ସ୍ବାସ୍ଥ୍ୟସେବାରେ ଆସୁନି ସୁଧାର

ବଇଣ୍ଡା,୨୨ା୫ (ଡି.ଏନ.ଏ.): ସ୍ବାସ୍ଥ୍ୟସେବାରେ ସରକାର ଦେଉଛନ୍ତି ଅନେକ ସୁବିଧା। ଏହାର ସୁଯୋଗ ନେବାକୁ ସରକାରୀ ମେଡିକାଲ ଆସୁଛନ୍ତି ରୋଗୀ। ହେଲେ କେଉଁଠି ଦୀର୍ଘବର୍ଷ ହେଲା ଡାକ୍ତର ନାହାନ୍ତି ତ ଆଉ କେଉଁଠି ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ମିଳିପାରୁନି ଚିକିତ୍ସା। ଫଳରେ ନିରାଶ ହୋଇ ରୋଗୀ ବେସରକାରୀ ହସ୍ପିଟାଲମୁହଁା ହୋଇ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏହାର ଏକ ଉଦାହରଣ। ଦୀର୍ଘ ୪ ବର୍ଷ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ସାଧାରଣ ରୋଗୀଙ୍କ ଠାରୁ ଆରମ୍ଭ କରି ଗର୍ଭବତୀଙ୍କ ଯାଏ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଅଞ୍ଚଳବାସୀଙ୍କ ପକ୍ଷରୁ ବହୁବାର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ଜିଲା ଅଙ୍ଗପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହୋଇଥିବା ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ୨୦୧୯ ମସିହାରୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ସେଠାରୁ ଅନ୍ୟତ୍ର ବଦଳି କରିଦିଆଗଲା। ହେଲେ ଅଙ୍ଗପଡ଼ା ମେଡିକାଲରେ ଆଉ କୌଣସି ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଅଙ୍ଗପଡା, ଧଡରପାଳ, ଝରାବେରେଣୀ, ସଞ୍ଜାମୁରା, ନାକିଚି, ଠେଲକନାଳି, ଉରୁକୁଳା, ହିମିତିରା ପଞ୍ଚାୟତର ୩୫ ହଜାର ଲୋକ ସେବେଠାରୁ ଚିକିତ୍ସାସେବା ପାଇଁ ହଇରାଣ ହେଉଛନ୍ତି। ବିଶେଷକରି ଏଠାକାର ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳବାସୀ ସାମାନ୍ୟ ଜ୍ୱର ହେଲେ ମଧ୍ୟ ଏହି ମେଡିକାଲରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ମେଡିକାଲରେ ଜଣେ ଆୟୁଷ ଡାକ୍ତର ଥିବାବେଳେ ୩୦ ଜୁନ ୨୦୨୨ରୁ କମ୍ପାଉଣ୍ଡର ଅବସର ଗ୍ରହଣ କରିସାରିଛନ୍ତି। ସେହିପରି ସୁଇପର, ଷ୍ଟାଫନର୍ସ ପଦବୀ ମଧ୍ୟ ଏଠାରେ ଖାଲି ପଡିଛି। ତେଣୁ ଠିକ୍‌ ସମୟରେ ରୋଗୀଙ୍କୁ ଚିକିତ୍ସା ମିଳିପାରୁ ନ ଥିବା କ୍ଷେତି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଷ୍ଟାଫ ନର୍ସ ନ ଥିବା ଯୋଗୁ ଗ୍ରାମାଞ୍ଚଳରୁ ଆସୁଥିବା ଗର୍ଭବତୀ ମହିଳାମାନେ ପ୍ରସବ କରିବା ପାଇଁ ସୁରକ୍ଷିତ ନ ମଣି କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ନଚେତ ଘରୋଇ ମେଡିକାଲକୁ ଚାଲିଯାଉଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ଆସୁଥିବା ନିଃଶୁଳ୍କ ଔଷଧ ଠିକ୍‌ ଭାବରେ ମିଳୁ ନ ଥିବା କେନ୍ଦୁନାଳି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତ ପାଇଁ ୧୦ ଡିସେମ୍ବର ୨୦୧୯, ୫ ମାର୍ଚ୍ଚ ୨୦୨୦, ୨୯ ମେ ୨୦୨୧ ଓ ୨୦ ଜାନୁୟାରୀ ୨୦୨୩ରେ ଧଡରପାଳ ପଞ୍ଚାୟତବାସୀ ଜିଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସମସ୍ୟାକୁ ଦୃଷ୍ଟି ଦେଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri