ସୁନିଶ୍ଚିତ ହେଉନି ସୁରକ୍ଷା

ଅନୁଗୋଳ ଅଫିସ, ୨୦ା୫: ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ଚୋରା ବ୍ରାଉନସୁଗାର ବ୍ୟବସାୟ ଜୋର୍‌ ଧରିଥିବାବେଳେ ଚୋରି, ଲୁଟ୍‌ପାଟ ଭଳି ଘଟଣା ବଢ଼ି ଚାଲିଛି। ଅପରାଧ ରୋକିବାକୁ ଛକ ଛକରେ ପୋଲିସ ବ୍ୟବସ୍ଥା କଥା କୁହାଯାଉଥିଲେ ମଧ୍ୟ ଏହା ସହରବାସୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରୁ ନାହିଁ। କିଛିଦିନ ହେଲା ସହରରେ ବଢ଼ୁଥିବା ଅପରାଧ ସଂଖ୍ୟା ହିଁ ଏହାର ଉଦାହରଣ ବୋଲି କୁହାଯାଉଛି। ସେହିପରି ପାଟ୍ରୋଲିଂ ଭ୍ୟାନ ପଇଁତରା ମାରୁ ନ ଥିବା ନଗରବାସୀ ଅଭିଯୋଗ କରୁଥିବା ବେଳେ ପିଙ୍କ୍‌ ପାଟ୍ରୋଲିଂ ବ୍ୟବସ୍ଥା ଠପ୍‌ ହୋଇଯାଇଥିବା ଆଲୋଚନା ହୋଉଛି।
ଅନୁଗୋଳ ଥାନା, ସଦରଥାନା ଓ ନାଲ୍‌କୋ ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଗତ ମାର୍ଚ୍ଚ ୧ ତାରିଖରୁ ବିଭିନ୍ନ ଛକରେ ହାବିଲଦାର, କନଷ୍ଟେବଲ ଓ ହୋମଗାର୍ଡମାନଙ୍କୁ ନିୟୋଜିତ କରିବା ପାଇଁ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଏଥିସହ ପାଟ୍ରୋଲିଂ ଭ୍ୟାନ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବ ବୋଲି କୁହାଯାଇଥିଲା। ଛକମାନଙ୍କରେ ମୁତୟନ ହୋଇଥିବା କର୍ମଚାରୀ ଓ ପାଟ୍ରୋଲିଂ ବ୍ୟବସ୍ଥାର ତଦାରଖ ପାଇଁ ସକାଳେ, ଅପରାହ୍ନ ଓ ରାତିରେ ଜଣେ ଲେଖାଏ ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏସବୁ ବ୍ୟବସ୍ଥା ଯୋଗୁ ସହରବାସୀଙ୍କ ଆସ୍ଥା ପୋଲିସ ଉପରେ ପୂର୍ବାପେକ୍ଷା ବଢ଼ିଯାଇଥିଲା। ହେଲେ କିଛିଦିନ ହେଲା ସହରରେ ଯେପରି ଭାବେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି ସେଥିରୁ ପୋଲିସର ଏହି ବ୍ୟବସ୍ଥା କେତେ ପ୍ରଭାବୀ ତାହା ବାରି ହୋଇପଡ଼ୁଛି। କିଛି ଦିନ ତଳେ ଅନୁଗୋଳ କଲେଜ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ଚୋରମାନେ କଳାକନା ବୁଲାଇଥିଲେ। ବଜାର ମଧ୍ୟରୁ ମୋଟର ସାଇକେଲ ଚୋରି, ଏକା ଯାଉଥିବା ମହିଳାଙ୍କ ନିକଟରୁ ମୋବାଇଲ, ଟଙ୍କା ଥିବା ବ୍ୟାଗ ଲୁଟ୍‌ ତ ନିତିଦିନିଆ ଘଟଣା ହୋଇଗଲାଣି। ରାତିରେ ବାଇକ୍‌ ଚାଳକଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍‌ପାଟ କରିବା ପ୍ରାୟତଃ ଦେଖିବାକୁ ମିଳୁଛି। ଗତ ସୋମବାର ରାତି ପ୍ରାୟ ୧୧ଟାରେ ୨ଜଣ ଦୁର୍ବୃତ୍ତ ଏକ କୋରିଅର ସଂସ୍ଥାରେ ପଶି ଛୁରି ଦେଖାଇ ୨ ଲକ୍ଷ ୩୩ ହଜାର ଟଙ୍କା ଲୁଟି ନେଇଥିଲେ। ସେହିପରି ୧୭ ତାରିଖରେ ପୋଲିସ କଲୋନୀରୁ ଏକ ମୋଟର ସାଇକେଲ ଚୋରି ହୋଇଥିଲା। ଏପ୍ରିଲ ୨୧ରେ ଅନୁଗୋଳ ଥାନା ହୁଲୁରିସିଂହା ଠାରେ ସ୍ଥାନୀୟ ଅଞ୍ଚଳର କୁକୁଡ଼ା ବ୍ୟବସାୟୀ ପ୍ରକାଶ ବେହେରାଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ଏଥିସହ ବ୍ରାଉନସୁଗାର କାରବାର ସହରରେ କ୍ଷିପ୍ର ଗତିରେ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗିରଫଦାରି ଜାରି ରହିଥିଲେ ବି ଏହି ନିଷିଦ୍ଧ ନିଶା ସାମଗ୍ରୀ କାରବାରକୁ ରୋକାଯାଇ ପାରୁନାହିଁ। ଅନ୍ୟପକ୍ଷରେ ଅନୁଗୋଳ ଥାନାରେ ଆବଶ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ଏଠାରେ ୮ ଏସ୍‌ଆଇ ଓ ୮ ଏଏସ୍‌ଆଇ ପଦବୀ ଥିବାବେଳେ ବର୍ତ୍ତମାନ ୩ ଏସ୍‌ଆଇ ଓ ୭ ଏଏସ୍‌ଆଇ ପଦବୀ ଖାଲି ପଡ଼ିଛି। ଏ ସମ୍ପର୍କରେ ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଥାନାରେ ପୂର୍ବାପେକ୍ଷା କର୍ମଚାରୀଙ୍କ ସଂଖ୍ୟା କମ୍‌ ରହିଛି। କେତେଜଣ ଏଏସ୍‌ଆଇଙ୍କ ଢେଙ୍କାନାଳ ବଦଳି ହୋଇଛି। ସେମାନଙ୍କ ସ୍ଥାନରେ ଆସିଥିବା ଏଏସ୍‌ଆଇମାନଙ୍କୁ ନିୟୋଜିତ କରାଯିବ। ବହୁ ଆପରାଧିକ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଉ କେତେକ ମାମଲାର ତଦନ୍ତ ଚାଲୁ ରହିଥିବା ସମ୍ପୃକ୍ତ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?