୫ ମାସରେ ଗଲାଣି ୧୫ ଜୀବନ

ଅନୁଗୋଳ ଅଫିସ, ୧୬ା୫: ଜଙ୍ଗଲ ପାଖ ବଗିଚାରେ ପାଚିଲାଣି ଆମ୍ବ, ପଣସ। ହେଲେ ପରିବାର ପାଟିରେ ବାଜୁନି ଏହି ସ୍ବାଦିଷ୍ଟ ଫଳ। କାରଣ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହୋଇଥିବା ହାତୀପଲ କିଛିଦିନ ହେଲା ଏହି ବଗିଚା ଛାଡ଼ୁନାହାନ୍ତି। ୨୪ ଘଣ୍ଟିଆ ନଜର ରଖିଥିବା ବନ କର୍ମଚାରୀ ମଧ୍ୟ ଘଉଡ଼ାଇପାରୁ ନାହାନ୍ତି। ଫଳରେ ଜନପଦର ଅତି ନିକଟରେ ରହୁଥିବା ହାତୀଙ୍କ ଯୋଗୁ ଅନୁଗୋଳ ବନଖଣ୍ଡରେ ଖେଳିଯାଇଛି ଆତଙ୍କ। ୫ ମାସରେ ଏଠାରେ ୧୫ଜଣଙ୍କ ପ୍ରାଣହାନି ଭୟଭୀତ କରିଦେଇଛି ବନଖଣ୍ଡବାସୀଙ୍କୁ।
ଅନୁଗୋଳ ବନଖଣ୍ଡରେ ଥିବା ଗ୍ରାମାଞ୍ଚଳକୁ ହାତୀଙ୍କ ପ୍ରବେଶ କିଛି ନୂଆ ଘଟଣା ନୁହେଁ। ବର୍ଷ ବର୍ଷ ଧରି ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖାଯାଇ ଆସିଛି। ହାତୀଙ୍କ ପାଇଁ କେତେବେଳେ ବାଡ଼ି ବଗିଚାରେ ଫସଲ ଉଜୁଡ଼ିଛି ତ ପୁଣି କେବେ ହେକ୍ଟର ହେକ୍ଟର ଜମିରେ ଧାନ, ପରିବା ଚାଷ ନଷ୍ଟ ହୋଇଛି। ଶତାଧିକ ଘର ଭାଙ୍ଗିଛି। କ୍ଷତିପୂରଣ ପାଇଁ ବାରମ୍ବାର ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବା ନଜିର ରହିଛି। ହେଲେ କିଛିମାସ ହେଲା ହାତୀଙ୍କ ଉପଦ୍ରବ ଏତେ ବଢ଼ିଯାଇଛି ଯେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ଆତଙ୍କର କାରଣ ସାଜିଛି। ପୂର୍ବରୁ ରାତିରେ ଆସି ଦିନରେ ଜଙ୍ଗଲମୁହଁା ହେଉଥିବା ହାତୀପଲ ଏବେ ୨୪ ଘଣ୍ଟା ଗଁା ନିକଟରେ ରହୁଥିବା ଦେଖାଯାଉଛି। ଫଳରେ ହାତୀ ଜନିତ କ୍ଷୟକ୍ଷତି ଅନେକ ଗୁଣ ବଢ଼ିଯାଇଥିବା ବେଳେ ନିୟମିତ ଜୀବନହାନି ମଧ୍ୟ ଘଟିଚାଲିଛି। ଏହାକୁ ରୋକିବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଥିଲେ ବି ତାହା ସେତେଟା ଫଳପ୍ରଦ ହେଉଥିବା ଦେଖାଯାଉ ନାହଁ। ବନ ବିଭାଗର ଏହି ବିଫଳତା ଯୋଗୁ ଚଳିତବର୍ଷ ଜାନୁୟାରୀ ୧ ତାରିଖରେ ବନଖଣ୍ଡ ଅଧୀନ ହମାମିରାର ନିତ୍ୟାନନ୍ଦ ଗୋଚ୍ଛାୟତ(୫୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ୬ ଦିନ ପରେ ଅର୍ଥାତ୍‌ ଜାନୁୟାରୀ ୭ରେ ଦେଖାଦେଇଥିବା ହାତୀ ଆତଙ୍କ ଅନୁଗୋଳକୁ ଥରାଇ ଦେଇଥିଲା। ଏହି ଗୋଟିଏ ଦିନରେ ଛେଳିଆପଡ଼ାର ସୁବାସ ବିଶ୍ୱାଳ(୬୦), ଅଙ୍ଗାରବନ୍ଧର ଅନିରୁଦ୍ଧ ସାହୁ(୫୪), ବାରସିଂହାର ରମେଶ ସ୍ବାଇଁ(୬୦) ଓ ଗଡ଼ସନ୍ତ୍ରୀର ଅଜୟ ସାମଲ(୫୫)ଙ୍କ ଜୀବନ ନେଇଥିଲା ହାତୀ। ସେହିପରି ଫେବୃୟାରୀ ୧ରେ ବସଲାର ସିଦ୍ଧେଶ୍ୱର ସେଠୀ(୬୫), ମାର୍ଚ୍ଚ ୧ରେ ସୁନାଭୂଇଁର ଦିବାକର ସାହୁ(୬୯), ମାର୍ଚ୍ଚ ୨୨ରେ ମହୀଧରପଡ଼ାର ଗଣେଶ୍ୱର ବେହେରା(୭୭), ଏପ୍ରିଲ ୧୮ରେ କନ୍ତମେଘ ଗାଁର ରାମଚନ୍ଦ୍ର ସାହୁ(୮୩), ୨୪ରେ ଆମ୍ବ ବଗିଚାକୁ ଯାଇଥିବା ବଡ଼କନ୍ତକୁଳ ଗାଁର ମୂଳି ପ୍ରଧାନ(୪୫), ଗୌରୀ ରାଉଳ(୭୧), ୨୫ରେ ତଳଗଡ଼ ପଞ୍ଚାୟତ ପୋଡ଼ାସାହିର ନନ୍ଦିନୀ ଝାଙ୍କର(୪୦), ୨୯ରେ ମରଣ୍ଡା ଗ୍ରାମରେ ଝଟକ ବେହେରା(୬୯), ମେ ୭ରେ ତଳଗଡ଼ ଗ୍ରାମର ବିଜୁଳି ସାହୁ(୬୨), ମେ ୧୨ରେ ଜାମୁଣ୍ଡା ଅଞ୍ଚଳର ବୈଦେହୀ ପ୍ରଧାନ(୬୮)ଙ୍କ ମୃତ୍ୟୁ ଦୂତ ସାଜିଥିଲା ହାତୀ। ଏହାବ୍ୟତୀତ ଏପ୍ରିଲ ୧୯ରେ ପୁରୁଣାକୋଟର ଜଣେ ମାନସିକ ବିକାରଗ୍ରସ୍ତଙ୍କ ମୃତ୍ୟୁର କାରଣ ହାତୀ ଆକ୍ରମଣ ବୋଲି କୁହାଯାଉଥିବା ବେଳେ ଏପ୍ରିଲ ୩୦ରେ ଗଡ଼ତରାସ ଗ୍ରାମର ପରମା ବେହେରା(୬୦) ଓ ମେ ୧୧ରେ ବଡ଼କନ୍ତକୂଳର ଦେବକୀ ବିଶ୍ୱାଳ(୪୫) ହାତୀ ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି। ମାତ୍ର ୫ ମାସରେ ହାତୀ ଯୋଗୁ ୧୫ ଜଣଙ୍କ ଜୀବନହାନି ଘଟିବାକୁ ନେଇ ଅନୁଗୋଳ ବନଖଣ୍ଡବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri