ବ୍ଲକରେ ୨୨ ହଜାର ୭୪୮ ରାଶନକାର୍ଡଧାରୀ ରହିଛନ୍ତି। ଅନ୍ତ୍ୟୋଦୟ ଯୋଜନାରେ ୩୧୪୮ ହିତାଧିକାରୀ ଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ୭୩୬ ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ସେହିପରି ଏନ୍‌ଏସିରେ ୨୦୬୨ ରାଶନ, ୪୧୨ ଅନ୍ତ୍ୟୋଦୟ, ୩୨ ଜଣ ରାଜ୍ୟ ଯୋଜନାରେ ସାମିଲ ହୋଇଛନ୍ତି। ପୂର୍ବରୁ ପ୍ରତି ମାସରେ ଏମାନଙ୍କୁ ୩ ହଜାର ୪୦୭ କୁଇଣ୍ଟାଲ ଚାଉଳ, ୭୯୨ କୁଇଣ୍ଟାଲ ୪୮ କିଲୋ ଗହମ ପ୍ରଦାନ କରାଯାଉଥିଲା। ହେଲେ ଗତ ଜାନୁୟାରୀ ମାସରୁ ଗହମ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ୪୧୧୯ କୁଇଣ୍ଟାଲ ଚାଉଳ ଯୋଗାଣ ହେଉଛି। କିନ୍ତୁ ସରକାରଙ୍କ ଏପରି ପଦକ୍ଷେପକୁ ଗହମ ନେଉଥିବା ରାଶନକାର୍ଡଧାରୀମାନେ ନାପସନ୍ଦ କରିଛନ୍ତି। ଏହି ସରକାରୀ ଗହମ ଯୋଗୁ ବହୁ ବୃଦ୍ଧାବୃଦ୍ଧ, ଶିଶୁ ଉପକୃତ ହେଉଥିଲେ। ଆଠମଲ୍ଲିକ ବ୍ଲକରେ ଥିବା ୨ହଜାର ମଧୁମେହ ରୋଗୀ ରୁଟି ଖାଇପାରୁଥିଲେ। କିନ୍ତୁ ସରକାର ଗହମ ଯୋଗାଇ ଦେଉ ନ ଥିବାରୁ ଏବେ ସେମାନଙ୍କୁ ଭାତ ଖାଇବାକୁ ପଡ଼ୁଛି। କାରଣ ଖୋଲା ବଜାରରେ ଗହମ କିଲୋ ୪୦ ଟଙ୍କା ଓ ଅଟା ୪୫ ଟଙ୍କାରେ ବିକ୍ରି ହେଉଥିବାରୁ ଗରିବ ଲୋକେ ତାହା କିଣିପାରୁ ନାହାନ୍ତି। ଆଗକୁ ବର୍ଷାଦିନ ଆସୁଥିବାରୁ ଏପରି ରୋଗୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିବାର ସମ୍ଭାବନା ଥିବାରୁ ସରକାର ଯଥାଶୀଘ୍ର ରାଶନକାର୍ଡ ମାଧ୍ୟମରେ ପୁଣି ଗହମ ଯୋଗାଇ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଯୋଗାଣ ଅଧିକାରୀ ଶିଭାଶିଷ ଜେନା କହିଛନ୍ତି, ସରକାର ଆଲର୍ଟମେଣ୍ଟ ଦେଲେ ଆମେ ହିତାଧିକାରୀଙ୍କୁ ଗହମ ଯୋଗାଇ ଦେବୁ।

ଚଳଣିରେ ଅସୁବିଧା ହେଉଛି
ସରକାର ରାଶନକାର୍ଡଧାରୀଙ୍କ ପାଇଁ କେବଳ ଚାଉଳ ଯୋଗାଇ ଦେଉଥିବା ଡିଲରମାନେ କହୁଛନ୍ତି। ତେଣୁ ଗହମ ପରିବର୍ତ୍ତେ କେବଳ ଚାଉଳ ମିଳୁଥିବାରୁ ଦୈନନ୍ଦିନ ଚଳଣିରେ ଅସୁବିଧା ହେଉଛି। ପୂର୍ବଭଳି ଗହମ ଯୋଗାଇ ଦିଆଗଲେ ଭଲ ହୁଅନ୍ତା।
-ରଞ୍ଜନ ବେହେରା, ରାଶନକାର୍ଡଧାରୀ

ବଜାରରୁ ଅଧିକ ଦାମ ଦେଇ କିଣିହେଉନି
ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ଆଉ ଦିଆଯାଉ ନ ଥିବାରୁ ବୟସ୍କ ବ୍ୟକ୍ତି ଓ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ଦେଖାଦେଲାଣି। ଖୁଚୁରା ବଜାରରେ ଗହମ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନ ଥିଲା ବେଳେ ଦାମ ମଧ୍ୟ ଅଧିକ। ସରକାର ଏ ଦିଗରେ ବିଚାର କରନ୍ତୁ।
-ହୃଦାନନ୍ଦ ସାହୁ, ରାଶନକାର୍ଡଧାରୀ

କ୍ଷତି ସହୁଛନ୍ତି ଅଟାକଳ ମାଲିକ
ରାଶନକାର୍ଡଧାରୀଙ୍କୁ କିଛି ମାସ ହେବ ଆଉ ଗହମ ମିଳୁନାହିଁ। ଫଳରେ ସେମାନେ ଗହମ ପେଷିବାକୁ ଆଉ ଅଟାକଳକୁ ଆସୁନାହାନ୍ତି। ଏହାର ପ୍ରଭାବ ଅଟାକଳ ଉପରେ ପଡ଼ୁଛି। ଗ୍ରାମାଞ୍ଚଳରେ ଥିବା ଅଟା କଳ ମାଲିକମାନେ କ୍ଷତି ସହୁଛନ୍ତି।
-ମହାଦେବଲାଲ ଗୋଦୁକା, ଅଟାକଳ ମାଲିକ

ସମସ୍ୟାରେ ପଡ଼ୁଛନ୍ତି ହିତାଧିକାରୀ
ସରକାର ରାଶନକାର୍ଡଧାରୀଙ୍କୁ ଗହମ ଯୋଗାଣ ବନ୍ଦ କରିଦେଇଥିବାରୁ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋଲା ବଜାରରୁ ଗହମ କିଣି ପରିବାରର ଆବଶ୍ୟକତା ପୂରଣ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ପୁନଃ ଗହମ ଯୋଗାଣ କରାଗଲେ ରାଶନକାର୍ଡଧାରୀମାନେ ଉପକୃତ ହେବେ।
-ଚିତ୍ତରଞ୍ଜନ କର୍ଣ୍ଣ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri